ଭୁବନେଶ୍ବର: ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା କମ ରହିଛି । ସଂକ୍ରମଣ ବର୍ତ୍ତମାନ ରାଜ୍ୟରେ ଏକ ସମାନ୍ତରାଳ ଭଳି ସ୍ଥତିରେ ରହିଛି । ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ ମୃତ୍ୟୁ ସଂଖ୍ୟା କମ ରହିଥିବାରୁ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ଡିଏମଇଟି ସିଭିକେ ମହାନ୍ତି କହିଛନ୍ତି ।
ରାଜ୍ୟରେ ଫ୍ଲାଟେନିଙ୍ଗ କର୍ଭରେ ରହୁଛି ସଂକ୍ରମଣର ସ୍ଥିତି ଅର୍ଥାତ ସମାନ୍ତରାଳ ଭଳି ସ୍ଥିତି । କେତେବେଳେ ସଂକ୍ରମଣ ବଢୁଥିବା ବେଳେ କେତେବେଳେ ମଧ୍ୟ ଡ଼ାଉନ ସ୍ଥିତିରେ ରହୁଛି । ଗତକାଲି 8 ହଜାର ହୋଇଥିଲା ଆଜି ସଂକ୍ରମଣଙ୍କ ସଂଖ୍ୟା 7 ହଜାରରେ ରହିଛି । ସେଥିପାଇଁ କୌଣସି ଆତଙ୍କିତ ହେବାର ଆବଶ୍ୟକ ନାହିଁ । ସେପଟେ ଅନ୍ୟ ରାଜ୍ୟ ତୁଳନାରେ ମୃତ୍ୟୁ ସଂଖ୍ୟା କମ ଅଛି । ଅର୍ଥାତ କୋରୋନା ହୋଇ ଅନ୍ୟ ରୋଗ ଯୋଗୁଁ ଲୋକେ ମୃତ୍ୟୁବରଣ କରୁଛନ୍ତି । ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ସବୁବେଳେ ପ୍ରସ୍ତୁତ ରହିଛନ୍ତି ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ