ଭୁବନେଶ୍ବର: ମାଡୁଛି କୋରୋନା, ବଢୁଛି ଟେନସନ । ଦୈନିକ ନୂଆ ମାମଲାରେ ଲୋକାଲ କେସ୍ ବୃଦ୍ଧି ପାଇଁ ଚିନ୍ତାରେ ସରକାର ଆଉ ପ୍ରଶାସନ । ଜୁଲାଇ 7, ଦିନକରେ ରାଜ୍ୟର ସର୍ବାଧିକ 571 କୋରୋନା ପଜିଟିଭ ମାମଲା । ଏଥିମଧ୍ୟରୁ 403 କ୍ବାରେଣ୍ଟାଇନ ସେଣ୍ଟରର ଆଉ 168 ସ୍ଥାନୀୟ ସଂକ୍ରମଣ । ଏପଟେ ଗତ 10 ଦିନରେ ସ୍ଥାନୀୟ ସଂକ୍ରମଣ ମାମଲା ଲମ୍ବା ଡିଆଁ ମାରି ପହଞ୍ଚିଛି 924ରେ । ଗତମାସ 27 ତାରିଖରେ, ନୂଆ ମାମଲା ଥିଲା 170 । ସେଥିରୁ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ଥିଲା 27 । ହେଲେ ମାତ୍ର ଆଉ 10 ଦିନ ପରେ ଅର୍ଥାତ ଜୁଲାଇ 7ସୁଦ୍ଧା ସ୍ଥାନୀୟ ସଂକ୍ରମଣ ମାମଲା 1000 ପାଖାପାଖି ପହଞ୍ଚିବା ପରେ ଭୟଙ୍କର ହେଉଛି ପରିସ୍ଥିତି ।
ଜୁନ 27 ତାରିଖରେ 27ଟି ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଥିବାବେଳେ ଜୁନ 28 ତାରିଖରେ 30, 29 ତାରିଖରେ 31, 30 ତାରିଖରେ 14 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି । ସେହିପରି ଜୁଲାଇ 1ରେ 43 , 2 ତାରିଖରେ 36, 3 ତାରିଖରେ ୧୩୬ , 4 ତାରିଖରେ 140 , 5 ତାରିଖରେ 152, 6 ତାରିଖରେ 147 ଜଣ ଏବଂ 7 ତାରିଖରେ 168 ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଏପଟେ ଦୈନିକ ସ୍ଥାନୀୟ ସଂକ୍ରମଣ ମାମଲାରେ ଦୃତ ବୃଦ୍ଧି ପରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା କରିଛନ୍ତି ବିଶେଷଜ୍ଞ ।
ଦୈନିକ ରେକର୍ଡ ମାମଲା ଆସୁଥିବାରୁ ଏଭିଳ ସ୍ଥିତିରେ ପ୍ରଶ୍ନ ଉଠିଛି କଣ ଗୋଷ୍ଠୀ ସଂକ୍ରମଣ ଆଡକୁ ମୁହାଁଉଛି କି ଓଡିଶା ? ବିଳମ୍ବରେ ଟେଷ୍ଟିଂ ସହ କୋରୋନା ଯୋଦ୍ଧାଙ୍କୁ ଉପଯୁକ୍ତ ସୁରକ୍ଷା ଉପରକରଣ ନମିଳିବା ଓ ହୋମକ୍ବାରେଣ୍ଟାଇନ ନିୟମ ସଠିକଭାବେ ପାଳନ ନକରିବା ଆଗକୁ ସ୍ଥିତିକୁ ଅଧିକ ସଙ୍ଗୀନ କରିବ କି ?
ଭୁବନେଶ୍ୱରରୁ ତପନ ଦାସ, ରିପୋର୍ଟ ଇଟିଭି ଭାରତ