ଭୁବନେଶ୍ବର : ପିସିସି ନୂଆ ଟିମ ସହ ଦଳୀୟ ପ୍ରଭାରୀ ଚେଲ୍ଲା କୁମାର ଆଲୋଚନା କରିଛନ୍ତି । ପିପିଲି ଉପନିର୍ବାଚନ,ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଦଳୀୟ ସାଙ୍ଗଠନିକ ନେତା ଓ କର୍ମୀଙ୍କ ସହ ଆଲୋଚନା ଜୋରଦାର କରାଯାଇଛି। କିଭଳି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତା ଲୋକଙ୍କ ପାଖରେ ପହଞ୍ଚିବ ସେ ନେଇ ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ ଚେଲ୍ଲା କୁମାର ନିର୍ଦ୍ଦେଶ ଦେଇଛନ୍ତି ।
ଚାଷୀ ସମସ୍ୟା, ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ, ଖାଦ୍ୟ ସାମଗ୍ରୀ ଅହେତୁକ ମୂଲ୍ୟ ବୃଦ୍ଧି ନେଇ ସାଧାରଣ ଲୋକଙ୍କ ପାଖକୁ ଯିବ କଂଗ୍ରେସ । ନବୀନ ସରକାର ଓ ମୋଦି ସରକାରର ବିଫଳତାକୁ ଆୟୁଧ କରିବ କଂଗ୍ରେସ । ଏନେଇ ସୂଚନା ଦେଇଛନ୍ତି ଦଳର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ