ETV Bharat / city

ରାଜଧାନୀରେ କୋରୋନା ସଂକ୍ରମଣ 25 ହଜାର ପାର, ଆଜି 290 ଜଣ ଚିହ୍ନଟ - corona positive 25,000 cross in bhubaneswar

ଆଜି(ରବିବାର) 290 ଜଣ କୋରୋନା ପଜେଟିଭ ଭୁବନେଶ୍ବର ମହାନଗର ନିଗମରୁ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇଲେ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା 25 ହଜାର ପାର କରିଛି ।

ରାଜଧାନୀରେ କୋରୋନା ସଂକ୍ରମଣ
ରାଜଧାନୀରେ କୋରୋନା ସଂକ୍ରମଣ
author img

By

Published : Oct 11, 2020, 5:02 PM IST

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ 25 ହଜାର ପାର ହେଲା କୋରୋନା ସଂକ୍ରମଣ । ଆଜି(ରବିବାର) 290 ଜଣ କୋରୋନା ପଜେଟିଭ ଭୁବନେଶ୍ବର ମହାନଗର ନିଗମରୁ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇଲେ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା 25 ହଜାର ପାର କରିଛି । ଅନ୍ୟପଟେ ଆଜି ରାଜଧାନୀରେ 352 ଜଣ ସୁସ୍ଥ ହୋଇଛନ୍ତି ।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ହୋମ କ୍ବାରେଣ୍ଟାଇନରୁ 79 ଚିହ୍ନଟ ହୋଇଥିବାବେଳେ ଲୋକାଲ ସଂକ୍ରମଣ 211ରେ ପହଞ୍ଚିଛି। ତେବେ ହୋମ କ୍ଵାରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣରେ ଅଧିକ ବୃଦ୍ଧି ଘଟୁଛି । ଏପଟେ ଭୁବନେଶ୍ବରରେ ମୋଟ ମୃତକଙ୍କ ସଂଖ୍ୟା 117 ଛୁଇଁଛି । ହୋମକ୍ଵାରେଣ୍ଟାଇନରୁ ଚିହ୍ନଟ ହୋଇଥିବା 79ଜଣଙ୍କ ମଧ୍ୟମରେ 7 ଜଣ ବରମୁଣ୍ଡା, 5 ଜଣ ୟୁନିଟ-6, 3 ଜଣ ନୂଆଗାଁ, 5ଜଣ ପଟିଆ, 3 ଜଣ ଓଲଡ଼ ଟାଉନ, 5 ଜଣ ସତ୍ୟନଗର, 3 ଜଣ ସହିଦ ନଗର ଅଞ୍ଚଳରୁ ବୋଲି ଜଣାପଡିଛି ।

ଅନ୍ୟପଟେ ସ୍ଥାନୀୟ ସଂକ୍ରମଣ ମଧ୍ୟରେ 11 ଜଣ ସତ୍ୟନଗର, 10 ଜଣ ନୟାପଲ୍ଲୀ, 11 ଜଣ ଚନ୍ଦ୍ରଶେଖରପୁର, 4 ଜଣ ଭୀମଟାଙ୍ଗି, 5 ଜଣ ସହିଦନଗର, 6 ଜଣ ରସୁଲଗଡ଼, 5 ଜଣ ଆଇଆରସି ଭିଲେଜ, 5 ଜଣ ଝାରପଡ଼ା, 5 ଜଣ ଖଣ୍ଡଗିରି, 10 ଜଣ ଓଲଡ଼ ଟାଉନ, 6 ଜଣ ପଟିଆ, 6 ଜଣ ଶୈଳେଶ୍ରୀ ବିହାର, 11 ଜଣ ବରମୁଣ୍ଡା ଆଦି ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।

ତେବେ ଭୁବନେଶ୍ବରରେ ମୋଟ 25,464 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 21,897 ସୁସ୍ଥ ହୋଇଛନ୍ତି । ଏହାବାଦ 3429 ସକ୍ରିୟ କେସ ଏବେ ବି ଚିକିତ୍ସିତ ହେଉଛନ୍ତି । କୋରୋନା ଜନିତ ମୃତ୍ୟୁ 117 ରହିଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.