ଭୁବନେଶ୍ବର: କୋରୋନା କାୟାରେ କଲବଲ ମଣିଷ । ଜୀବନ ଜୀବିକା ସବୁ ଠପ । କେତେବଳେ ସଟଡାଉନ ତ ଆଉ କେତେବେଳେ ଲକଡାଉନ। ଅନଲକ ପ୍ରକ୍ରିୟାରେ ବି ଅନେକ କଟକଣା। ହେଲେ ଏସବୁ ଭିତରେ କିଛି ଜୀବିକା ହରାଇ ଘରେ ବସିଥିବାବେଳେ ଏବେ କିନ୍ତୁ ଅନେକଙ୍କୁ ମିଳୁଛି ନୂଆ ଚାକିରି ସୁଯୋଗ। ସବୁଆଡେ ତାଲାବନ୍ଦର ପ୍ରଭାବ ରହିଥିବାରୁ ଏବେ ଇ-କର୍ମସ ବିଜନେସର ପ୍ରଭାବ ବଢୁଛି ।
ଘରେ ରହି ସବୁକିଛି ହାତପାହାନ୍ତାରେ ପାଇବାକୁ ଇଛୁକ ଗ୍ରାହକଙ୍କ ପାଇଁ ଏହି କମ୍ପାନୀ ଆବଶ୍ଯକ କରୁଛି ହୋମ ଡେଲିଭେରି ବୟ ଓ ଅଫିସିଆଲ କର୍ମଚାରୀ। ଘରେ ପନିପରିବା, ଗ୍ରୋସରୀ ଆଇଟମ ଓ ଖାଦ୍ଯପ୍ୟାକେଟ ସହ ମେଡିସିନ, ମୋଟର ଇଂଜିନ ରିପାଏର କ୍ଷେତ୍ରରେ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି। କୋରୋନା କାଳରେ କାମ ପାଇଁ ଇଛୁକ ଯୁବକ ଯୁବତୀଙ୍କ ପାଇଁ ଏହା କୌଣସି ସୁବର୍ଣ୍ଣ ସୁଯୋଗରୁ କମ ନୁହେଁ। ତେବେ ଏହି ରେସରେ ଆମାଜନ ଭଳି ସଂସ୍ଥା ସାମିଲ ହେବା ସହ ୨୦ ପ୍ରତିଶତ ଚାକିରୀ ସୁଯୋଗ ପ୍ରଦାନ କରି ସହଯୋଗର ହାତ ବଢେଇଛି ।
ସେହିପରି ଭୁବନେଶ୍ବରରେ ବି ଦେଖିବାକୁ ମିଳିଛି ଏହାର ପ୍ରଭାବ। କେବଳ ବଡ ବଡ ଇ କମର୍ସ ବ୍ଯବସାୟୀ ସଂସ୍ଥା ନୁହଁ ଛୋଟ ଛୋଟ ବ୍ଯବସାୟୀ, ନିୟୁ କମର ବି ଆରମ୍ଭ କରିଛନ୍ତି ଷ୍ଟାର୍ଟପ। ବାସ ଘରେ ରହି ଚାଲୁଛି ବ୍ୟବସାୟ। ଯାହାର ସୁଯୋଗରେ କିଛି ବେକାରୀ ଯୁବପିଢିଙ୍କୁ ମିଳିଛି ଚାକିରି ସୁଯୋଗ। ଆର କେ ଡେଲିଭେରି ନାମକ ଇ-କମର୍ସ ସଂସ୍ଥା ପରିବାଠୁ ଆରମ୍ଭ କରି ଗ୍ରୋସରୀ ମାଛ ଓ ଫଳ ସହ ରନ୍ଧା ଖାଦ୍ଯ ଅନଲାଇନ ଜରିଆରେ ପହଁଚାଉଛନ୍ତି । ଏଥିପାଇଁ କିଛି ଯୁବକ ଏହି କାର୍ଯ୍ୟରେ ନିଯୁକ୍ତି ପାଇ ପାରିଛନ୍ତି।
ମହାମାରୀର ମହାଦଶା ଅତ୍ୟନ୍ତ ଉତ୍କଟ ପରିସ୍ଥିତିକୁ ଠିଆ କରିଛି। ଏହି କୋରୋନା କାହା ପାଇଁ କାଳ ସାଜିଥିବା ବେଳେ କାହାପାଇଁ ସାଜିଛି ରୋଜଗାରର ଉତ୍ସ। ତେବେ ଦେଖିବାର କଥା କେବେ ହଟୁଛି କୋରୋନା ଓ ତାହାର କଳାନଜର।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ