ETV Bharat / city

ଦିନକରେ 4 ଜଣଙ୍କ ଜୀବନ ନେଲା କିଲର ଭାଇରସ

author img

By

Published : Dec 20, 2020, 1:14 PM IST

ସମଗ୍ର ଦେଶରେ କୋରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିବାବେଳେ, ଓଡିଶାରେ ଏହାର ପ୍ରକୋପ ହ୍ରାସ ପାଉଥିବା ଦେଖିବାକୁ ମିଳୁଛି । ଗତ 24 ଘଣ୍ଟା ମଧ୍ୟରେ 4 ଜଣଙ୍କ ମୃତ୍ୟୁ ହେବା ସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 1,836ରେ ପହଞ୍ଚିଛି । ଅଧିକ ପଢନ୍ତୁ...

ରାଜ୍ୟରେ କମୁଛି କୋରୋନା ମୃତ୍ୟୁ ସଂଖ୍ୟା, ଦିନକରେ 4 ଜଣଙ୍କ ମୃତ୍ୟୁ

ଭୁବନେଶ୍ବର: ସମଗ୍ର ଦେଶରେ କୋରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିବାବେଳେ, ରାଜ୍ୟରେ ମଧ୍ୟ ଧିରେ ଧିରେ ସୁଧୁରୁଛି କୋରୋନା ସ୍ଥିତି । ଏପଟେ କୋରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ସେହି ଅନୁପାତରେ କମିବାରେ ଲାଗିଛି । ଗତ 24 ଘଣ୍ଟା ମଧ୍ୟରେ 4 ଜଣଙ୍କ ମୃତ୍ୟୁ ହେବା ସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 1,836ରେ ପହଞ୍ଚିଛି ।

ମୃତ୍ୟୁ ହୋଇଥିବା 4 ଜଣଙ୍କ ମଧ୍ୟରେ ଭୁବନେଶ୍ବରର ଜଣେ 75 ବର୍ଷିୟ ପୁରୁଷ, ଯିଏ ମଧୁମେହରେ ପୀଡିତ ଥିଲେ, ମୟୂରଭଞ୍ଜର ଜଣେ 86 ବର୍ଷିୟ ପୁରୁଷ, ଯିଏ ଉଚ୍ଚ ରକ୍ତଚାପ, ବେନିନ ପ୍ରୋଷ୍ଟାଟିକ୍ ହାଇପରପ୍ଲାସିଆ ଏବଂ ଲୋୟର ଶ୍ବାସକ୍ରିୟା ସଂକ୍ରମଣରେ ମଧ୍ୟ ପୀଡିତ ଥିଲେ, ସମ୍ବଲପୁର ଜିଲ୍ଲାର ଜଣେ 62 ବର୍ଷିୟ ମହିଳା, ଯିଏ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ ଏବଂ ସୁନ୍ଦରଗଡ ଜିଲ୍ଲାର ଜଣେ 53 ବର୍ଷିୟ ମହିଳାଙ୍କ ମୃତ୍ୟୁ ହୋଇଛି, ଯିଏକି ମଧୁମେହରେ ପୀଡିତ ଥିଲେ ।

ଦିନକୁ ଦିନ ରାଜ୍ୟରେ କୋରୋନା ସଂକ୍ରମଣ କମୁଥିବା ବେଳେ କିଛି ଦିନ ହେବ ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗିଛି । ଏବେ ସୁଦ୍ଧା ରାଜ୍ୟରେ 1,836 ଜଣଙ୍କର କୋରୋନା ଜନିତ ମୃତ୍ୟୁ ଘଟିଲାଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.