ETV Bharat / city

କୋରୋନା ମୁକାବିଲା ପ୍ରସ୍ତୁତି: ଖୋଲିବ ୧୦୦୦ ବେଡ କୋଭିଡ୧୯ ହସ୍ପିଟାଲ - ଭୁବନେଶ୍ବରେ ୨ଟି ଘରୋଇ ମେଡିକାଲ ସହ ଚୁକ୍ତି

କୋରୋନା ମୁକାବିଲା ନେଇ ଭୁବନେଶ୍ବରେ ୨ଟି ଘରୋଇ ମେଡିକାଲ ସହ କୋଭିଡ-୧୯ ହସ୍ପିଟାଲ ନିର୍ମାଣ ପାଇଁ ଚୁକ୍ତି ସ୍ବାକ୍ଷର କରିଛନ୍ତି ରାଜ୍ୟ ସରକାର।

corona
କୋରୋନା ମୁକାବିଲା ନେଇ ପ୍ରସ୍ତୁତି
author img

By

Published : Mar 26, 2020, 6:11 PM IST

Updated : Mar 26, 2020, 7:22 PM IST

ଭୁବନେଶ୍ବର: କୋରୋନା ମୁକାବିଲା ପ୍ରସ୍ତୁତିରେ ରାଜ୍ୟ ସରକାର । କୋରୋନା ମୁକାବିଲା ନେଇ ଭୁବନେଶ୍ବରେ ୨ଟି ଘରୋଇ ମେଡିକାଲ ସହ କୋଭିଡ-୧୯ ହସ୍ପିଟାଲ ନିର୍ମାଣ ପାଇଁ ଚୁକ୍ତି ସ୍ବାକ୍ଷର କରିଛନ୍ତି ରାଜ୍ୟ ସରକାର। ଏନେଇ କିମ୍ସ ଓ ସମ ହସ୍ପିପିଟାଲ ସହ ରାଜିନାମା ହୋଇଛି। କୋରୋନା ପାଇଁ ଆପତକାଳିନ ଚିକିତ୍ସା ନେଇ ନୂଆ ପଦକ୍ଷେପ ସ୍ବରୂପ ପ୍ରସ୍ତୁତ ହେଉଛି ୧୦୦୦ ବେଡ ବିଶିଷ୍ଟ କୋଭିଡ-୧୯ ହସ୍ପିପିଟାଲ।

କୋରୋନା ମୁକାବିଲା ନେଇ ପ୍ରସ୍ତୁତି

ଏନେଇ ୧ହଜାର କୋରୋନା ବିପନ୍ନ ବ୍ୟକ୍ତିଙ୍କୁ ଚିକିତ୍ସା ସହାୟତା ମିଳିପାରିବ। କିମ୍ସରେ ୫୦୦ ଓ ସମ ହସ୍ପିଟାଲରେ ୫୦୦ କୋଭିଡ-୧୯ ବେଡର ସୁବିଧା ରହିବ। ୨୦ଟି କ୍ରିଟିକାଲ ଆଇସୋଲେସନ ୱାର୍ଡର ସୁବିଧା ସୁଯୋଗ ମିଳିବ। ଏଥିପାଇଁ ସରକାରି ଓ ବେସରକାରି ସଂସ୍ଥା ଓ ସାଧାରଣ ଲୋକ ଏନଜିଓ ସଂସ୍ଥା ଏନେଇ ସହାୟତା କରିବେ।

ତେବେ କରୋନା ବିପର୍ଯୟ ମୁକାବିଲା ନେଇ ସରକାର ସ୍ବତନ୍ତ୍ର ପଦକ୍ଷେପ ନେଉଛନ୍ତି। ତେଣୁ ଆବଶ୍ୟକୀୟ ନଥିଲେ ଜାକ୍ତରଖାନା ଯାଆନ୍ତୁ ନାହିଁ । ହୋମ କ୍ବାରେଣ୍ଟାଇନରେ ରୁହନ୍ତୁ। ଯଦି ଗୁରୁତର ଅନୁଭବ କରନ୍ତି ୧୦୪ ଯୋଗାଯୋଗ କରନ୍ତୁ । ସେନେଇ ୧୦୪ କର୍ତ୍ତୃପକ୍ଷ ଆପଣଙ୍କୁ ମନିଟର କରିବା ସହ ଚିକିତ୍ସା ସେବା ଯୋଗାଇବେ।

ତେବେ କୋରୋନା ଭାରତରେ ୨ୟ ଷ୍ଟେଜରେ ରହିଛି। ୩ ପର୍ଯ୍ୟାୟକୁ ଗଲେ ଏହା ମହାମାରି ରୂପ ନେବ। ତେବେ ଏଯାବତ ଓଡିଶା ବାହାରୁ ତଥା ଦେଶ ବାହାରୁ ୮୪ ହଜାର ଲୋକ ଓଡିଶାକୁ ଫେରିଆସିଛନ୍ତି। ସେମାନଙ୍କୁ ୧୪ ଦିନ ସଙ୍ଘରୋଧ ରହିବାକୁ ନିର୍ଦ୍ଦେଶ ହୋଇଛି। ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରରୁ ୭୨୭୬ ଟି ଆଇସୋଲେସନ ଶର୍ଯ୍ୟାର ବ୍ୟବସ୍ଥା ହୋଇଛି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Mar 26, 2020, 7:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.