ଭୁବନେଶ୍ବର: କୋରୋନାର କରାଳ ରୂପ ଏତେ ଭୟାବହ ହେଲାଣି ଯେ ନିଜ ପ୍ରିୟଜନଙ୍କୁ ହରାଇବା ଏବେ ଏକ ସାଧାରଣ କଥା ପାଲଟିଛି । ମହାମାରୀ କୋରାନା ସଂକ୍ରମଣ ଯୋଗୁଁ ଲୋକେ ଭୟରେ ଘରେ ରହୁଥିବା ବେଳେ ମୃତଦେହର ଶେଷସାଥୀ ସାଜିଛନ୍ତି କିନ୍ନର ଚିନ୍ମୟୀ ଦାସ ।
ମହାମାରୀ ସମୟରେ ଲୋକେ ମାନବିକତା ଭୁଲିଯାଉଥିବା ବେଳେ ନିସ୍ବାର୍ଥପର ସେବା ପାଇଁ ସେ ସାଜିଛନ୍ତି ଉଦାହରଣ। କାରଣ ଗରିବ ଅସହାୟଙ୍କ ମୃତଦେହ ନିଜ କାନ୍ଧରେ ବୋହି ନେଇ ଦାହ କରୁଛନ୍ତି ଚିନ୍ମୟୀ । ଖାଲି ସେତିକି ନୁହେଁ କୋରୋନାର ଗାଇଡଲାଇନ ମାନି ସେ ଅନ୍ତିମ ସତ୍କାର କରିଛନ୍ତି ।
ଅନୁଗୋଳ ଜରପଡାର ଚିନ୍ମୟୀ ଅସହାୟଙ୍କ ପାଇଁ ସାଜିଛନ୍ତି ଶେଷ ଯାତ୍ରାର ସାରଥୀ । ଚିନ୍ମୟୀଙ୍କ ଏଭଳି କାର୍ଯ୍ୟପାଇଁ ସବୁ ମହଲରୁ ତାଙ୍କୁ ପ୍ରଶଂସାର ସୁଅ ଛୁଟିଥିବା ବେଳେ ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କୁ ପ୍ରଶଂସା କରିଛନ୍ତି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ