ETV Bharat / city

ଜଟଣୀ ଶ୍ରୀଜଗନ୍ନାଥ ଜମି ପ୍ରସଙ୍ଗ: ମେ 19ରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

author img

By

Published : Apr 19, 2021, 4:32 PM IST

ମେ ମାସ ୧୯ ତାରିଖରେ ଲୋକସେବା ଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ। ଜଟଣୀ ଶ୍ରୀଜଗନ୍ନାଥ ଜମି ପ୍ରସଙ୍ଗକୁ ନେଇ ବିକ୍ଷୋଭ କରିବାକୁ ନିଷ୍ପତ୍ତି ନେଇଛି କଂଗ୍ରେସ । ୨୦୧୨ ମସିହାରେ ସରକାର ଜଟଣୀବାସୀଙ୍କ ପୈତୃକ ସ୍ଥିତିବାନ ଭୂସମ୍ପତିକୁ ଭୁଲ ବଶତଃ ଶ୍ରୀଜଗନ୍ନାଥଙ୍କ ନାମରେ ନାମିତ କରିଥିଲେ । ଅଧିକ ପଢ଼ନ୍ତୁ...

ଜଟଣୀ ଶ୍ରୀଜଗନ୍ନାଥ ଜମି ପ୍ରସଙ୍ଗ: 19ରେ କଂଗ୍ରେସର ବିକ୍ଷୋଭ ପଦର୍ଶନ

ଭୁବନେଶ୍ବର: ମେ ମାସ ୧୯ ତାରିଖରେ ଲୋକସେବା ଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ। ଜଟଣୀ ଶ୍ରୀଜଗନ୍ନାଥ ଜମି ପ୍ରସଙ୍ଗକୁ ନେଇ ବିକ୍ଷୋଭ କରିବାକୁ ନିଷ୍ପତ୍ତି ନେଇଛି କଂଗ୍ରେସ । ୨୦୧୨ ମସିହାରେ ସରକାର ଜଟଣୀବାସୀଙ୍କ ପୈତୃକ ସ୍ଥିତିବାନ ଭୂସମ୍ପତିକୁ ଭୂଲବଶତଃ ଶ୍ରୀଜଗନ୍ନାଥଙ୍କ ନାମରେ ନାମିତ କରିଥିଲେ । ଫଳରେ ଦୀର୍ଘ ୯ ବର୍ଷ ଧରି ନିଜ ଭିଟାମାଟି, ଘରଡିହ ଓ ଜମିବାଡ଼ି ନିଜ ନାମକୁ ଫେରାଇ ଆଣିବା ପାଇଁ ଜଟଣୀ ନିବାସୀ ସଂଘର୍ଷ କରୁଛନ୍ତି । ଏହି ସମସ୍ୟାର ସମାଧାନ କରିବାକୁ କଂଗ୍ରେସ ବିକ୍ଷୋଭ କରିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ।

ପୈତୃକ ଶ୍ରୀଜଗନ୍ନାଥଙ୍କ ନାମରେ ନାମିତ ହେବାପରେ ସାଧାରଣ ଲୋକଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ଖାଲି ସେତିକି ନୁହେଁ ୯ ବର୍ଷ ହେଲା ଜଟଣୀ ଅଞ୍ଚଳରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣ ଯୋଜନାର ବିନିଯୋଗ ହୋଇପାରୁନାହିଁ । ଏଭଳି ଅଭିଯୋଗ କରିଛନ୍ତି ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ରାଜ୍ୟ ସରକାରଙ୍କ ଉଦାସୀନତାର ପ୍ରତିବାଦ କରି ସୁର ରାଉତରାୟଙ୍କ ନେତୃତ୍ବରେ ଜଟଣୀ ନିବାସୀ ନବୀନ ନିବାସ ସମ୍ମୁଖରେ ଗଣ ଆତ୍ମାହୂତି ଦେବା ପାଇଁ ନିଷ୍ପତ୍ତି ନେଇଥିଲେ ।

ତେବେ ସରକାର ଏହାର ସମାଧାନ ପାଇଁ ପ୍ରତିଶ୍ରୁତି ଦେବା ପରେ 'ଜଟଣୀ ସ୍ଥିତିବାନ ଏକରାଜ ମାହାଲ ନାଗରିକ ମଞ୍ଚ' ପକ୍ଷରୁ ଗଣଆତ୍ମହୁତି ନିଷ୍ପତ୍ତି ପ୍ରତ୍ୟାହାର କରି ନିଆଯାଇଥିଲା । ଏହାରି ମଧ୍ୟରେ ଦୁଇ ମାସ ବିତିଯାଇଥିଲେ ସୁଦ୍ଧା ଜଟଣୀବାସୀଙ୍କୁ ନ୍ୟାୟ ମିଳିଲାନାହିଁ । ତେଣୁ ରାଜ୍ୟ ସରକାର ଯଦି ଏ କଥାକୁ ଗୁରୁତର ସହ ନେଇ ଜଟଣୀ ବାସୀଙ୍କୁ ନ୍ୟାୟ ନଦିଅନ୍ତି ତେବେ କ୍ଷତିଗ୍ରସ୍ତ ଜଟଣିବାସୀ ପୁଣି ଆନ୍ଦୋଳନ ପନ୍ଥା ଗ୍ରହଣ କରିବେ ।

ଭୁବନେଶ୍ବର କଂଗ୍ରେସ ଭବନରେ କଂଗ୍ରେସ ପକ୍ଷରୁ ଏହି ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ମେ ମାସ ୧୯ ତାରିଖରେ ଲୋକସେବା ଭବନ ସମ୍ମୁଖରେ ବିକ୍ଷୋଭ କରିବା ସହ ଖୋର୍ଦ୍ଧା ଜିଲ୍ଲାପାଳ, ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି କହିଛନ୍ତି ସୁର ରାଉତରାୟ ।

ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.