ETV Bharat / city

ଖରାରେ ସିଝୁଛନ୍ତି ଟ୍ରାଫିକ କର୍ମଚାରୀ, କାମରେ ଆସୁନି କୁଲିଂ ଜ୍ୟାକେଟ - bhubaneswar

ଟ୍ରାଫିକ କର୍ମଚାରୀଙ୍କ ପାଇଁ କୁଲିଂ ଜ୍ୟାକେଟ ବ୍ୟବସ୍ଥା କରିଛି କମିଶନରେଟ ପୋଲିସ । କିନ୍ତୁ କୁଲିଂ ଜ୍ଯାକେଟ ଗୁଡିକ ନିମ୍ନ ମାନର ହୋଇଥିବା ଅଭିଯୋଗ କରିଛନ୍ତି ଟ୍ରାଫିକ କର୍ମଚାରୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 16, 2019, 12:00 AM IST

Updated : May 16, 2019, 9:38 AM IST

ଭୁବନେଶ୍ବର: ବାତ୍ୟା ପରେ ଏବେ ଦାଉ ସାଧୁଛି ଝାଞ୍ଜି ଖରା । ରାଜଧାନୀରେ ବଢୁଛି ତାପମାତ୍ରା । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ସାଧାରଣ ଜନତା । ତେବେ ଟ୍ବିନ ସିଟିରେ ଉତ୍ତପ୍ତ ଖରାରେ କାର୍ଯ୍ୟ କରୁଥିବା ଟ୍ରାଫିକ କର୍ମଚାରୀଙ୍କ ପାଇଁ ଅତ୍ୟଧିକ ତାତିରୁ ରକ୍ଷା ପାଇବା ପାଇଁ କୁଲିଂ ଜ୍ୟାକେଟ ବ୍ୟବସ୍ଥା କରିଥିଲା କମିଶନରେଟ ପୋଲିସ । କଟକ ଓ ଭୁବନେଶ୍ବର ଟ୍ରାଫିକ କର୍ମଚାରୀଙ୍କୁ ବଣ୍ଟନ ମଧ୍ୟ କରାଯାଇଥିଲା । କିନ୍ତୁ ଯେଉଁ କୁଲିଂ ଜ୍ୟାକେଟ ଦିଆଯାଇଛି ସେଗୁଡିକ ବହୁତ ନିମ୍ନ ମାନର, ସେହି ଜ୍ୟାକେଟ ଓଦା କଲେ ସେଥିରୁ ବାହାରିଥିବା ରଙ୍ଗରେ ପୋଷାକ ଖରାପ୍ ହେଉଥିବା ଟ୍ରାଫିକ କର୍ମଚାରୀ ଅଭିଯୋଗ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେଣୁ କମିଶନରେଟ ପୋଲିସ ଏହା ଉପରେ ଅଧିକ ଗୁରୁତ୍ବ ଦେଇଛନ୍ତି । ପରବର୍ତ୍ତୀ ସମୟରେ ଉନ୍ନତ ମାନର କୁଲିଂ ଜ୍ୟାକେଟ ଅଣାଯିବ। ତା ଛଡା ତାପମାତ୍ରାରେ ବୃଦ୍ଧି ଘଟିଲେ ଟ୍ରାଫିକ କର୍ମଚାରୀଙ୍କ କାର୍ଯ୍ୟ କରିବା ସମୟ କମିବ । ଯାହା ଦ୍ଵାରା କୌଣସି କର୍ମଚାରୀ ଅଂଶୁଘାତର ଶିକାର ହେବେ ନାହିଁ ।

ସେପଟେ ମହିଳା ଟ୍ରାଫିକ କର୍ମଚାରୀଙ୍କ ଏକ ବଡ଼ ସମସ୍ୟା ହେଉଛି ଟଏଲେଟ୍ । ରାଜଧାନୀ ରାଜରାସ୍ତାରେ ଟ୍ରାଫିକ ସ୍ଥାନରେ ମହିଳା ଟ୍ରାଫିକ ମାନଙ୍କ ପାଇଁ ମୋବାଇଲ ଟଏଲେଟ୍ ରହିବ । ପୂର୍ବବର୍ଷ କିଛି ସ୍ଥାନରେ ଏଭଳି ମୋବାଇଲ ଟଏଲେଟ୍ ବ୍ୟବସ୍ଥା କରାଯାଇଥିଲା । ଡ୍ୟୁଟି ସମୟରେ ମହିଳା ଟ୍ରାଫିକ କର୍ମଚାରୀଙ୍କ ସମସ୍ୟାର ସମାଧାନ ପାଇଁ ଟ୍ରାଫିକ ପୋଷ୍ଟ ପାଖରେ ମୋବାଇଲ ଟଏଲେଟ୍ ରଖାଯିବ। ଯାହାଦ୍ବାରା ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଲେ ସେମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାଶ, ଇଟିଭି ଭାରତ

Last Updated : May 16, 2019, 9:38 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.