ETV Bharat / city

କୋଭିଡ କିଟ୍ ତଦନ୍ତ ଭାର ଭିଜିଲାନ୍ସକୁ ଯାଇଛି, ମହାଦୁର୍ନୀତିର ପର୍ଦ୍ଦାଫାସ ହେବ: ପିସିସି ସଭାପତି

author img

By

Published : Dec 9, 2020, 6:06 PM IST

Updated : Dec 9, 2020, 7:17 PM IST

କୋରୋନା କିଟ୍ ଦୁର୍ନୀତି ମାମଲାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସାମ୍ବାଦିକ ସମ୍ମିଳନୀ । ଲୋକାୟୁକ୍ତ ଏହି ଦୁର୍ନୀତିର ତଦନ୍ତ କରୁଛି ଏବଂ ଆମକୁ ନ୍ୟାୟ ମିଳିବ ବୋଲି କହିଲେ ନିରଞ୍ଜନ ପଟ୍ଟନାୟକ । ଅଧିକ ପଢନ୍ତୁ...

କୋରୋନା କିଟ ଲୋକାୟୁକ୍ତ ତଦନ୍ତରେ କ୍ୟାବିନେଟ ପରିସରଭୁକ୍ତ: କଂଗ୍ରେସ

ଭୁବନେଶ୍ବର: କୋରୋନା କିଟ୍ ଦୁର୍ନୀତି ମାମଲାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସାମ୍ବାଦିକ ସମ୍ମିଳନୀ । କୋରୋନା ସମୟରେ ଯେଉଁ ମହାଦୁର୍ନୀତି ହୋଇଥିଲା, ଆମେ ସେ ନେଇ ଲୋକାୟୁକ୍ତଙ୍କ ପାଖରେ ଫେରାଦ ହୋଇଥିଲୁ । ଲୋକାୟୁକ୍ତ ଭିଜିଲାନ୍ସକୁ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଖବର କାଗଜରୁ ଯାହା ଆମେ ଅନୁଧ୍ୟାନ କରିଥିଲୁ, ସେହି ସମୟରେ ମାସ୍କ ଓ ଅନ୍ୟାନ୍ୟ ଜିନିଷ କିଣା ଦାୟିତ୍ବରେ ଥିବା ସଚିବ ହେମନ୍ତ ଶର୍ମା ଓ ଡ୍ରଗ କଣ୍ଟ୍ରୋଲୋର ଜାମିନି ଷଡ଼ଙ୍ଗୀ କହିଥିଲେ ଯେ ସମସ୍ତ ଜିନିଷ କିଣିବା ପାଇଁ କ୍ରୟ କମିଟି ହୋଇଥିଲା ।

କୋରୋନା କିଟ୍ ଦୁର୍ନୀତି ମାମଲା, ଲୋକୟୁକ୍ତ ତଦନ୍ତରେ କ୍ୟାବିନେଟ ପରିସର ଭୁକ୍ତ: କଂଗ୍ରେସ

ଏହାକୁ ଅନୁଧ୍ୟାନ କରିବା ପାଇଁ ମନ୍ତ୍ରୀ ସ୍ତରୀୟ କମିଟି ଗଠନ ହୋଇଥିଲା । ଏହାପରେ କ୍ୟାବିନେଟ ମଧ୍ୟ ଏହାକୁ ସ୍ବୀକୃତି ଦେଇଛି । ତେଣୁ କ୍ରୟ କମିଟି ଠାରୁ ଆରମ୍ଭ କରି ମନ୍ତ୍ରୀ ଓ କ୍ୟାବିନେଟ ପର୍ଯ୍ୟନ୍ତ ଏହି ତଦନ୍ତ ପରିସର ମଧ୍ୟକୁ ଆସିଯାଇଛନ୍ତି । ଲୋକାୟୁକ୍ତଙ୍କ ପାଖରୁ ଆମକୁ ନ୍ୟାୟ ମିଳିବ, ଯେଉଁଥିପାଇଁ ଆମେ ଖୁସି ଅଛୁ ବୋଲି କହିଲେ ନିରଞ୍ଜନ ପଟ୍ଟନାୟକ ।

ସୂଚନା ଥାଉକି, କୋରୋନା କାଳରେ ମାସ୍କ ଓ ପିପିଇ କିଟ୍ କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଦୁର୍ନୀତିରେ ଓଡିଶା ଔଷଧ ନିଗମ ଅଧ୍ୟକ୍ଷା ଯାମିନୀ ଷଡଙ୍ଗୀ ଓ ଶିଳ୍ପ ସଚିବ ହେମନ୍ତ ଶର୍ମା ବଡ ହାତ ଥିବା ବିରୋଧି ଅଭିଯୋଗ କରିଥିଲେ । ଯାହାକୁ ନେଇ ରାଜନୈତିକ ବିବାଦ ଜୋର ଧରିଥିଲା । ପରେ ଲୋକାୟୁକ୍ତ ଏହି ଦୁର୍ନୀତିର ତଦନ୍ତ କରିଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Dec 9, 2020, 7:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.