ETV Bharat / city

ଡ୍ୟାନ୍ସ ବାର୍‌କୁ ନାହିଁ କୋରୋନା ଡର ! - ଡ୍ୟାନ୍ସ ବାରକୁ ନାହିଁ କୋରୋନା ଭୟ

ରାଜ୍ୟରେ ଥିବା ଡ୍ୟାନ୍ସ ବାର ଗୁଡିକରେ, କୋରୋନା ଜନିତ କୌଣସି ନିର୍ଦ୍ଦିଷ୍ଟ ଆଡଭାଇଜରୀ କିମ୍ବା ସରକାରୀ ନିର୍ଦ୍ଦେଶାନାମା ଜାରି ହୋଇନଥିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ ।

Corona threat
ଡ୍ୟାନ୍ସ ବାର୍ କୁ ନାହିଁ କୋରୋନା ଭୟ
author img

By

Published : Mar 14, 2020, 12:42 PM IST

ଭୁବନେଶ୍ୱର: ରାଜ୍ୟର ସମସ୍ତ ସ୍କୁଲ, କଲେଜ ଓ ସିନେମା ହଲ ଆଦି ବନ୍ଦ ହୋଇଯାଇଥିବାବେଳେ ଡ୍ୟାନ୍ସ ବାର ଗୁଡିକରେ କୋରୋନା ଜନିତ କୌଣସି ସରକାରୀ ନିର୍ଦ୍ଦେଶାନାମା ନଥିବାକୁ ନେଇ ଚର୍ଚ୍ଚା । ଯାହାକୁ ନେଇ ଡ୍ୟାନ୍ସ ବାରକୁ କୋରୋନା ଆସିପାରିବନି କି ବୋଲି ମଧ୍ୟ ସାଧାରଣରେ ଉଠୁଛି ପ୍ରଶ୍ନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଭୁବନେଶ୍ୱର

ରାଜ୍ୟରେ କୋରୋନା ମୁକାବିଲା ନେଇ ପ୍ରୟାସ ଜାରି ରଖିଛନ୍ତି ରାଜ୍ୟ ସରକାର। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କୋରୋନାକୁ ବିଶ୍ୱ ମହାମାରୀ ଘୋଷଣା କରିବାପରେ, ଓଡିଶା ସରକାର ଏହାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି । ଏନେଇ ଏକାଧିକ ସଚେତନ ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ, କଲେଜ ଆସନ୍ତା 31 ତାରିଖ ଯାଏଁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିସହିତ ସିନେମା ହଲ ଓ ସପିଂ ମଲକୁ ମଧ୍ୟ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏପରିକି ରାଜଧାନୀରେ ଏକତ୍ରିତ ହେଉଥିବା ସ୍ଥାନ ବିବାହ ମଣ୍ଡପ, ସର୍ବସାଧାରଣ ସଭା, ଜିମ ଓ ଲୋୟର ପିଏମଜି ଭଳି ଧାରଣା ସ୍ଥଳକୁ ମଧ୍ୟ ଅନୁମତି ମିଳିନାହିଁ ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଭିଡକୁ ବାରଣ କରାଯାଇଛି । ସଂକ୍ରମିତ ମଣିଷଠୁ ମଣିଷକୁ କୋରୋନା ବ୍ୟାପୁଥିବାରୁ ଗୋଟିଏ ସ୍ଥାନରେ ସର୍ବସାଧାରଣ ଏକତ୍ର ନହେବାକୁ ମଧ୍ୟ ସଚେତନ କରାଯାଉଛି । ତେବେ ଡ୍ୟାନ୍ସ ବାର ଓ ମଦ ଦୋକାନଗୁଡିକୁ ନେଇ ସରକାରଙ୍କ କୌଣସି ଆଡଭାଇଜରୀ ଜାରି ହୋଇନଥିବା ସାଧାରଣରେ ଗ୍ରହଣୀୟ ହୋଇନାହିଁ । ଏଠାକୁ ଦୈନିକ ରାଜ୍ୟ ତଥା ରାଜ୍ୟ ବାହାରର ଲୋକଙ୍କ ଯିବା ଆସିବା ଲାଗିରହିଥାଏ । ଡ୍ୟାନ୍ସ ବାର ଗୁଡିକରେ ଭିଡ ମଧ୍ୟ ଦେଖିବାକୁ ମିଳୁଛି । ସଂକ୍ରମିତ ଲୋକଙ୍କ ସହ ଖାଦ୍ୟ ଓ ଡ୍ରିଙ୍କ୍‌ସ ଜରିଆରେ କରୋନା ବ୍ୟାପିବାର ଭୟ ରହିଛି। ତେବେ ଏହି ସ୍ଥାନମାନଙ୍କରେ କୋରୋନା ବ୍ୟାପିବାର ସମ୍ଭାବନା ସରକାର ଅନୁଭବ କରୁନାହାନ୍ତି କି ? କାରଣ ଡ୍ୟାନ୍ସ ବାର ଗୁଡିକୁ ନେଇ କୌଣସି ନିର୍ଦ୍ଦିଷ୍ଟ ଆଡଭାଇଜରୀ କିମ୍ବା ସରକାରୀ ନିର୍ଦ୍ଦେଶାନାମା ଜାରି ହୋଇନଥିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବୁଦ୍ଧିଜୀବୀ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.