ଭୁବନେଶ୍ବର: ବିଏମସିରେ ନିର୍ମାଣ କଟକଣା କୋହଳ । କଣ୍ଟେନମେଣ୍ଟ ଜୋନ ସତ୍ତ୍ବେ ସ୍ମାର୍ଟସିଟି ଭୁବନେଶ୍ବରରେ ନିର୍ମାଣ ପାଇଁ ନିୟମ କୋହଳ ହୋଇଛି । ଲକଡାଉନ କଟକଣା ସମୟରେ ଭୁବନେଶ୍ବରରେ ନିର୍ମାଣ କାର୍ଯ୍ୟ ଜାରି ରଖିବାକୁ ବିଏମସି ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଭୁବନେଶ୍ବରରେ ନିର୍ମାଣ କାର୍ଯ୍ୟ ଚାଲୁ ରଖିବାକୁ ବିଏମସି ପକ୍ଷରୁ ଏସଓପି ଜାରି ।

ଭୁବନେଶ୍ବରରେ ରହୁଥିବା ଶ୍ରମିକଙ୍କୁ ନେଇ ନିର୍ମାଣ କାର୍ଯ୍ୟ ଚାଲୁ ରହିବ । ବାହାରୁ ଶ୍ରମିକ ଆଣି କାମ କରିପାରିବେ ନାହିଁ ଠିକାଦାର । କେବଳ ସାଇଟ ଉପରେ ଥିବା ଶ୍ରମିକମାନଙ୍କୁ ନେଇ କାର୍ଯ୍ୟ ଚାଲିବ । ସେଥିପାଇଁ ଆବଶ୍ୟକୀୟ ସିମେଣ୍ଟ, ଲୁହା, ଚିପ୍ସ, ରଡ ଦୋକାନ ଖୋଲା ରହିବ । ନିର୍ମାଣସ୍ଥଳକୁ ଆବଶ୍ୟକୀୟ ସାମଗ୍ରୀ କେବଳ ରାତିରେ ହିଁ ପରିବହନ କରାଯିବ । ରାତି ୧୦ଟାରୁ ସକାଳ ୫ଟା ଭିତରେ ହେବ ମ୍ୟାଟେରିଆଲ ପରିବହନ ।
ଭୁବନେଶ୍ବରରୁ ସଞ୍ଜୀବ ରାୟଙ୍କ ରିପୋର୍ଟ, ଇଟିଭି ଭାରତ