ETV Bharat / city

ଠକେଇ ଧରାପଡିଯିବା ଭୟରେ ମର୍ଡର ପ୍ଲାନ, ନୟାପଲ୍ଲୀ ମର୍ଡର ସୁପାରୀର ମାଷ୍ଟରମାଇଣ୍ଡ ଗିରଫ - ଭୁବନେଶ୍ବର ସୁପାରୀ କିଲର ମୁଖ୍ୟ ଅଭିଯୁକ୍ତ ଗିରଫ

ବ୍ୟବସାୟୀଙ୍କୁ ହତ୍ୟା ପାଇଁ ହୋଇଥିଲା ଷଡଯନ୍ତ୍ର । ଠକ ରଚିଥିଲା ଠକେଇର ଷଡଯନ୍ତ୍ର। ନିଜ ଠକେଇର ସାମ୍ରାଜ୍ୟ ଧରାପଡିବା ଭୟରେ ରଚିଥିଲା ମର୍ଡର ପ୍ଲାନ। ସହଯୋଗୀଙ୍କ ଜରିଆରେ ଦେଇଥିଲା ସୁପାରୀ। ଚେର ଲମ୍ବିଛି ଭୁବନେଶ୍ୱରରୁ ଦିଲ୍ଲୀ। ଅଧିକ ପଢନ୍ତୁ

ଠକେଇ ଧରାପଡିଯିବା ଭୟରେ ମର୍ଡର ପ୍ଲାନ, ନୟାପଲ୍ଲୀ ମର୍ଡର ସୁପାରୀର ମାଷ୍ଟରମାଇଣ୍ଡ ଗିରଫ

author img

By

Published : Dec 13, 2021, 10:09 PM IST

ଭୁବନେଶ୍ବର: ଠକ ଦେଇଥିଲା ମର୍ଡର ସୁପାରୀ । ବ୍ୟବସାୟୀଙ୍କୁ ହତ୍ୟା ପାଇଁ ହୋଇଥିଲା ଷଡଯନ୍ତ୍ର । ଠକ ରଚିଥିଲା ଠକେଇର ଷଡଯନ୍ତ୍ର। ନିଜ ଠକେଇର ସାମ୍ରାଜ୍ୟ ଧରାପଡିବା ଭୟରେ ରଚିଥିଲା ମର୍ଡର ପ୍ଲାନ। ସହଯୋଗୀଙ୍କ ଜରିଆରେ ଦେଇଥିଲା ସୁପାରୀ। ଶେଷରେ ପାତଳଲୋକରୁ ଠକକୁ ଗିରଫ କରିଛି ପୋଲିସ। ଆଉ ସାମ୍ନାକୁ ଆସିଛି ଠକର ଠକେଇ ସାମ୍ରାଜ୍ଯର ଗୁମର । ଯାହାର‌ ଚେର ଲମ୍ବିଛି ଭୁବନେଶ୍ୱରରୁ ଦିଲ୍ଲୀ।

ଠକେଇ ଧରାପଡିଯିବା ଭୟରେ ମର୍ଡର ପ୍ଲାନ, ନୟାପଲ୍ଲୀ ମର୍ଡର ସୁପାରୀର ମାଷ୍ଟରମାଇଣ୍ଡ ଗିରଫ

ନୟାପଲ୍ଲୀର କଣ୍ଟ୍ରାକ୍ଟ କିଲର ସମ୍ପଦ ସାହୁର ଆକା ଗିରଫ। ବେହେରା ସାହିରୁ ବନ୍ଧା‌ ହୋଇଛି ମାଷ୍ଟର ମାଇଣ୍ଡ । ହତ୍ୟା ପାଇଁ ଯୋଜନା କରିଥିଲା ହାଇପ୍ରୋଫାଇଲ ଠକ। ଠକେଇର କାରବାର ଧରାପଡିବା ଭୟରେ ରଚିଥିଲା ହତ୍ୟା ଷଡଯନ୍ତ୍ର । ଗିରଫ ପରେ ସାମ୍ନାକୁ ଆସିଛି ମାଷ୍ଟର ମାଇଣ୍ଡର ଠକେଇର ବଡ ସାମ୍ରାଜ୍ୟ । ନା‌ ରାଜେନ୍ଦ୍ର ମଲ୍ଲିକ ଘର ଯାଜପୁର ବରୀ । ଶିକ୍ଷାଗତ ଯୋଗ୍ୟତା ସ୍ନାତକ । ୨୦୦୮ ମସିହାରେ ଏକ ଅପହରଣ ମାମଲାରେ ଯାଇଥିଲା ଚୌଦ୍ଵାର ଜେଲ। ସେଠାରେ ଦେଖାହୋଇଥିଲା ସମ୍ପଦ ସାହୁ, ପ୍ରଶାନ୍ତ ଦାସ ନାମକ ଅଭିଯୁକ୍ତଙ୍କ ସହ। ଏହା ପରେ ଜେଲରେ ଏକାଠି ହୋଇ ଦେଖାସାକ୍ଷାତ ହୋଇଥିଲେ‌। ଜେଲରୁ ବାହାରିବା ପରେ ରାଜେନ୍ଦ୍ର ଗଢିଥିଲା ଗ୍ୟାଙ୍ଗ । ରାଜେନ୍ଦ୍ର ଆରମ୍ଭ କରିଥିଲା ଠକେଇର ସାମ୍ରାଜ୍ୟ। ନୟାପଲୀର N2/57ରେ ଅଫିସ ଖୋଲି ଆରମ୍ଭ କରିଥିଲା ଠକ କମ୍ପାନୀ। ବିଭିନ୍ନ ନାମୀଦାମି କମ୍ପାନିର ଫେକ ଓ୍ବେବସାଇଟ ଖୋଲି ଚାକିରି ପାଇ ବିଜ୍ଞାପନ ଦେଉଥିଲା।ଜଣେ କ୍ୟାଣ୍ଡିଡେଟ ପିଛା ୧ ହଜାରୁ ଦୁଇ ହଜାର ଠକେଇ କରୁଥିଲା‌। ଆଉ ଅନଲାଇନ ଠକେଇ ପାଇଁ କିଛି ଫ୍ରଡ ଆକାଉଣ୍ଟ ଖୋଲିଥିଲା । ଅର୍ଥାତ ଜଣକ ଡକୁମେଣ୍ଟରେ ଆଉ ଜଣକ ଫଟୋ । ଏପରି‌ କରି ୩୦ରୁ ଉର୍ଧ ଆକାଉଣ୍ଟ ଖୋଲି ଟଙ୍କା ଠକୁଥିଲା । ଯାହାର ଏଟିଏମ ଜରିଆରେ ଠକେଇ ଟଙ୍କାକୁ ଏକ ସ୍ବାପ ମେସିନ ଜରିଆରେ ସ୍ବାଇପ କରି ନିଜ ଆକାଉଣ୍ଟକୁ ନେଇ ଟଙ୍କା କାରବାର କରୁଥିଲା। ଏସବୁ କାରବାର କରିବା ପାଇ ବ୍ୟବହାର କରୁଥିଲା ମୋବାଇଲ ଫୋନ ଓ ଲ୍ୟାପଟପ। କିଛି ପିଲାଙ୍କୁ ଡାଟା ଏଣ୍ଟ୍ରି ଅପରେଟର ରଖିଥିଲା। ଏସବୁ କଳାକାରବାର ଜଣା ନପଡିବାକୁ ନିଜେ ନକଲି ସାମ୍ବାଦିକ ସାଜିଥିଲା। ଓ୍ବେବସାଇଟରେ ନ୍ୟୁଜ ପୋର୍ଟାଲ ଖୋଲି ଓ ୟୁଟ୍ୟୁବ ଚ୍ୟାନେଲ ଖୋଲି ଲୋକଙ୍କୁ ଜଣେ ସାମ୍ବାଦିକ ଓ ପୋଲିସ ଭୟରୁ ବର୍ତିଯାଉଥିଲେ‌।

ତେବେ ରାଜେନ୍ଦ୍ରର ଠକେଇର ଚେର ଦିଲ୍ଲୀ ଯାଏ ଲମ୍ବିଥିଲା। ୨୦୧୮ ମସିହାରେ ଦିଲ୍ଲୀର ଜିଏମ ଆର କମ୍ପାନିର ଫେକ ଓ୍ବେବସାଇଟ ଖୋଲି ୨୦ ପିଲାଙ୍କୁ ଠକିଥିଲା। ଯାହାକୁ ନେଇ ରାଜେନ୍ଦ୍ରକୁ ଦିଲ୍ଲୀ ଏୟାରପୋର୍ଟରୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ। ଏପରିକି ଏହି ମାମଲାରେ ନିଜର ସହଯୋଗୀ ସମ୍ପଦକୁ ବି ସନ୍ତୋଷ ପଣ୍ଡା ଭାବି ଗିରଫ କରିଥିଲା ଦିଲ୍ଲୀ ପୋଲିସ। ସମ୍ପଦ ଗିରଫ ହେବା ପରେ ଜେଲରୁ ମୁକୁଲାଇବା ପାଇଁ ନୟାପଲ୍ଲୀର ଜଣେ ବ୍ୟବସାୟୀଙ୍କୁ ୩୦ ହଜାର ଟଙ୍କା ଦେଇଥିଲେ ରାଜେନ୍ଦ୍ର । ହେଲେ ସେହି ବ୍ୟବସାୟୀ ଅର୍ଥାତ ସଂପୃକ୍ତ ବ୍ୟକ୍ତି ଜଣଙ୍କ ସମ୍ପଦକୁ ଜେଲରୁ ବାହର କରି ନଥିଲା କି ଟଙ୍କା ମଧ୍ୟ ଦେଇ ନଥିଲେ । ଯାହାକୁ ନେଇ ରାଜେନ୍ଦ୍ର ଓ ସେହି ବ୍ୟବସାୟୀ ମଧ୍ୟରେ ବିବାଦର ମୁଣ୍ଡ ଟେକିଥିଲା । ଏପରିକି ରାଜେନ୍ଦ୍ରର କଳା କାରନାମା ଠକେଇ ସମ୍ପର୍କ ରେ ସେହି ବ୍ୟବସାୟୀ ଜାଣିଥିବାରୁ ରାଜେନ୍ଦ୍ରକୁ ଧମକାଉଥିଲେ। ସେଥିପାଇଁ ସେହି ବ୍ୟକ୍ତିକୁ ରାସ୍ତାରୁ ହଟାଇବା ପାଇ ଯୋଜନା ରଚିଥିଲା ରାଜେନ୍ଦ୍ର। ପୂର୍ବରୁ ଦୁଇ ଦୁଇ ଥର ଯୋଜନା କରି ବିଫଳ ହେବା ପରେ ଗତ ମାସ ୨୬ ତାରିଖରେ ସେହି ବ୍ୟାବସାୟୀଙ୍କୁ ହତ୍ୟା କରିବା ପାଇଁ ପୁଣି ଥରେ ସମ୍ପଦ ଓ ପ୍ରଶାନ୍ତକୁ ପଠାଇଥିଲେ ରାଜେନ୍ଦ୍ର । ହେଲେ ହତ୍ୟା ପୂର୍ବରୁ ପୋଲିସ ପାଖରେ ଖବର‌ପହଞ୍ଚିବା ପରେ ସମ୍ପଦ ଗିରଫ ହୋଇଥିଲା ପରେ ପ୍ରଶାନ୍ତ ଦାସ ଗିରଫ ପରେ ରାଜେନ୍ଦ୍ର ଧରାପଡିଥିଲା।

ଆଉ ପୋଲିସ ରାଜେନ୍ଦ୍ର ଘରେ ରେଡ ବେଳେ ୫୦ଟି ଏଟିଏମ ଓ ୩ଟି ଲ୍ୟାପଟପ ସହ ଡଙ୍ଗଲ ଓ ୨୦ଟି ମୋବାଇଲ କ୍ୟାସ ପିଓଏସ ସ୍ବାଇପ ମେସିନ‌ ସହ ସିମକାର୍ଡ ଓ ୫ଲକ୍ଷ କ୍ୟାସ ଜବତ କରିଥିଲା ପୋଲିସ।ତେବେ କେବଳ ଏହି ହତ୍ୟା କାଣ୍ଡ ନା ଆଉ କିଛି ଅପରାଧରେ ଏହାର‌ସମପୃକ୍ତି ରହିଛି କି।ଏପରିକି ପରିଚୟ ବଦଳାଇ ଡକୁମେଣ୍ଟ ବଦଳାଇ ଅନେକ ଫେକ ଆକାଉଣ୍ଟ ଖୋଲିବା ପଛର ରାଜ କଣ ସେନେଇ ତଦନ୍ତ କରିବ ପୋଲିସ । ଏନେଇ ପୁଣି‌ ରାଜେନ୍ଦ୍ରକୁ ରିମାଣ୍ଡରେ ନେବା ପରେ ପୁରା ଘଟଣା ସାମ୍ନାକୁ ଆସିବ ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.