ETV Bharat / city

'ଟିକା ନେବା ପରେ ବି ହୋଇପାରେ କୋରୋନା'

କୋରୋନା ଟିକା ନେବା ପରେ ମଧ୍ୟ ସଂକ୍ରମଣ ହୋଇପାରେ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ଅଧିକ ପଢନ୍ତୁ...

'ଟିକା ନେବା ପରେ ବି ହୋଇପାରେ କୋରୋନା'
'ଟିକା ନେବା ପରେ ବି ହୋଇପାରେ କୋରୋନା'
author img

By

Published : Apr 9, 2021, 2:16 PM IST

ଭୁବନେଶ୍ବର: ଟିକା ନେବା ପରେ ମଧ୍ୟ କୋରୋନା ମହାମାରୀରେ ସଂକ୍ରମିତ ହେବାର ସମ୍ଭାବନା ରହିଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସମ୍ଭାବନା ଥିଲେ ମଧ୍ୟ ରୋଗୀଙ୍କୁ କୋରୋନା ସଂକ୍ରମଣର ପ୍ରଭାବ ରୋକିବା ପାଇଁ ଟିକା ନେବା ଆବଶ୍ୟକ ବୋଲି ବିଜୟ ପାଣିଗ୍ରାହୀ କହିଛନ୍ତି ।

'ଟିକା ନେବା ପରେ ବି ହୋଇପାରେ କୋରୋନା'

ରାଜ୍ୟରେ କୋରୋନା କାୟା ବିସ୍ତାର କରିବାରେ ଲାଗିଛି । ଦୈନିକ ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ଘଟୁଛି । ଏପଟେ ଟିକାର ଅଭାବ ଥିବାରୁ ଟୀକାକରଣରେ ବାଧା ସୃଷ୍ଟି ହେଉଛି । ରାଜ୍ୟରେ ଗୁରୁବାର କୋରାପୁଟ ଓ ସୋନପୁର ଜିଲ୍ଲାରେ ଟିକା ଅଭାବରୁ ଟୀକାକରଣ ବନ୍ଦ ରହିଥିଲା । ଅନ୍ୟପଟେ ଟିକା ନେଲା ପରେ ମଧ୍ୟ କୋରୋନା ସଂକ୍ରମଣ ହେବାର ସମ୍ଭାବନା ରହିଛି । କିନ୍ତୁ ଟିକା ନେଲେ ସଂକ୍ରମଣର ପ୍ରଭାବ କମ ରହିବ ବୋଲି ସେ କହିଛନ୍ତି ।

ଟିକା ନେବାପରେ ଆଣ୍ଟିବଡି ଯଦି ଡେଭଲପ ହୋଇଛି ତେବେ ଏହା ରୋଗର ପ୍ରଭାବକୁ କମାଇବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ରାଜ୍ୟରେ ଏବେ 3.2 ଲକ୍ଷ କୋଭିସିଲଡ଼ ଓ 1 ଲକ୍ଷ କୋଭାକ୍ସିନ ଟିକା ରହିଛି । ଗୁରୁବାର 872 ସେଣ୍ଟରରେ 1 ଲକ୍ଷ 32 ହଜାର ଟୀକାକରଣ କରାଯାଇଥିବା ବେଳେ ଶୁକ୍ରବାର ପର୍ଯ୍ୟନ୍ତ ମୋଟ 39 ଲକ୍ଷ 84 ହଜାର 878 ଟୀକାକରଣ ହୋଇଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.