ଭୁବନେଶ୍ବର: ମୁଣ୍ଡୁଳୀ ନିକଟବର୍ତ୍ତୀ ମହାନଦୀରେ ଫସିଥିବା ହାତୀ ଉଦ୍ଧାରବେଳେ ଉଦ୍ଧାରକାରୀ ଦଳ ବୋଟ ଦୁର୍ଘଟଣାରେ ଜଣେ ସାମ୍ବାଦିକଙ୍କ ଅକାଳ ମୃତ୍ୟୁରେ ରାଜ୍ୟ ସରକାର କାର୍ଯ୍ୟରତ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଘୋଷଣା କରିଛନ୍ତି ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି । ଯାହାକୁ ନେଇ ପ୍ରଶ୍ନ ଉଠାଇବା ସହ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛି କଂଗ୍ରେସ ।
କଂଗ୍ରେସ କହିଛି ମୃତ ସାମ୍ବାଦିକଙ୍କ ପରିବାର ପ୍ରତି ସରକାରଙ୍କ କେତେ ଦରଦ, ତାହା ମାତ୍ର ୪ ଲକ୍ଷ ଅନୁକମ୍ପା ରାଶିରୁ ଜଣାପଡୁଛି । ଏପରି ଦୁଃଖଦ ଘଟଣା ପରେ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ଅବିଳମ୍ବେ ୪ ଲକ୍ଷ ବଦଳରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୫ ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କରିବାକୁ ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ତଥା ସମ୍ପାଦକ ପଦ୍ମାକର ଗୁରୁ ଦାବି କରିଛନ୍ତି । ମୁଖ୍ୟମନ୍ତ୍ରୀ ସଂକୀର୍ଣ୍ଣ ପରିବର୍ତ୍ତେ ବିଶାଳ ହୃଦୟର ପରିଚୟ ଦିଅନ୍ତୁ ବୋଲି କହିଛନ୍ତି ପଦ୍ମାକର ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ