ETV Bharat / city

କୋରୋନା ଭୟାବହତା, ମାସ୍କ ଓ ସାବୁନ ବାଣ୍ଟିଲେ ସୁର - କୋରୋନା ଭୟାବହତା

ଲକଡାଉନ କଟକଣା ନେଇ ନିଜ ଅଞ୍ଚଳରେ ଗରିବ ନିରାଶ୍ରୟ ଲୋକଙ୍କୁ ସାହାଯ୍ୟ କରିବା ନେଇ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ଜଟଣୀ ବିଧାୟକ ସୁରେଶ ରାଉତ ରାୟ । ଅଧିକ ପଢନ୍ତୁ...

କୋରୋନା ଭୟାବହତା, ମାସ୍କ ଓ ସାବୁନ ବାଣ୍ଟିଲେ ସୁର

author img

By

Published : Mar 28, 2020, 10:56 PM IST

ଭୁବନେଶ୍ବର: କୋଭିଡ -୧୯ ଯେଉଁଭଳି ଭାବେ କାୟା ବିସ୍ତାର କରୁଛି, ତାକୁ ନେଇ ସାରା ଦେଶରେ ଚିନ୍ତାଜନକ ପରିସ୍ଥିତି ଉପୁଜିଛି । ରାଜ୍ୟ ସରକାରଙ୍କ ପକ୍ଷରୁ କୋରୋନା ମୁକାବିଲା ନେଇ ବିଭିନ୍ନ ପ୍ୟାକେଜ ଘୋଷଣା କରାଯାଉଛି । ଅନ୍ୟପଟେ କଂଗ୍ରେସ ପକ୍ଷରୁ ସାମ୍ବାଦିକଙ୍କୁ ମାସ୍କ ଓ ସାବୁନ ବଣ୍ଟନ କରାଯାଇଛି ।

କୋରୋନା ଭୟାବହତା, ମାସ୍କ ଓ ସାବୁନ ବାଣ୍ଟିଲେ ସୁର

ଶନିବାର ଭୁବନେଶ୍ବର କଂଗ୍ରେସ ଭବନରେ କୋରୋନା ସଚେତନତା ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା । ରାଜ୍ୟରେ ମହାମାରୀ କୋରୋନା ସତର୍କତା ସହ ମୁକାବିଲା କରିବାର ଆବଶ୍ୟକତା ରହିଛି । ଲକଡାଉନ କଟକଣା ନେଇ ନିଜ ଅଞ୍ଚଳରେ ଗରିବ ନିରାଶ୍ରୟ ଲୋକଙ୍କୁ ସାହାଯ୍ୟ କରିବା ନେଇ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ଜଟଣୀ ବିଧାୟକ ସୁରେଶ ରାଉତ ରାୟ ।

କେନ୍ଦ୍ର ଓ ରାଜ୍ୟ ସରକାର କୋରୋନା ମୁକାବିଲା ନେଇ ବିଭିନ୍ନ ବର୍ଗଙ୍କ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ହେଲେ ସମାଜରେ ଲୋକଙ୍କୁ ଜଣେ ସାମ୍ବାଦିକ ନିଜର ସମୟ ଦେଇ କାର୍ଯ୍ୟ କରୁଛି, ହେଲେ ସାମ୍ବାଦିକ ସୁରକ୍ଷା ନେଇ କେନ୍ଦ୍ର ଓ ରାଜ୍ୟ ସରକାର ଚୁପ କାହିଁକି ବସିଛନ୍ତି , ସାମ୍ବାଦିକ ସୁରକ୍ଷା ଓ ସହାୟତା ଘୋଷଣା କରିବା ଜରୁରୀ ବୋଲି ସାମ୍ବାଦିକ ସମ୍ମିଳନୀରେ ସୁର ଦାବି କରିଛନ୍ତି । ଶେଷରେ ବିଧାୟକ ସୁର ରାଉତରାୟ ସାମ୍ବାଦିକଙ୍କୁ ମାସ୍କ ଓ ସାବୁନ ବାଣ୍ଟିଥିଲେ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.