ETV Bharat / city

ଦୁଇ ସପ୍ତାହ ମଧ୍ୟରେ କମିବ ସଂକ୍ରମଣ: ILS ନିର୍ଦ୍ଦେଶକ

author img

By

Published : Jun 3, 2021, 6:46 PM IST

ରାଜ୍ୟରେ 10 ରୁ 15 ଦିନ ମଧ୍ୟରେ କମିବ ସଂକ୍ରମଣ । ରାଜ୍ୟରେ କରୋନା ସ୍ଥିତି ନେଇ ସୂଚନା ଦେଇଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା । ଅଧିକ ପଢନ୍ତୁ...

ଦୁଇ ସପ୍ତାହ ମଧ୍ୟରେ କମିବ ସଂକ୍ରମଣ: ଆଇଏଲଏସ
ଦୁଇ ସପ୍ତାହ ମଧ୍ୟରେ କମିବ ସଂକ୍ରମଣ: ଆଇଏଲଏସ

ଭୁବନେଶ୍ବର: ରାଜ୍ୟରେ କରୋନା ସ୍ଥିତି ଏବେ ଚିନ୍ତାଜନକ । ଲାକଡାଉନ ହୋଇଥିଲେ ବି ସଂକ୍ରମଣ ସାମାନ୍ୟ ଥମିଛି । ତେବେ ମେ 15 ରୁ 25 ପର୍ଯ୍ୟନ୍ତ ରାଜ୍ୟରେ ସଂକ୍ରମଣ 11ହଜାରରୁ 12 ହଜାର ରହୁଥିଲା । ଏହି ସମୟରେ ରାଜ୍ୟରେ ପଜିଟିଭ ପିକ ରେ ରହିଥିଲା। ଏବେ 25 ଠାରୁ ସଂକ୍ରମଣ କମିବା ଆରମ୍ଭ କରିଛି। ଭୁବନେଶ୍ୱର, କଟକ, ଢେଙ୍କାନାଳ ଭଳି ଜାଗାରେ ଟିକିଏ ସଂକ୍ରମଣ ଅଧିକ ରହୁଛି। ଆଉ 10 ଦିନରୁ 15 ଦିନ ମଧ୍ୟରେ ସ୍ଥିତିରେ ସୁଧାର ଆସିବ ବୋଲି କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା।

ଦୁଇ ସପ୍ତାହ ମଧ୍ୟରେ କମିବ ସଂକ୍ରମଣ: ILS ନିର୍ଦ୍ଦେଶକ

ଅନ୍ୟପଟେ ରାଜ୍ୟରେ ମୃତ୍ୟୁହାର ମଧ୍ୟ ବଢୁଛି । ମୃତ୍ୟୁ ସଂଖ୍ୟା ବଢିବାର କାରଣ ହେଉଛି କୋରୋନା ରୋଗୀଙ୍କ ଅନ୍ୟ ରୋଗରେ ଆକ୍ରାନ୍ତ ହେବା, ତେଣୁ ଲୋକମାନେ ଅନେକ ସମୟରେ ପ୍ରଥମରୁ ଅବହେଳା କରୁଛନ୍ତି ଏବଂ ରୋଗ ସମ୍ପର୍କରେ ଲୁଚାଉଛନ୍ତି। ଯାହା ଫଳରେ ସଂକଟାପନ୍ନ ହେବା ବେଳକୁ ମେଡିକାଲ ଆସୁଛନ୍ତି, ତେଣୁ ମୃତ୍ୟୁ ସଂଖ୍ୟା ବଢୁଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.