ETV Bharat / city

ହବିଷ୍ୟାଳିଙ୍କ ପାଇଁ କୋରୋନା କଟକଣା, ଖାଁ ଖାଁ ଧର୍ମଶାଳା

author img

By

Published : Oct 22, 2021, 7:33 AM IST

ମାସ ସାରା ହବିଷ୍ୟାଳିମାନେ ବିଭିନ୍ନ ମନ୍ଦିରର ପୂଜାର୍ଚ୍ଚନା କରିଥାନ୍ତି । ହେଲେ କୋରୋନା କଟକଣା ପାଇଁ ପ୍ରଭୁଙ୍କୁ ଦର୍ଶନ କରିପାରୁ ନାହାନ୍ତି ହବିଷ୍ୟାଳି । ସଂକ୍ରମଣକୁ ଦୃଷ୍ଟିରେ ରଖି BMC ପକ୍ଷରୁ ସ୍ବତନ୍ତ୍ର ଗାଇଡଲାଇନ ଜାରି ହୋଇଛି । ଫଳରେ ଖାଁ ଖାଁ ପଡିଛି ହବିଷ୍ୟାଳି ଶିବିର । ଅଧିକ ପଢନ୍ତୁ...

ହବିଷ୍ୟାଳିଙ୍କ ପାଇଁ କୋରୋନା କଟକଣା
ହବିଷ୍ୟାଳିଙ୍କ ପାଇଁ କୋରୋନା କଟକଣା

ଭୁବନେଶ୍ବର: ଗୁରୁବାରଠୁ ଆରମ୍ଭ ହୋଇଛି କାର୍ତ୍ତିକ ମାସ ବା ଧର୍ମ ମାସ । ମାସ ସାରା ହବିଷ୍ୟାଳିମାନେ ବିଭିନ୍ନ ମନ୍ଦିରର ପୂଜାର୍ଚ୍ଚନା କରିଥାନ୍ତି । ହେଲେ କୋରୋନା କଟକଣା ପାଇଁ ପ୍ରଭୁଙ୍କୁ ଦର୍ଶନ କରିପାରୁ ନାହାନ୍ତି ହବିଷ୍ୟାଳି । ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ସ୍ବତନ୍ତ୍ର ଗାଇଡଲାଇନ ଜାରି ହୋଇଛି । ଫଳରେ ଖାଁ ଖାଁ ପଡିଛି ହବିଷ୍ୟାଳି ଶିବିର ।

ହବିଷ୍ୟାଳିଙ୍କ ପାଇଁ କୋରୋନା କଟକଣା

ମାସ ତମାମ ମନ୍ଦିରରେ ଗହଳିକୁ ବାରଣ କରାଯାଇଛି ଭକ୍ତଙ୍କୁ ମନ୍ଦିର ମନା ହୋଇଛି । ତେଣୁ କାର୍ତ୍ତିକ ପୂର୍ଣ୍ଣିମାରେ ବିନ୍ଦୁସାଗର, ନଦୀ ଘାଟ ଏପରିକି କୌଣସି ଜଳାଶୟରେ ଗହଳି ନକରିବାକୁ ନିର୍ଦ୍ଦେଶ ରହିଛି । ଯେଉଁଠି କାର୍ତ୍ତିକ ମାସ ଆସିଲେ ହବିଷ୍ୟାଳିଙ୍କ ଭିଡ ଲାଗେ ସେଇଠି ଆଜି ତାଲା ପଡିଛି । ହବିଷ୍ୟାଳିଙ୍କ ବାଟକୁ ଚାହିଁ ରହିଥିବା ଧର୍ମଶାଳା ଖାଁ ଖାଁ ହୋଇଛି । କାର୍ତ୍ତିକ ଆରମ୍ଭରୁ ହବିଷ୍ୟାଳିଙ୍କ କୋଳାହଳରେ ଫାଟି ପଡ଼ୁଥିବା ଧାର୍ମିକ ସ୍ଥାନ ଏବେ ଶୂନଶାନ । ହବିଷ୍ୟାଳିଙ୍କ ଗହଳିରେ ଫାଟିପଡୁଥିବା ବଡ଼ଦାଣ୍ଡ ବି ଖାଁ ଖାଁ ପଡିଛି ।

ଯେଉଁଠି ଦିନେ ହବିଷର ବାସ୍ନା ମହକୁଥିଲା ଆଉ ହରି ନାମ କୃଷ୍ଣ ନାମ ସ୍ବରରେ ପ୍ରକମ୍ପିତ ହେଇଥିଲା ପରିଵେଶ। ସେହି ସ୍ଥାନ ନିଶବ୍ଦ ଓ ନିବାକ ହୋଇଛି। କାରଣ କୋରୋନା ମହାମାରୀ ଦୁଇ ବର୍ଷ ହେବ ସବୁ ଉତ୍ସବକୁ ଫିକା ପକେଇଛି । ତେଣୁ ଆଶା ଥିଲେ ଅନୁମତି ନଥିବାରୁ ନାଁ ମନ୍ଦିରକୁ ଭକ୍ତ ଯାଉଛନ୍ତି ନା ହବିଷ୍ୟାଳି ଏକାଠି ହୋଇ ଇଶ୍ବରଙ୍କ ଆରାଧନା କରିପାରୁଛନ୍ତି। ବାସ ନିୟମର ପାଳନ କରିବାକୁ ଯାଇ ଘରେ ରହି ଇଶ୍ବରଙ୍କୁ ପ୍ରାର୍ଥନା କରୁଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.