ETV Bharat / city

ରାଜଧାନୀ ରାସ୍ତାରେ କୋଭିଡ-19 ବାଇକ, ପେଡାଲ ମାରିଲେ ଗଡୁଛି ଗାଡି - କୋଭିଡ-19 ଗାଡ଼ି

ପେଡ଼ଲ ମାରିଲେ ଗଡ଼ୁଛି ଗାଡ଼ି । ଦିଶୁଛି ବାଇକ ପରି ହେଲେ ଗଡୁଛି ସାଇକଲ ଭଳି । ଲକଡାଉନ ସମୟର ରାଜଧାନୀର ରାସ୍ତାରେ ଗଡୁଛି କୋରୋନା ବାଇକ ସାଇକଲ । ଲାଇଟ ଅଛି, ହର୍ଣ୍ଣ ବି ଅଛି । କିନ୍ତୁ ବିନା ଇଞ୍ଜିନରେ ନୂତନ ଜ୍ଞାନ କୌଶଳରେ ନିର୍ମିତ ହୋଇଛି ଲକଡାଉନ ଇଞ୍ଜିନ । ଦେଖନ୍ତୁ ଭିଡ଼ିଓ...

covid-19 vehicles
covid-19 vehicles
author img

By

Published : Jun 24, 2020, 6:35 PM IST

Updated : Jun 24, 2020, 8:22 PM IST

ଭୁବନେଶ୍ବର: ଦିଶୁଛି ବାଇକ ପରି ହେଲେ ଗଡୁଛି ସାଇକଲ ଭଳି । ଲକଡାଉନ ସମୟର କୋରୋନା ବାଇକ ସାଇକଲ । ରାଜଧାନୀରେ ଦେଖିବାକୁ ମିଳିଛି ଏମିତି ଏକ ବାଇକ ସାଇକଲ । ଏଥିରେ ପେଟ୍ରୋଲ ଟାଙ୍କି ବଦଳରେ ରହିଛି ହ୍ଯାଣ୍ଡ ସାନିଟାଇଜର । ଆଉ ବିନା ଇଞ୍ଜିନରେ ନୂତନ ଜ୍ଞାନ କୌଶଳରେ ନିର୍ମିତ ଲକଡାଉନ ଇଞ୍ଜନ । ବାଇକ ସାଇକଲର ନା ରହିଛି କୋଭିଡ ୧୯ । ପରିସ୍ଥିତିକୁ ନେଇ ନମ୍ବରପ୍ଲେଟ ଜରିଆରେ ସୋସିଆଲ ମେସେଜ । ଲକଡାଉନ ସମୟରେ ଘରେ ରହି ରାଜଧାନୀରେ ନିର୍ମାଣ କରିଛନ୍ତି ରମେଶ ଚନ୍ଦ୍ର ବସ୍ତିଆ । ରମେଶ ଜଣେ ଗ୍ଯାରେଜର ମାଲିକ ମଧ୍ୟ ଅଟନ୍ତି ।

ରାଜଧାନୀ ରାସ୍ତାରେ କୋଭିଡ-19 ଗାଡ଼ି, ପେଡ଼ାଲ ମାରିଲେ ଯାଉଛି ଗଡ଼ି
ତେବେ ଏହି ବାଇକ ସାଇକେଲରେ କେବଳ ଇଞ୍ଜିନକୁ ଛାଡିଦେଲେ ସମ୍ପୂର୍ଣ୍ଣ ବାଇକ ପରି । ଇଣ୍ଡିକେଟର ରହିଛି। ବ୍ରେକ ଲାଗିଛି। ବାଇକ ଟାୟାର ଯୋଗେ ରାସ୍ତାରେ ଗଡୁଛି । ତେବେ ଜିମ ଯାଇ ସାଇକ୍ଲିଂ କରିବା ଅପେକ୍ଷା ଏହାକୁ ଚଲାଇବା ଅତ୍ଯନ୍ତ ଭଲ ବୋଲି କହିଛନ୍ତି ଏହାରା ନିର୍ମାତା ରମେଶ ।ତେବେ ରମେଶଙ୍କ ଘର ଗତସିଂହପୁର ନାଉଗାଁ ଏରଡାରେ ହୋଇଥିବାବେଳେ ୨୦ ବର୍ଷ ଧରି ନୟାପଲିରେ ଗ୍ଯାରେଜ କରିଛନ୍ତି ରମେଶ । ପୁରୁଣା ଗାଡିକୁ ବାଇକ ମଡେଲିଂ କରିବାରେ ମାହିର । ଖତ ଖାଉଥିବା ଗାଡିକୁ ନୂଆ ରୂପ ଦେବା ପରେ ଏବେ ଏସବୁ ପାଇଁ ଆସୁଛି ଅନେକ ଅର୍ଡର । ଯାହା ଭୁବନେଶ୍ବରରେ ଏବେ ଚର୍ଚ୍ଚା ପାଲଟିଛି । ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Last Updated : Jun 24, 2020, 8:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.