ETV Bharat / city

କମୁଛି ସଂକ୍ରମଣ, ଆଜି ରାଜ୍ୟରେ 418 ଆକ୍ରାନ୍ତ ଚିହ୍ନଟ - odisha corona report

ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 500 ତଳକୁ ଖସିଛି । ଆଜି 418ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ 241ଜଣ କ୍ବାରେଣ୍ଟାଇନରେ ଥିବାବେଳେ 177ଜଣ ସ୍ଥାନୀୟ ସଂକ୍ରମଣ ରହିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

କମୁଛି ସଂକ୍ରମଣ,ଆଜି ରାଜ୍ୟରେ 418 ଆକ୍ରାନ୍ତ ଚିନ୍ହଟ

author img

By

Published : Nov 30, 2020, 12:31 PM IST

ଭୁବନେଶ୍ବର: ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 500 ତଳକୁ ଖସିଛି । ଆଜି 418ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ 241ଜଣ କ୍ବାରେଣ୍ଟାଇନରେ ଥିବାବେଳେ 177ଜଣ ସ୍ଥାନୀୟ ସଂକ୍ରମଣ ରହିଛନ୍ତି ।

ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନାନୁସାରେ, 24ଘଣ୍ଟାରେ ସୁନ୍ଦରଗଡରେ ସର୍ବାଧିକ 41ଟି କେସ୍‌ ସାମ୍ନାକୁ ଆସିଛି । ସୁନ୍ଦରଗଡ ବ୍ୟତୀତ ଅନୁଗୋଳରେ 34, ବାଲେଶ୍ବରରେ 19, ବରଗଡରେ 7, ଭଦ୍ରକରେ 4, ବଲାଙ୍ଗୀରରେ 15, କଟକରେ 25, ଢେଙ୍କାନାଳରେ 7, ଗଂଜାମରେ 7, ଦେଓଗଡରେ 2, ଜଗତସିଂହପୁରରେ 16, ଯାଜପୁରରେ 20, ଝରସୁଗୁଡ଼ାରେ 14, କଳାହାଣ୍ଡିରେ 13, କେନ୍ଦ୍ରାପଡାରେ 19, କେନ୍ଦୁଝରରେ 19, କୋରାପୁଟରେ 9, ମାଲକାନଗିରିରେ 3 , ମୟୂରଭଞ୍ଜରେ 32, ନବରଙ୍ଗପୁରରେ 3, ନୂଆପଡାରେ 23, ପୁରୀ ରେ 13, ରାୟଗଡାରେ 17, ସମ୍ବଲପୁରରେ 17 ଓ ଷ୍ଟେଟ ପୋଲରେ 5ଟି କେସ୍‌ ସାମ୍ନାକୁ ଆସିଛି ।

ତେବେ ଆଜି 418 ଜଣ ଆକ୍ରାନ୍ତ ଚିହ୍ନଟ ହେବାପରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3 ଲକ୍ଷ 18 ହାଜର 725ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା 3 ଲକ୍ଷ 11 ହଜାର 256 ଜଣ ସୁସ୍ଥ ହୋଇଥିବାବେଳେ ଓ ସକ୍ରିୟ ମାମାଲା 5 ହଜାର 677ଟି ରହିଛି । ତେବେ ରାଜ୍ୟରେ ମୋଟ 5904570ଟି ନମୁନା ପରୀକ୍ଷା କରାଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.