ETV Bharat / city

ପଡୋଶୀ ରାଜ୍ୟରେ ବଢୁଛି ସଂକ୍ରମଣ, ପରିସ୍ଥିତି ଉପରେ ସ୍ବାସ୍ଥ୍ୟ ବିଭାଗର କଡା ନଜର - କୋରୋନା ସଂକ୍ରମଣ

ପଡୋଶୀ ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ଏହାକୁ ନେଇ ସଚେତନ ସ୍ୱାସ୍ଥ୍ୟ ବିଭାଗ । ପରିସ୍ଥିତି ଉପରେ କଡା ନଜର ରଖାଯିବା ସହ ଟେଷ୍ଟିଂ, ଟୀକାକରଣ ଉପରେ ଗୁରୁତ୍ବ । ଅଧିକ ପଢନ୍ତୁ...

ପଡୋଶୀ ରାଜ୍ୟରେ ବଢୁଛି ସଂକ୍ରମଣ, ପରିସ୍ଥିତି ଉପରେ ସ୍ବାସ୍ଥ୍ୟ ବିଭାଗର କଡା ନଜରପଡୋଶୀ ରାଜ୍ୟରେ ବଢୁଛି ସଂକ୍ରମଣ, ପରିସ୍ଥିତି ଉପରେ ସ୍ବାସ୍ଥ୍ୟ ବିଭାଗର କଡା ନଜର
ପଡୋଶୀ ରାଜ୍ୟରେ ବଢୁଛି ସଂକ୍ରମଣ, ପରିସ୍ଥିତି ଉପରେ ସ୍ବାସ୍ଥ୍ୟ ବିଭାଗର କଡା ନଜର
author img

By

Published : Nov 1, 2021, 11:19 AM IST

ଭୁବନେଶ୍ବର: ରାଜ୍ୟରେ କମୁଛି କୋରୋନା ସଂକ୍ରମଣ । ସ୍ଥିତି ଭଲ ଥିବା ବେଳେ କିଛି ଜିଲ୍ଲାରେ ଏବେ ସୁଦ୍ଧା ସଂକ୍ରମଣ ଲାଗି ରହିଛି । ଏନେଇ ଉକ୍ତ ଜିଲ୍ଲା ଗୁଡିକରେ ସର୍ଭିଲାନ୍ସ କଡାକଡି କରାଯାଉଛି । ଏବେ ପଡୋଶୀ ରାଜ୍ୟ ଗୁଡିକରେ ସଂକ୍ରମଣ ବଢୁଥିବା ବେଳେ ଏହାକୁ ନେଇ ମଧ୍ୟ ସଚେତନ ରହିଛି ସ୍ବାସ୍ଥ୍ୟ ବିଭାଗ। ଏହି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

କାରଣ ଦ୍ୱିତୀୟ ଲହର ହିଁ ପଡୋଶୀ ରାଜ୍ୟରୁ ଆସିଥିଲା । ଅନେକ ସମୟରେ ଦେଖାଦେଇଛି ଯେ, ଯଦି ପଡୋଶୀ ରାଜ୍ୟମାନଙ୍କରେ ସଂକ୍ରମଣ ବଢେ ତେବେ ଆମ ରାଜ୍ୟକୁ ମଧ୍ୟ ସଂକ୍ରମଣ ବଢିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଟେଷ୍ଟିଂ, ସଭିଲାନ୍ସ ଟୀକାକରଣକୁ ରାଜ୍ୟରେ ଗୁରୁତ୍ୱ ଦିଆଯାଉଛି । ଯଦି କୌଣସି କେସ ଆସେ ତେବେ ନଜର ରଖାଯିବ । ଏଥିସହ ଲୋକମାନେ ମଧ୍ୟ ସଚେତନ କରିବା ଆବଶ୍ୟକତା ରହିଛି ।

ସୂଚନା ଅନୁଯାୟୀ, ଆଜି ରାଜ୍ୟରେ ୩୧୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଦେଖିବାକୁ ଗଲେ ପଶ୍ଚିମବଙ୍ଗ, ଆସାମ ଭଳି ରାଜ୍ୟରେ ସଂକ୍ରମଣ ବଢିବା ଆରମ୍ଭ କଲାଣି । ସଂକ୍ରମଣକୁ ଦୃଷ୍ଟିରେ ରଖି ଦୀପାବଳି ପାଇଁ ସ୍ୱତନ୍ତ୍ର ଭାବରେ ଗାଇଡଲାଇନ ମଧ୍ୟ ଜାରି କରାଯିବ । ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ଓ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏସଆରସି ଏକ ବୈଠକ କରିଥିଲେ । ସେହି ଅନୁସାରେ ଖୁବଶୀଘ୍ର ଏକ ଗାଇଡଲାଇନ ଆସିବ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.