ଭୁବନେଶ୍ବର: ଏଣିକି ନିଜେ ଘରେ ବସି ଜାଣିପାରିବେ ନିଜ କୋରୋନା ରିପୋର୍ଟ। ଏନେଇ ରାଜ୍ୟ ସରକାରଙ୍କ କୋଭିଡ ଡ଼ାସବୋର୍ଡ ଏକ ନୂଆ ପଦକ୍ଷେପ ନେଇଛନ୍ତି।

ରାଜ୍ୟରେ ଯେତିକି ଟେଷ୍ଟ କରାଯାଉଛି ସେହି ଅନୁସାରେ ପଜିଟିଭ ଚିହ୍ନଟ ହେଉଛନ୍ତି। ଅନ୍ୟପଟେ ବର୍ତ୍ତମାନ ଟେଷ୍ଟିଂକୁ ନେଇ ଲୋକ ଅଧିକ ପ୍ରାଥମିକତା ଦେଉଛନ୍ତି। ଏପଟେ ରାଜ୍ୟ ସରକାର କୋଭିଡ ରିପୋର୍ଟକୁ ଆଉ ଟିକେ ସହଜ କରିଦେଇଛନ୍ତି।

ଏଣିକି ଘଣ୍ଟା ଘଣ୍ଟା ଧରି କୋଭିଡ ସେଣ୍ଟରରେ ଲମ୍ବା ଲାଇନ ଲଗାଇବାକୁ ପଡିବ ନାହିଁ। ଏଥର ହାତ ପାହାନ୍ତାରେ ଆସିଯିବ କୋଭିଡ ରିପୋର୍ଟ। ରାଜ୍ୟ ସରକାରଙ୍କର କୋଭିଡ ଡାସବୋର୍ଡରେ ଏହି ଅପସନ ରହିଛି।
ଯେଉଁଥିରେ କ୍ଲିକ କାରିବା ଦ୍ବାରା ମୋବାଇଲ ନମ୍ବର କିମ୍ବା ଏସଆରଏଫ ଆଇଡି ନମ୍ବର ଦେବାକୁ ପଡ଼ିବ। ଏହି ନମ୍ବର ସଵମିଟ କରିବା ପରେ ଆପଣ ନିଜର କୋରୋନା ରିପୋର୍ଟ ପାଇପାରିବେ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ