ଭୁବନେଶ୍ବର: ଆଇଟି କ୍ଷେତ୍ରରେ କୋରୋନା ପ୍ରଭାବ। ଭୁବନେଶ୍ବରରେ ଲାଗୁ ହେଲା ନୂଆ ନିୟମ। ଏଣିକି ବିଦେଶରୁ ଆଇଟି ଇଞ୍ଜିନିୟର ଫେରିଲେ ଆସିପାରିବେନି ଅଫିସ୍। କାରଣ କୋରୋନା ଆକ୍ରାନ୍ତ ଆଶଙ୍କାରେ ସେମାନଙ୍କୁ କରାଯାଇଛି ବାରଣ।
ଏଥିପାଇଁ ସେମାନଙ୍କୁ ରେଜିଷ୍ଟ୍ରେସନ କରିବାକୁ ପଡିବ। କୋରୋନା ହେଲପ୍ଲାଇନ ବା ୱେବସାଇଟ ଜରିଆରେ ରେଜିଷ୍ଟ୍ରେସନ କରିବେ। ପ୍ରଥମେ ସେମାନଙ୍କୁ ଆଇସୋଲେସନରେ ରଖାଯିବ । ଏହାପରେ ହିଁ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।

କାରଣ ବିଦେଶରୁ ଏହି ଭାଇରସ୍ ବ୍ୟାପୁଥିବାରୁ କର୍ମକ୍ଷେତ୍ରରେ ଯୋଗଦେଲେ ଏହା ବ୍ୟାପିବାର ଭୟ ରହିଛି। ଏଥିପାଇଁ ଭୁବନେଶ୍ବରରେ ଥିବା ସମସ୍ତ ଆଇଟି ଅଫିସଗୁଡିକୁ ଜାରି ହୋଇଛି ଆଡଭାଇଜାରି। କେବଳ ବିଦେଶ ଫେରନ୍ତା ଆଇଟି କର୍ମଚାରି ନୁହଁନ୍ତି ସେମାନଙ୍କ ସଂସ୍ପର୍ଶରେ ଆସିଥିବା ସମ୍ପର୍କୀୟ ମଧ୍ୟ ସରକାରଙ୍କୁ ନିଜର ସବିଶେଷ ତଥ୍ୟ ପ୍ରଦାନ କରିବେ।
ଏହାଦ୍ବାରା ଯଦି କେହି କୋରୋନା ଆକ୍ରାନ୍ତ ହୋଇଥାଏ ତାହା ଚିହ୍ନଟ ସହ ମୁକାବିଲା କରିବାରେ ସହାୟକ ହୋଇପାରିବା ନେଇ ସୂଚନା ଦେଇଛନ୍ତି ପୋଲିସ କମିସନର ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ