ETV Bharat / city

କୋରୋନା ପାଇଁ ସ୍ମାର୍ଟସିଟିରେ ବନ୍ଦ ରହିବ କେଉଁ ଦୋକାନ, ଜାଣନ୍ତୁ - କୋରୋନା ଭାଇରସ ନ୍ୟୁଜ୍‌

ଶୁକ୍ରବାର ବିଏମସି ପକ୍ଷରୁ କେଉଁ ଦୋକାନ ଖୋଲା ରହିବ ଆଉ କେଉଁ ଦୋକାନ ବନ୍ଦ ରହିବ ସେନେଇ କଟକଣା ଜାରି କରାଯାଇଛି। ବିଏମସି ପକ୍ଷରୁ ଏନେଇ ଏକ ତାଲିକା ପ୍ରକାଶ ପାଇଛି। ଅଧିକ ପଢନ୍ତୁ...

bmc notice to shops, bmc news, corona virus update, corona virus news, bhubaneswar latest news, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌, ବିଏମସି ନ୍ୟୁଜ୍‌, କୋରୋନା ଭାଇରସ ଅପଡେଟ, କୋରୋନା ଭାଇରସ ନ୍ୟୁଜ୍‌, ଦୋକାନୀଙ୍କୁ ବିଏମସିର ନୋଟିସ
ଜାଣି ରଖନ୍ତୁ କୋରୋନା ପାଇଁ ସ୍ମାର୍ଟସିଟିରେ ବନ୍ଦ ରହିବ କେଉଁ ସବୁ ଦୋକାନ
author img

By

Published : Mar 20, 2020, 10:15 PM IST

ଭୁବନେଶ୍ବର: କୋରୋନା ମୁକାବିଲା ପାଇଁ ସ୍ମାର୍ଟସିଟିରେ କେତେକ ଦୋକାନ ବଜାର ବନ୍ଦ ରଖିବା ପାଇଁ କଟକଣା ଜାରି କରିଛି ଭୁବନେଶ୍ବର ମହାନଗର ନିଗମ । ଶନିବାର ଠାରୁ ଏହି ନିର୍ଦ୍ଦେଶ ଅନୁଯାୟୀ ସ୍ମାର୍ଟସିଟିରେ ଦୋକାନ ବନ୍ଦ ହେବାକୁ ଥିବା ବେଳେ ଜାଣି ରଖନ୍ତୁ କେଉଁ ଦୋକାନ ଖୋଲା ରହିବ ଓ କେଉଁ ଦୋକାନ ସବୁ ବନ୍ଦ ରହିବ।

ଶୁକ୍ରବାର ବିଏମସି ପକ୍ଷରୁ କେଉଁ ଦୋକାନ ଖୋଲା ରହିବ ଆଉ କେଉଁ ଦୋକାନ ବନ୍ଦ ରହିବ ସେନେଇ କଟକଣା ଜାରି କରାଯାଇଛି। ବିଏମସି ପକ୍ଷରୁ ଏନେଇ ଏକ ତାଲିକା ପ୍ରକାଶ ପାଇଛି। ଏହି ତାଲିକା ଅନୁଯାୟୀ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ ଦୋକାନ ଯଥା ଗ୍ରୋସେରୀ, ପରିବା, ମାଛ, ମାଂସ ଓ ଅଣ୍ଡା ଦୋକାନ ଆଦି ଖୋଲା ରହିବ।

bmc notice to shops, bmc news, corona virus update, corona virus news, bhubaneswar latest news, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌, ବିଏମସି ନ୍ୟୁଜ୍‌, କୋରୋନା ଭାଇରସ ଅପଡେଟ, କୋରୋନା ଭାଇରସ ନ୍ୟୁଜ୍‌, ଦୋକାନୀଙ୍କୁ ବିଏମସିର ନୋଟିସ
ଜାଣି ରଖନ୍ତୁ କୋରୋନା ପାଇଁ ସ୍ମାର୍ଟସିଟିରେ ବନ୍ଦ ରହିବ କେଉଁ ସବୁ ଦୋକାନ

ଅନ୍ୟପଟେ ଇଲେକ୍ଟ୍ରୋନିକ୍ସ, ଜୁଏଲାରୀ ଓ ଫର୍ଣ୍ଣିଚର ଆଦି ଦୋକାନ ସମୂହ ବନ୍ଦ ରହିବା ନେଇ ବିଏମସି ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ସେହିପରି ସ୍ପୋର୍ଟସ ଦୋକାନ, ଗାଡି ଶୋ’ ରୁମ, ମାର୍ବଲ୍ସ ଓ ଟାଇଲ, ଜୋତା ଦୋକାନ, ବ୍ୟାଗ ଦୋକାନ, ଘଣ୍ଟା ଶୋ’ ରୁମ, ବହି ଓ ମାଗାଜିନ ଓ ରଙ୍ଗ ଦୋକାନ ଆଦି ମଧ୍ୟ ବନ୍ଦ ରହିବା ନେଇ ବିଏମସି ପକ୍ଷରୁ ନିର୍ଦେଶ ଜାରି ହୋଇଛି।

ତେବେ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଏହି ନିୟମକୁ ପାଳନ କରିବାକୁ କୁହାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.