ETV Bharat / city

ଲକଡାଉନ ଅପଡେଟ: କୋଭିଡ-19 ହସ୍ପିଟାଲ ପରିଦର୍ଶନ କଲେ ପାଣ୍ଡିଆନ - Lock Down in odisha

ଓଡିଶାରେ କୋରୋନା ଲକ ଡାଉନ ଅପଡେଟ
ଓଡିଶାରେ କୋରୋନା ଲକ ଡାଉନ ଅପଡେଟ
author img

By

Published : Mar 28, 2020, 10:19 AM IST

Updated : Mar 28, 2020, 11:43 PM IST

23:15 March 28

କୋଭିଡ-19 ହସ୍ପିଟାଲ ପରିଦର୍ଶନ କଲେ ପାଣ୍ଡିଆନ

ଭୁବନେଶ୍ବର:ଓଡିଶା ଦେଶର ପ୍ରଥମ କୋଭିଡ ହସ୍ପିଟାଲ ପ୍ରତିଷ୍ଠା କରିବାକୁ ଯାଉଛି। ପ୍ରଥମ ପର୍ଯ୍ୟାୟରେ 1000 ବେଡ଼ ବିଶିଷ୍ଟ ହସ୍ପିଟାଲ ଖୋଲାଯିବ । 15 ଦିନରେ ଏହା କାମ କରିବ । ଗତକାଲି ଏନେଇ ବୁଝାମଣା ପତ୍ର ସ୍ବାକ୍ଷର ହେବା ପରେ ଆଜି ଯାଇ କାର୍ଯ୍ୟ ଅଗ୍ରଗତି ତଦାରଖ କରିଛନ୍ତି 5ଟି ସଚିବ। 

20:13 March 28

ସାମୟିକ ସମୟ ପାଇଁ ବନ୍ଦ ରହିବ 104

ଭୁବନେଶ୍ବର: ସାମୟିକ ସମୟ ପାଇଁ ବନ୍ଦ ରହିବ 104 । ଆସନ୍ତାକାଲି(ରବିବାର) ସକାଳ ୬ ଟାରୁ ୭ଟା ଯାଏଁ କୋରୋନା ହେଲ୍ପଲାଇନ ନମ୍ବର ୧୦୪ କାମ କରିବ ନାହିଁ । ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ବନ୍ଦ ରହିବ । ଏବେ ଏହି ନମ୍ବରକୁ ଅଧିକ କଲ ଆସୁଛି। ତେଣୁ ଏହାର କ୍ଷମତା ବୃଦ୍ଧି କରାଯିବାର ଆବଶ୍ୟକତା ରହିଛି ବୋଲି ସରକାର କହିଛନ୍ତି । ଅପଗ୍ରେଡ କରାଯିବ ପରେ ପୁଣି ପୂର୍ବ ଭଳି ଚାଲୁ ରହିବ।

16:20 March 28

ଲକଡାଉନ ଅପଡେଟ: ରାଜ୍ୟ ବାହାରେ ଥିବା ଓଡ଼ିଆଙ୍କ ପାଇଁ ନବୀନଙ୍କ ନିବେଦନ

ଭୁବନେଶ୍ବର: ଓଡିଶା ବାହାରେ ଥିବା ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା । ଯେଉଁ ଓଡ଼ିଆ ଭାଇଭଉଣୀମାନେ ବାହାରେ ଅଛନ୍ତି ସେମାନଙ୍କୁ ଖାଦ୍ୟ ଓ ମେଡିସିନ ଯୋଗାଇ ଦେବାପାଇଁ ଅନ୍ୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ ମାଧ୍ୟମରେ ଅନୁରୋଧ କରିଛନ୍ତି । ଏହାସହ ରାଜ୍ୟବାହାରେ ଥିବା ଓଡିଆଙ୍କ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କହିଛନ୍ତି ନବୀନ ।

08:12 March 28

ଲକଡାଉନ ଅପଡେଟ

4ର୍ଥ ଦିନରେ ପହଞ୍ଚିଛି କୋରୋନା ଲକଡାଉନ । ରାଜ୍ୟରେ ବି ଏହାର ପ୍ରଭାବ ଦେଖିବାକୁ ମିଳିଛି । ଭୁବନେଶ୍ବର ସମେତ ସମସ୍ତ ସହର ଓ ଜିଲ୍ଲାରେ ବନ୍ଦ ରହିଛି ଦୋକାନ ବଜାର ଓ ଗାଡିମଟର । ରାସ୍ତାଘାଟ ଶୂନଶାନ । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ 3 ଜଣ କୋରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ତୃତୀୟ କୋରୋନା ଆକ୍ରାନ୍ତଙ୍କ ସଂସ୍ପର୍ଷରେ ଆସିଥିବା ଲୋକଙ୍କ ଖୋଜିବା ଜାରି ରହିଛି ବୋଲି ପୂର୍ବରୁ ରାଜ୍ୟସରକାରଙ୍କ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ସୂଚନା ଦେଇଥିଲେ ।

Last Updated : Mar 28, 2020, 11:43 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.