ETV Bharat / city

ଡମ୍ପିଂୟାର୍ଡ ସମସ୍ୟା, ଖୁବ ଶୀଘ୍ର ଫିଟିପାରେ ସମାଧାନ ବାଟ

author img

By

Published : Aug 21, 2022, 8:31 AM IST

ଭୁବନେଶ୍ବର ପରିମଳ ସମସ୍ୟା ସମାଧାନ ନେଇ ସମନ୍ବୟ ବୈଠକ । ଭୁଆଶୁଣି ଡମ୍ପିଂୟାର୍ଡ ସମସ୍ୟାର ସ୍ଥାୟୀ ସମାଧାନ ନେଇ ବାଟ ଫିଟିବ । ଅଧିକ ପଢ଼ନ୍ତୁ

coordination meeting of bmc for dumping yard problem in bhusuni
ଭୁଆଶୁଣି ଡମ୍ପିଂୟାର୍ଡ ସମସ୍ୟା, ବିଏମସିର ସମନ୍ବୟ ବୈଠକ

ଭୁବନେଶ୍ବର: ଖୁବଶୀଘ୍ର ଭୁବନେଶ୍ବର ପରିମଳ ସମସ୍ୟା ସମାଧାନର ବାଟ ଫିଟିବ । ବାୟୋ ମାଇନିଂ ପ୍ଲାଣ୍ଟ ପ୍ରତିଷ୍ଠା ନେଇ ଦାରୁଠେଙ୍ଗ ପଞ୍ଚାୟତବାସୀଙ୍କ ସହଯୋଗ ଲୋଡିଛନ୍ତି ବିଏମସି କର୍ତ୍ତୃପକ୍ଷ । ଦୀର୍ଘ ବର୍ଷ ପରେ ମଧ୍ୟ ବିଏମସିର (Bhubaneswar municipal corporation) ଭୁଆଶୁଣି ଡମ୍ପିଂୟାର୍ଡ ସମସ୍ୟାର ସ୍ଥାୟୀ ସମାଧାନର ରାସ୍ତା ବାହାରି ପାରୁନଥିବା ବେଳେ ଗତକାଲି ଅନୁଷ୍ଠିତ ସମନ୍ବୟ ବୈଠକରେ (coordination meeting of bmc) ଏଥିନେଇ ନୂତନ ଆଶା ସଞ୍ଚାର ହୋଇଛି ।

ଭୁଆଶୁଣି ଡମ୍ପିଂୟାର୍ଡ ସମସ୍ୟା

ପରିମଳ ଜନିତ ପ୍ରଦୂଷଣ ସମସ୍ୟାକୁ ନେଇ ଦାରୁଠେଙ୍ଗ ପଞ୍ଚାୟତବାସୀଙ୍କ ବିରୋଧ ଜାରି ରହିଛି । ନିକଟରେ ଅଳିଆ ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ପରେ ଅଞ୍ଚଳବାସୀଙ୍କ ଅସନ୍ତୋଷ ଉଗ୍ର ରୂପ ଧାରଣ କରିଛି। ଫଳରେ ଗତ କିଛି ଦିନ ଧରି ଭୁବନେଶ୍ବରରୁ ଅଳିଆ ଉଠି ନପାରି ସୈନିକ ସ୍କୁଲ ନିକଟ ଏମସିସିରେ ଅଳିଆର ପାହାଡ଼ ସୃଷ୍ଟି ହୋଇସାରିଛି । ସେପଟେ ପରିମଳ ସମସ୍ୟାର ସମାଧାନ ପାଇଁ ଭୁଆଶୁଣି ଡ଼ମ୍ପିଂୟାର୍ଡରେ ବିଏମସି ପକ୍ଷରୁ ବାୟୋ ମାଇନିଂ ପ୍ଲାଣ୍ଟ ସ୍ଥାପନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୦୩କୋଟି ଟଙ୍କାର ଅନୁଦାନ ମିଳିଥିଲେ ହେଁ ପ୍ଲାଣ୍ଟ ପ୍ରତିଷ୍ଠାରେ ବିଳମ୍ବ ହେଉଛି। ସମସ୍ୟାର ସମାଧାନ ପାଇଁ ବିଏମସି କର୍ତ୍ତୃପକ୍ଷ ଓ ଦାରୁଠେଙ୍ଗ ପଞ୍ଚାୟତବାସୀଙ୍କ ସହ ଆଲୋଚନା ହେଉଥିଲେ ମଧ୍ୟ କୌଣସି ନିଷ୍କର୍ଷ ବାହାରି ପାରୁନାହିଁ । ଭୁବନେଶ୍ବର ମେୟର ସୁଲୋଚନା ଦାସ, ବିଏମସି କମିଶନର, ଡିସିପି ଓ ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ଉପସ୍ଥିତିରେ ବୈଠକ ହୋଇଥିଲା । ସମସ୍ୟାର ସମାଧାନର ବାଟ ଖୋଲିବା ନେଇ ବିଏମସି କର୍ତ୍ତୃପକ୍ଷ ଆଶା ରଖିଛନ୍ତି । ଦାବି ପୂରଣ ପାଇଁ ବିଏମସି କର୍ତ୍ତୃପକ୍ଷ ସମସ୍ତ ପଦକ୍ଷେପ ନେବାକୁ ରାଜି ହୋଇଥିବାରୁ ଗ୍ରାମବାସୀ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ରାଜି ହୋଇଥିବା ଜଣାପଡିଛି ।

ସେପଟେ ବାୟୋ ମାଇନିଂ ପ୍ଲାଣ୍ଟ ନିର୍ମାଣ ସହିତ ପରିମଳ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବାକୁ କିଛି ସମୟର ଆବଶ୍ୟକତା ଥିବା ଦର୍ଶାଇ ଗ୍ରାମବାସୀଙ୍କ ସହଯୋଗ କାମନା କରିଥିଲେ ବିଏମସି କର୍ତ୍ତୃପକ୍ଷ । ବର୍ତ୍ତମାନ ସୁଦ୍ଧା ୩୨ଟି ଏମସିସି ବା ମାଇକ୍ରୋ କମ୍ପୋଷ୍ଟ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇ ସାରିଥିବା ବେଳେ ଅଧିକ କ୍ଷମତା ସମ୍ପନ୍ନ ଏମସିସି ସହ ସମସ୍ତ ଏମସିସି କାର୍ଯ୍ୟକ୍ଷମ ହେଲେ ଭୁବନେଶ୍ବର ଅଳିଆ ଆବର୍ଜନାର ପରିଚାଳନା ସେଠାରେ ହିଁ ହୋଇପାରିବ ବୋଲି ବିଏମସି କମିଶନର କହିଛନ୍ତି । ସେପଟେ ସ୍ଥାନୀୟ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, "ବିଏମସି ସମୟ ନେଉ ଏବଂ ଲୋକଙ୍କ ହିତରେ କାର୍ଯ୍ୟ କରୁ। ଆମେ ସେଥିପାଇଁ ସହମତ ଦେବୁ।" କିନ୍ତୁ ପ୍ରତିଶ୍ରୁତି ଦେଇ ପ୍ରତାରଣା କଲେ ପୁଣି ବିରୋଧ ହେବ ଓ ଭୁବନେଶ୍ବରର ଟିକିଏ ଅଳିଆ ମଧ୍ୟ ପକାଇଦେବୁନି ବୋଲି ସୁର ରାଉତରାୟ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.