ETV Bharat / city

କୋରୋନା ଚିନ୍ତା ବଢାଉଛି ଝାରପଡା ଜେଲ, ପ୍ରଦୀପ ପାଣିଗ୍ରାହୀ ଓ ଅଭୟ ପାଠକ ପଜିଟିଭ

author img

By

Published : May 21, 2021, 9:31 PM IST

ରାଜ୍ୟର ହାଇପ୍ରଫାଇଲ ଜେଲ ମଧ୍ୟର ଝାରପଡା ଜେଲ ଅନ୍ୟତମ । କୋଭିଡକୁ ନେଇ ଝାରପଡା ଜେଲରେ ସ୍ଥିତି ସଂଗୀନ। ଗତକାଲି ଝାରପଡା ଜେଲରୁ ୯୬ ଜଣ ପଜିଟିଭ ହୋଇଛନ୍ତି । ଯେଉଁଥିରେ ଅଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ଆଇଏଫଏସ ଅଭୟ ପାଠକ ଆକ୍ରାନ୍ତ। ଅଧିକ ପଢନ୍ତୁ...

Pradeep Panigrahi and IFS Abhay Pathak covid19 positive
କୋରୋନା ଚିନ୍ତା ବଢାଉଛି ଝାରପଡା ଜେଲ,ପ୍ରଦୀପ ପାଣିଗ୍ରାହୀ ଓ ଅଭୟ ପାଠକ ପଜିଟିଭ

ଭୁବନେଶ୍ବର: କୋଭିଡକୁ ନେଇ ଝାରପଡା ଜେଲରେ ସ୍ଥିତି ସଂଗୀନ। ଗୁରୁବାର କୋଭିଡ ଟେଷ୍ଟ ରିପୋର୍ଟରେ 195 ଜଣଙ୍କ ମଧ୍ୟରୁ ୯୬ ଜଣ ପଜିଟିଭ। ଯେଉଁଥିରେ ଅଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ଆଇଏଫଏସ ଅଭୟ ପାଠକ ଆକ୍ରାନ୍ତ। ଯାହାକୁ ନେଇ ହାଇପ୍ରୋଫାଇଲ ଲୋକଙ୍କ ସ୍ଥିତି ଏମିତି ହୋଇଥିବା ବେଳେ ଅନ୍ୟ କଏଦୀଙ୍କ ସ୍ଥିତି କଣ। ନିର୍ଦ୍ଧିଷ୍ଟ ସୀମା ଭିତରେ କିପରି ହେଉଛି କୋଭିଡ ପରିଚାଳନା ତାହାକୁ ନେଇ ଉଠିଛି ପ୍ରଶ୍ନ।

ରାଜ୍ୟର ହାଇପ୍ରଫାଇଲ ଜେଲ ମଧ୍ୟର ଝାରପଡା ଜେଲ ଅନ୍ୟତମ । ଦିନକୁ ଦିନ କୋରୋନା ବିସ୍ଫୋରସ ସ୍ଥିତି ହେଉଥିବାବଳେ ଏବେ ଜେଲ ଭିତରେ ମଧ୍ୟ କୋରୋନା ପଜିଟିଭି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ଝାରପଡା ଜେରୁ 96 କୋରୋନ ପଜିଟିଭି ଚିହ୍ନଟ ହୋଇଛନ୍ତି । ସେମାନ ମଧ୍ୟରୁ ରାଜ୍ୟର ହାଇପ୍ରଫାଇଲ ନେତା ଅଫିସର ମଧ୍ୟ ଏବେ କୋରୋନ ପଜିଟିଭ ହୋଇଛନ୍ତି । ରାଜନେତା ପ୍ରଦୀପ ପାଣିଗ୍ରାହୀ ଓ ଆଇଏଫଏସ ଅଭୟ ପଠାକ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇ ଜେଲରେ ଭର୍ତ୍ତି ହୋଇଛନ୍ତି । ସେପଟେ ଜେଲ ଡିଜି କହିଛନ୍ତି ଝାରପଡା ସ୍ଥିତି ଦେଖି ଖଣ୍ଡପଡାରୁ ଆସିଛନ୍ତି ଫାର୍ମାସିଷ୍ଟ । ସ୍ବତନ୍ତ୍ର କୋଭିଡ ପରିସ୍ଥିତି ସହ କିପରି ହେବ ନିୟନ୍ତ୍ରଣ ସେ ଦିଗରେ ଧ୍ୟାନ ଦିଆଯାଉଛି ।

ପ୍ରଦୀପ ପାଣିଗ୍ରାହୀ ଓ ଅଭୟ ପାଠକ ପଜିଟିଭ

ସେହିପରି ରାଜ୍ୟରେ ବିଭିନ୍ନ ଜେଲକୁ ନେଇ ମଧ୍ୟ ମତ ରଖିଛନ୍ତି ଜେଲ ଡିଜି ସନ୍ତୋଷ ଉପାଧ୍ୟୟ । ରାଜ୍ୟର ୮୭ଟି ଜେଲର ସୁପରିଟେଣ୍ଡଣ୍ଟ ମାନଙ୍କୁ କଡା ନିର୍ଦ୍ଦେଶ ରହିଛି । ସେହିପରି କିପରି କୋଭିଡ ପରିସ୍ଥିତି ନିୟନ୍ତ୍ରଣ କରିବେ ସେନେଇ କଡା ନିର୍ଦ୍ଦେଶ ଦିଆଯାଇଛି । ଉଚ୍ଚସ୍ତରୀୟ କମିଟି ନିର୍ଦ୍ଦେଶ କ୍ରମେ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଜେଲରେ ମାସ୍କ ବ୍ୟବହାର, ସାନିଟାଇଜର, ସାମାଜିକ ଦୂରତାକୁ କଡାକଡି କରାଯାଇଛି । କୋଭିଡ ଆକ୍ରାନ୍ତଙ୍କ ପାଇଁ ସ୍ବତନ୍ତ୍ର ଆଇସୋଲେସନ ବ୍ୟବସ୍ଥା କରାଯାଇଛି । କଏଦୀଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେଲେ କୋଭିଡ କେୟାର ସେଣ୍ଟରକୁ ପଠାଯିବାର ବ୍ୟବସ୍ଥା କରାଯାଉଥିବା ଜେଲ ଡିଜି କହିଛନ୍ତି ।

ଭୁବନେଶ୍ବରର ତାପସ ପରିଡା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.