ETV Bharat / city

ରାଜ୍ୟରେ 28 ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା - odisha corona update

ରାଜ୍ୟରେ ବେକାବୁ କୋରୋନା । ଦିନକରେ 1215 ଜଣ ସଂକ୍ରମିତ ଚିହ୍ନଟ । 7 ମୃତ ।

ରାଜ୍ୟରେ 28 ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

author img

By

Published : Jul 28, 2020, 10:48 AM IST

ଭୁବନେଶ୍ବର: ରାଜ୍ୟରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । 24 ଘଣ୍ଟାରେ 1215 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ 753 ଜଣ କ୍ବାରେଣ୍ଟାଇନ କେନ୍ଦ୍ର ଓ 462 ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି । ସେପଟେ 7 ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 28107ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 154 ଛୁଇଁଛି ।

ତେବେ 28 ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ 332 ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୋଳରୁ 11, ବାଲେଶ୍ବରରୁ 29, ବରଗଡରୁ 10, ଭଦ୍ରକରୁ 2, ବଲାଙ୍ଗୀରରୁ 21, ବୌଦ୍ଧରୁ 2, ଦେବଗଡରୁ 1, ଢେଙ୍କାନାଳରୁ 1, ଗଜପତିରୁ 89, ଜଗତସିଂହପୁରରୁ 47, ଯାଜପୁରରୁ 20, ଝାରସୁଗୁଡାରୁ 2, କଳାହାଣ୍ଡିରୁ 8, କନ୍ଧମାଳ ଓ କେନ୍ଦ୍ରାପଡାରୁ 14, କେନ୍ଦୁଝରରୁ 77, କୋରାପୁଟରୁ 73, ମାଲକାନଗିରିରୁ 14, ମୟୂରଭଞ୍ଜରୁ 22, ନୟାଗଡରୁ 7, ନୂଆପଡାରୁ 8, ପୁରୀରୁ 11, ରାୟଗଡାରୁ 24, ସୋନପୁରରୁ 2 ଓ ସୁନ୍ଦରଗଡରୁ 2 ଜଣ ରହିଛନ୍ତି ।

ରାଜ୍ୟରେ 28 ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
ରାଜ୍ୟରେ 28 ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ମୃତକଙ୍କ ମଧ୍ୟରେ ଗଞ୍ଜାମର 3ଜଣ, ରାୟଗଡାର 2 ଜଣ, କଟକର ଜଣେ ଓ ଭୁବନେଶ୍ବରର ଜଣେ ରହିଛନ୍ତି ।

ତେବେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 17373 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି 10545ଟି ସକ୍ରିୟ ମାମଲା ରହିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.