ETV Bharat / city

ରାଜ୍ୟରେ ଖସୁଛି ସଂକ୍ରମଣ ହାର, ଆଗକୁ ହୋଇପାରେ ଲକଡାଉନ କୋହଳ

author img

By

Published : Jun 5, 2021, 7:33 PM IST

ବର୍ତ୍ତମାନ ରାଜ୍ୟରେ 10 ପ୍ରତିଶତ ପାଖାପାଖି ରହିଛି ସଂକ୍ରମଣ ହାର। ତେଣୁ ଯଦି ଆଗକୁ ଏହି ଧାରା ଜାରି ହୁଏ ତେବେ ଗ୍ରାଜୁଆଲି ଲାକଡାଉନ କୋହଳ କରାଯିବ। ଅଧିକ ପଢନ୍ତୁ...

ରାଜ୍ୟରେ ଖସୁଛି ସଂକ୍ରମଣ ହାର
ରାଜ୍ୟରେ ଖସୁଛି ସଂକ୍ରମଣ ହାର

ଭୁବନେଶ୍ବର: ରାଜ୍ୟରେ ଖସୁଛି ସଂକ୍ରମଣ । ବର୍ତ୍ତମାନ ରାଜ୍ୟରେ 10 ପ୍ରତିଶତ ପାଖାପାଖି ରହିଛି ସଂକ୍ରମଣ ହାର। ତେଣୁ ଯଦି ଆଗକୁ ଏହି ଧାରା ଜାରି ହୁଏ ତେବେ ଗ୍ରାଜୁଆଲି ଲକଡାଉନ କୋହଳ କରାଯିବ ।

ସଂକ୍ରମଣ କମୁଥିବାବେଳେ ମୃତ୍ୟୁହାର ବଢୁଛି । ଅନ୍ୟପଟେ ଗ୍ଲୋବାଲ ଟେଣ୍ଡରର 2ଟି କମ୍ପାନୀ ଆସିଥିଲେ । ସେମାନଙ୍କର ଡକ୍ୟୁମେଣ୍ଟ ଭେରିଫିକେସନ ଚାଲିଛି। କମ୍ପାନୀମାନେ ସିଧାସଳଖ ଆସନ୍ତି ନାହିଁ । କମ୍ପାନୀ ଏଜେନ୍ସି ଜରିଆରେ ଆସିଥାନ୍ତି। ହେଲେ ଯେପର୍ଯ୍ୟନ୍ତ ଟେକ୍ନିକାଲ କ୍ଲିଅରାନ୍ସ ଆସିନାହିଁ, ସେ ପର୍ଯ୍ୟନ୍ତ ସଫଳ ହେବ କି ନାହିଁ କହିହେବ ନାହିଁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

ରାଜ୍ୟରେ ଖସୁଛି ସଂକ୍ରମଣ ହାର

ଅନ୍ୟପଟେ ଲକଡାଉନ ସରିବାବେଳକୁ ପଜିଟିଭ ରେଟ 5 ପ୍ରତିଶତ ଆସିଯାଇଥିବ। ଆଗକୁ ଅଧିକାଂଶ ସ୍ଥାନରେ ଲକଡାଉନ ପଡିନପାରେ। ହୁଏତ କିଛି ସ୍ଥାନରେ କଟକଣା ଜାରି ରହିପାରେ।

ଗାଁରେ ସଂକ୍ରମଣ ହାର 53 ପ୍ରତିଶତ ଥିବାବେଳେ ସହରାଞ୍ଚଳରେ 47 ପ୍ରତିଶତ ସଂକ୍ରମଣ ହାର ରହିଛି। କିନ୍ତୁ ଏବେ ସେଭଳି ସ୍ଥିତି ନାହିଁ। ବିଶେଷ କରି ଖୋର୍ଦ୍ଧା ଓ କଟକରେ ଟିକିଏ ଅଧିକ ରହିଛି ସଂକ୍ରମଣ।

ଏହି ସ୍ଥାନରେ ହୁଏତ କିଛି କଟକଣା ଲଗାଇଯାଇପାରେ। ଲୋକମାନେ ସଚେତନ ରହିଲେ ଅନଲକ ଆରମ୍ଭ ହୋଇଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.