ETV Bharat / city

‘ନିଜାମୁଦ୍ଦିନରୁ ଫେରିଥିବା 10 ଜଣ ତାଳଚେର ବୁଲିଛନ୍ତି’

author img

By

Published : Apr 3, 2020, 6:08 PM IST

ରାଜ୍ୟର ଷଷ୍ଠ ଆକ୍ରାନ୍ତ ନିଜାମୁଦ୍ଦିନରୁ ଫେରିଥିବା ଜଣାପଡିବା ପରେ ସାମ୍ନାକୁ ଆସିଛି ଆଉ ଏକ ତଥ୍ୟ । ନିଜାମୁଦ୍ଦିନରୁ ଫେରିଥିବା 10 ଜଣ ତାଳଚେରରେ ବୁଲିଥିବା ଜଣାପଡିଛି ।

Corona official update
‘ନିଜାମୁଦ୍ଦିନରୁ ଫେରିଥିବା 10 ଜଣ ତାଳଚେର ବୁଲିଛନ୍ତି’

ଭୁବନେଶ୍ବର: ରାଜ୍ୟର ଷଷ୍ଠ ଆକ୍ରାନ୍ତ ନିଜାମୁଦ୍ଦିନରୁ ଫେରିଥିବା ଜଣାପଡିବା ପରେ ସାମ୍ନାକୁ ଆସିଛି ଆଉ ଏକ ତଥ୍ୟ । ନିଜାମୁଦ୍ଦିନରୁ ଫେରିଥିବା 10 ଜଣ ତାଳଚେରରେ ବୁଲିଥିବା ଜଣାପଡିଛି । କୋରୋନା ଲାଗି ପ୍ରତିଦିନ ହେଉଥିବା ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ମୁଖପାତ୍ର ସୁବ୍ରତ ବାଗଚୀ । ସେମାନଙ୍କୁ ଖୋଜା ଚାଲିଥିବା ସେ କହିଛନ୍ତି ।

ସେହିପରି ଆଜି ରାତି ଆଠଟାରୁ ରବିବାର ରାତି ଆଠଟା ପର୍ଯ୍ୟନ୍ତ କଟକ ମହାନଗର ନିଗମ, ଭଦ୍ରକ ପୌରାଞ୍ଚଳ ଓ ଭୁବନେଶ୍ବର ମହାନଗର ନିଗମ ସମେତ ଭୁବନେଶ୍ବର ପାଖ 18ଟି ଗାଁରେ ସଟ୍‌ଡାଉନ୍‌ ହେବ ବୋଲି ସେ ସୂଚନା ଦେଇଛନ୍ତି ।

ଏହି ସମୟରେ ହସ୍ପିଟାଲ, ପୋଲିସ, ଅଗ୍ନିଶମ, ଆମ୍ବୁଲାନ୍ସ, ସରକାରୀ ଜଳଯୋଗାଣ, ସଫେଇ ଓ ପରିମଳ ସେବା, ବିଦ୍ୟୁତ୍‌ ସେବା ଓ ସ୍ବତନ୍ତ୍ର ଅନୁମତିପ୍ରାପ୍ତ ଔଷଧ ଦୋକାନ ପାଇଁ ସଟ୍‌ଡାଉନ୍‌ କୋହଳ ହେବ । ସୂଚନା ଓ ପ୍ରଯୁକ୍ତିବିଦ୍ୟା ସଚିବଙ୍କ ଦ୍ବାରା ଚିହ୍ନଟ ଦୂର ଯୋଗାଯୋଗ ସେବା, ପୌରାଞ୍ଚଳ ଦ୍ବାରା ଚିହ୍ନଟ ପେଟ୍ରୋଲ ପମ୍ପ, କମିଶନରେଟ ପୋଲିସ ଦ୍ବାରା ଅନୁମତିପ୍ରାପ୍ତ ବୈଦ୍ୟୁତିକ ଗଣମାଧ୍ୟମ, ପରିବହନ ଗାଡି, ରେଳ ଓ ବିମାନ ଦ୍ବାରା ମାଲ୍‌ ପରିବହନ କଟକଣା କୋହଳ ହେବ ବୋଲି ସେ କହିଛନ୍ତି ।

ଅନ୍ୟପଟେ ରାଜ୍ୟରେ 1113 ରକ୍ତ ନମୂନା ପରୀକ୍ଷା ହୋଇଥିବାବେଳେ 6 ଜଣ ଆକ୍ରାନ୍ତ ହୋଇଥିବା ସେ କହିଛନ୍ତି । ସେଥିରୁ ପ୍ରଥମ ଓ ଦ୍ବିତୀୟ ଆକ୍ରାନ୍ତ ସୁସ୍ଥ ହୋଇ ଘର ବାହୁଡିଥିବା ମଧ୍ୟ ସେ ଦର୍ଶାଇଛନ୍ତି । ସେପଟେ ସାରା ବିଶ୍ବରେ ଦିନ 3 ଟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ, ସଂକ୍ରମିତଙ୍କ ସଂଖ୍ୟା 10,19,340 ରେ ପହଞ୍ଚିଥିବାବେଳେ ମୃତକଙ୍କ ସଂଖ୍ୟା 53,322ରେ ପହଞ୍ଚିଥିବା ସେ ଜଣାଇଛନ୍ତି ।

ଅନ୍ୟପକ୍ଷରେ ଭାରତରେ ସମୁଦାୟ 2301 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 56 ଜଣଙ୍କ ମୃତ୍ୟୁ ଘଟିଥିବା ସେ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.