ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କୋରୋନାରେ ପ୍ରାଣ ହରାଉଛନ୍ତି ଆକ୍ରାନ୍ତ । ଆଜି ପୁଣି ରାଜ୍ୟରେ 7 ଜଣଙ୍କର କୋରୋନା ମୃତ୍ୟୁ ହୋଇଛି। ଆଜିର ମୃତ୍ୟୁକୁ ମିଶାଇ ରାଜ୍ୟରେ ମୋଟ 154କୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି।
ମୃତକଙ୍କ ମଧ୍ୟରେ ଗଞ୍ଜାମରୁ 55, 56 ଓ 39 ବର୍ଷର ପୁରୁଷ ମୃତ୍ୟୁ ବରଣ କରିଥିବା ବେଳେ ରାୟଗଡାରୁ 72 ବର୍ଷର ପୁରୁଷ ଓ 31 ବର୍ଷର ପୁରୁଷଙ୍କ ମୃତ୍ୟୁ ହୋଇଛି ।
ଖୋର୍ଦ୍ଧାରୁ ଜଣେ ଓ କଟକରୁ 45 ବର୍ଷର ପୁରୁଷଙ୍କ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ