ଭୁବନେଶ୍ବର: ଆସୁଛି ବାତ୍ୟା ‘ବୁଲବୁଲ’ । ଯାହାକୁ ନେଇ ପୁଣି ଆତଙ୍କିତ ରାଜ୍ୟବାସୀ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାର ରୂପ ନେଇପାରେ । ତେବେ ବର୍ତ୍ତମାନ ସୁଦ୍ଧା ବାତ୍ୟାର ଗତିପଥ ନେଇ ଚିତ୍ର ଅସ୍ପଷ୍ଟ । ଏହା ଉତ୍ତର ଉପକୂଳ ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ଉପକୂଳରେ ସ୍ଥଳ ଭାଗ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏପରିକି ଏହା ଓଡିଶା ଛୁଇଁ ନପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଆସନ୍ତା 12 ଘଣ୍ଟା ମଧ୍ୟରେ ଗଭୀର ଅବପାତରେ ପରିଣତ ହେବ ‘ବୁଲବୁଲ’। 24 ଘଣ୍ଟା ଭିତରେ ଆହୁରି ତୀବ୍ର ହେବ। ବର୍ତ୍ତମାନ ପାରାଦୀପରୁ 920 କିମି ଦୂରରେ ରହିଛି ଏହି ସାମୁଦ୍ରିକ ଝଡ। ରାଜ୍ୟରେ ୭ ତାରିଖ ଯାଏ ପାଗ ଶୁଖିଲା ରହିବ। 8 ତାରିଖରେ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। 9 ତାରିଖରୁ ରାଜ୍ୟର ସମସ୍ତ ଉପକୂଳବର୍ତ୍ତୀ ଏବଂ ଆଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷା ହେବ। ଗଭୀର ସମୁଦ୍ର ଭିତରକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚଆର ବିଶ୍ବାସ କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ