ଭୁବନେଶ୍ବର: କୋରୋନାରେ ମୃତ ୩ କୋଭିଡ ଯୋଦ୍ଧାଙ୍କ ପରିବାରଙ୍କୁ ମିଳିବ ପୁରା ଦରମା । ଏନେଇ ମୃତ କୋରୋନା ଯୋଦ୍ଧାଙ୍କ ପତ୍ନୀଙ୍କ ନିକଟକୁ ଚିଠି ଲେଖାଛନ୍ତି ରାଜସ୍ବ ସଚିବ ବିଷ୍ଣୁପଦ ସେଠୀ ।
ରାଜସ୍ବ ବିଭାଗରେ କାର୍ଯ୍ୟ କରୁଥିବା ଏହି ତିନି ଜଣ କର୍ମଚାରୀଙ୍କ ପତ୍ନୀଙ୍କ ନିକଟକୁ ଚିଠି ଲେଖିଛନ୍ତି ସଚିବ । ସୂଚନା ଅନୁସାରେ ମୃତ କୋରୋନା ଯୋଦ୍ଧାଙ୍କ ପରିବାରକୁ ସେମାନଙ୍କ ଚାକିରୀ ଅବଦ୍ଧି ସରିବା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଦରମା ମିଳିବ ବୋଲି ଚିଠିରେ ଉଲ୍ଲେଖ ରହିଛି ।
ରାଜ୍ୟରେ ବର୍ତ୍ତମାନ କୋରୋନା ସ୍ଥିତି ଉତ୍କଟ ରହିଛି । ଏପରି ସ୍ଥଳରେ ମହାମାରୀ ବିରୋଧରେ ଲଢେଇ ଜାରି ରଖିଛନ୍ତି କୋରୋନା ଯୋଦ୍ଧା । ଏହି ମଧ୍ୟରେ ରାଜସ୍ବ ବିଭାଗର 3 କୋରୋନା ଯୋଦ୍ଧାଙ୍କ ମୃତ୍ୟୁ ହୋଇଥିଲା । ତେବେ ଏନେଇ ସେମାନଙ୍କ ପରିବାରକୁ ସମ୍ପୂର୍ଣ୍ଣ ଦରମା ପ୍ରଦାନ କରାଯିବ ବୋଲି କୁହାଯାଇଛି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ