ETV Bharat / city

କୋରୋନା କୋପରେ ପୁଣି ଗଲା 6 ଜୀବନ: ମୃତ୍ୟୁ ସଂଖ୍ୟା 114

author img

By

Published : Jul 23, 2020, 12:39 PM IST

ରାଜ୍ୟରେ ଆଜି ଆଉ 6 ଜଣଙ୍କର ଜୀବନ ନେଲା କୋରୋନା। ଯାହାଫଳରେ ରାଜ୍ୟରେ ମୋଟ 114 କୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ଅଧିକ ଖବର ପଢନ୍ତୁ...

କୋରୋନା କୋପରେ ପୁଣି ଗଲା 6 ଜୀବନ; ମୃତ୍ୟୁ ସଂଖ୍ୟା 114

ଭୁବନେଶ୍ବର: ରାଜ୍ୟରେ ଆଜି ଆଉ 6 ଜଣଙ୍କର ଜୀବନ ନେଲା କୋରୋନା। ଯାହାଫଳରେ ରାଜ୍ୟରେ ମୋଟ 114 କୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ମୃତ୍ୟୁ ସଂଖ୍ୟାରେ ମଧ୍ୟ ଲଗାମ ଲାଗିପାରୁନାହିଁ । 6 ମୃତକଙ୍କ ମଧ୍ୟରୁ କୋରୋନା ହଟସ୍ପଟ ଗଞ୍ଜାମ ଜିଲ୍ଲାରୁ 5 ଓ ଖୋର୍ଦ୍ଧାରୁ ଜଣେ ବୋଲି ସୂଚନା ରହିଛି ।

ଗଞ୍ଜାମର 41 ବର୍ଷର ପୁରୁଷ, 63 ବର୍ଷର ପୁରୁଷ, 51 ବର୍ଷର ମହିଳା, 69 ବର୍ଷର ପୁରୁଷ, ଜିଲ୍ଲାର 57 ବର୍ଷର ପୁରୁଷଙ୍କ ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାର 86 ବର୍ଷର ମହିଳାଙ୍କ ମୃତ୍ୟୁ ହୋଇଛି । ସମସ୍ତ ମୃତକ ଡାଏବେଟିସ ଓ ଉଚ୍ଚ ରକ୍ତଚାପରେ ପୀଡିତ ଥିବା ନେଇ ସୂଚନା ରହିଛି ।

ସେପଟେ ଗଞ୍ଜାମରେ ମୋଟ ମୃତ୍ୟୁ ସଂଖ୍ୟା 67 ହୋଇଥିବାବେଳେ ଖୋର୍ଦ୍ଧାରେ 15, କଟକରେ 9, ଗଜପତିରେ 6, ସୁନ୍ଦରଗଡ, ଜଗତସିଂହପୁର, ପୁରୀ, ରାୟଗଡା, ଅନୁଗୋଳ ଓ କେନ୍ଦ୍ରାପଡାରେ 2 ଜଣ ଲେଖାଏଁ ମୃତ୍ୟୁ ଘଟିଛି । ସେହିପରି ଯାଜପୁର, ଭଦ୍ରକ, ନୟାଗଡ, ବରଗଡ ଓ କନ୍ଧମାଳରେ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.