ଭୁବନେଶ୍ବର: କୋରୋନା ପରିଚାଳନାରେ କେତେ ସଫଳ ରାଜ୍ୟ ସରାକର ? ସରକାରଙ୍କ ମଡେଲ କେତେ ଫଳପ୍ରଦ ? ସମୟ ବଢୁଥିବା ବେଳେ କୋରୋନା ସଂକ୍ରମଣ ଧିରେ ଧିରେ କମୁଛି, ହେଲେ ମୃତ୍ୟୁ ଟ୍ରେଣ୍ଡରେ ବ୍ରେକ୍ ଲାଗୁନି । ଏହାରି ଭିତରେ ସରକାର, କୋରୋନା ନେଇ ସଫଳ ନୀତିକୁ ଜନସାଧାରଣଙ୍କ ଆଗରେ ଉପସ୍ଥାପିତ କରିଛନ୍ତି । ହେଲେ ସରକାରଙ୍କ କଥନୀ ଓ କରନି ମଧ୍ୟରେ ଦେଖାଯାଇଛି ଅନେକ ଫରକ । କୋଭିଡ ପରିଚାଳନା ନେଇ ପଦାକୁ ଆସିଛି ଅନେକ ତ୍ରୁଟି । ବିଏମସିର ଦୟନୀୟ ସ୍ଥିତି ପଦାରେ ପଡିଛି । ଡାକ୍ତର ନାରେ ଆକ୍ରାନ୍ତଙ୍କ ଚିକିତ୍ସା ଉପରେ ମଧ୍ୟ ଉଠିଛି ଅଙ୍ଗୁଳି । ଆକ୍ରାନ୍ତ, ମୃତ୍ୟୁ ସଂଖ୍ୟାର ମଧ୍ୟ ବେଳେବେଳେ ତାଳ ମେଳ ନାହିଁ । ଏ ସବୁ ଭିତରେ ବିଏମସି କୋଭିଡ ପରିଚାଳନା ରେ ପାସ ନା ଫେଲ ତାକୁ ନେଇ ଉଠିଛି ପ୍ରଶ୍ନ ।
କୋରୋନାରେ ୭ ମାସ, ପରିଚାଳନାରେ କେତେ ସଫଳ ରାଜ୍ୟ ସରକାର ୭ ମାସ ପରେ କୋରୋନା ମୁକାବିଲା ରେ ସ୍ଥିତି ଅତ୍ୟନ୍ତ ଦୟନୀୟ କାରଣ ଯେତେବେଳେ ଅନଲକ ୧ ଆରମ୍ଭ ହେଲା ,ତାପରଠାରୁ ରାଜ୍ୟରେ କରୋନା ବଢି ବଢି ଚାଲିଛି,ଏବେ ଭୁବନେଶ୍ୱର ପାଲଟିଛି ହଟସ୍ପଟ । ଅଧିକାଂଶ ଲୋକଙ୍କ ମତରେ ଆରମ୍ଭରୁ ଯେଭଳି ସରକାରୀ ତତ୍ପରତା ଦେଖାଯାଇଥିଲା ତାହା ଏବେ ନାହିଁ । କେବଳ ଉପରଠାଉରିଆ ଭାବେ ଚାଲିଛି କରୋନା ପରିଚାଳନା । ରାଜ୍ୟରେ ଏବେ ଦୈନିକ ୨୫୦୦ ରୁ ୩୦୦୦ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ତା ମଧ୍ୟରୁ କେବଳ ସଂଖ୍ୟାଧିକ ହେଉଛନ୍ତି ରାଜଧାନୀର । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ କହୁଛି ରାଜଧାନୀରେ କୋରୋନା ରୋଗୀଙ୍କ ସଂଖ୍ୟା ଏବେବି ବଢିବାର ମୁଖ୍ୟ କାରଣ ହେଲା ରାଜ୍ୟର ବିଭିନ୍ନ ପ୍ରାନ୍ତରୁ କାମଧନ୍ଦା ଅନ୍ୱେଷଣ ରେ ସଂଖ୍ୟାଧିକ ଲୋକ ଭୁବନେଶ୍ୱର ମୁଁହା । ଏକ୍ସପର୍ଟଙ୍କ ମତରେ ଯେହେତୁ ଟେଷ୍ଟିଙ୍ଗ କମିଛି ତେଣୁ ପଜିଟିଭ ସଂଖ୍ୟା କମିଛି । ଆଉ ଗୋଟିଏ ତଥ୍ୟ ହେଉଛି ଭୁବନେଶ୍ୱର ରେ ୨ଟି ପର୍ଯ୍ୟାୟରେ ସେରୋ ସର୍ଭେଲାନ୍ସ ରିପୋର୍ଟ ଆଧାରରେ ମାତ୍ର ୫ % ଲୋକଙ୍କ ଭିତରେ ଆଣ୍ଟିବଡି ବା ରୋଗ ପ୍ରତିରୋଧ ଶକ୍ତି ବିକଶିତ ହୋଇଛି, ଏହି ତଥ୍ୟକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଥାର୍ଡ ଫେଜ ସେରୋ ସର୍ଭେଲାନ୍ସ ଶୁକ୍ରବାରଠୁ ଆରମ୍ଭ ହୋଇଛି । ଏଥିରୁ ସ୍ପଷ୍ଟ ହେବ କରୋନା ନିୟନ୍ତ୍ରଣ କରିବାରେ ବିଏମସି କେତେ ସଫଳ ।ସବୁଠୁ ଚିନ୍ତାଜନକ କଥା ହେଉଛି ଓଡ଼ିଶାର ରାଜଧାନୀ ଭୁବନେଶ୍ବର ଲୋକମାନେ ଏବେ ଗାଁ ମୁଁହା, କାରଣ କରୋନା ଏବେବି ଲୋକଙ୍କ ସହିତ ଅଛି , ଯଦି ଟେଷ୍ଟିଙ୍ଗ କରାଯାଏ ତାହେଲେ ପଜିଟିଭ ସଂଖ୍ୟା ବଢି ବଢି ଚାଲିବ। । ତେଣୁ ଏହାକୁ ଦୃଷ୍ଟିରେ ରଖି ବିଏମସି କତ୍ତୃପକ୍ଷ ନିର୍ଦ୍ଧିଷ୍ଟ କାର୍ଯ୍ୟକ୍ରମ ହାତକୁ ନେଵାର ଆବଶ୍ୟକତା ରହିଛି ତାନହେଲେ ଆଗକୁ ମାରାତ୍ମକ ସ୍ଥିତି ଆଣିବ କୋରୋନା ସଂକ୍ରମଣ ।ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ