ETV Bharat / city

କୋରୋନାରେ ଦିନକରେ ରାଜ୍ୟର 6 ମୃତ

author img

By

Published : Dec 8, 2020, 12:58 PM IST

ରାଜ୍ୟରେ କୋରୋନାଜନିତ ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଛି । ତେବେ ଆଜି କୋରୋନାରେ ଛଅଜଣଙ୍କ ଜୀବନ ଯାଇଛି । ଅଧିକ ପଢନ୍ତୁ...

ରାଜ୍ୟରେ କମୁଛି କୋରୋନାଜନିତ ମୃତ୍ୟୁ ସଂଖ୍ୟା
ରାଜ୍ୟରେ କମୁଛି କୋରୋନାଜନିତ ମୃତ୍ୟୁ ସଂଖ୍ୟା

ଭୁବନେଶ୍ବର: ଦୀର୍ଘ 10ମାସ ହେବ କୋରୋନା ସାରା ବିଶ୍ବରେ ତାର କାୟା ବିସ୍ତାର କରିଛି । କେତେ ଲୋକଙ୍କ ଜୀବନ ନେଇଛି ତାର ହିସାବ ନାହିଁ । ତେବେ ଓଡିଶାରେ କୋରୋନାଜନିତ ମୃତ୍ୟୁସଂଖ୍ୟାରେ ହ୍ରାସ ଘଟିଛି ।

କୋରୋନାରେ ଦିନକୁ ପ୍ରାୟ 15ରୁ 20ଜଣଙ୍କ ଜାବନ ଯାଉଥିଲା । ହେଲେ ଏହି କିଛିଦିନ ହେବ କେରୋନା ମୃତ୍ୟୁ ସଂଖ୍ୟା କମିବାରେ ଲାଗିଛି । ମଙ୍ଗଳବାର କୋରୋନାରେ ଛଅଜଣଙ୍କ ଜୀବନ ଯାଇଛି । ମୃତ ଛଅଜଣ ହେଲେ ଝରସୁଗୁଡ଼ାରେ 33 ବର୍ଷର ମହିଳା, ଖୋର୍ଦ୍ଧାର 56 ବର୍ଷର ପୁରୁଷ, ପୁରୀର 37 ବର୍ଷର ମହିଳା, 47 ବର୍ଷର ପୁରୁଷଙ୍କର ମୃତ୍ୟୁ ଘଟିଥିବା ବେଳେ ସମ୍ବଲପୁରରେ 55 ବର୍ଷର ପୁରୁଷ ଓ ସୁନ୍ଦରଗଡ ରେ 30 ବର୍ଷର ଜଣେ ପୁରୁଷଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ଏବେ ଯାଏଁ ମୋଟ ମୃତ୍ୟୁ ସଂଖ୍ୟା 1784ରେ ପହଞ୍ଚିଛି ।

ରାଜ୍ୟରେ ସଂକ୍ରମଣ କମିବା ସହ ମୃତ୍ୟୁ ସଂଖ୍ୟା କମୁଛି ସତ, ହେଲେ ଯେ ପର୍ଯ୍ୟନ୍ତ କୋରୋନା ଦେଶରୁ ସମ୍ପୁର୍ଣ୍ଣ ଶେଷ ନ ହୋଇଛି ସେବେ ଯାଏଁ ଲୋକମାନଙ୍କୁ ସର୍ତକ ରହିବାକୁ ବିଶେଷଜ୍ଞମାନେ ପରାର୍ମଶ ଦେଉଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.