ETV Bharat / city

ଫଟୋ ଓ୍ବାର: ସସ୍ମିତଙ୍କୁ NMC ସଦସ୍ୟ ହେବା ଲୋଭ ଲାଗିଛି କହିଲା କଂଗ୍ରେସ - କଂଗ୍ରେସ ସାମ୍ବାଦିକ ସମ୍ମିଳନୀ

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ଗୋବିନ୍ଦ ସାହୁ ଫଟୋ ଦେଖାଇ ବିଜେଡିକୁ ଟାର୍ଗେଟ କରିଛି କଂଗ୍ରେସ । ଯଦି ଫଟୋ କଥା କୁହେ ଏହି ଫଟୋ ଉପରେ ଜବାବ ରଖିବ କି ବିଜେଡି ବୋଲି କହିଛି କଂଗ୍ରେସ । ଅଧିକ ପଢନ୍ତୁ

ସସ୍ମିତ-କଂଗ୍ରେସ ଫୋଟୋ ଓ୍ବାର: ସସ୍ମିତଙ୍କୁ NMC ସଦସ୍ୟ ହେବା ଲୋଭ ଲାଗିଛି କହିଲା କଂଗ୍ରେସ

author img

By

Published : Nov 14, 2021, 5:30 PM IST

ଭୁବନେଶ୍ବର: ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ଗୋବିନ୍ଦ ସାହୁ ଫଟୋ ଦେଖାଇ ବିଜେଡିକୁ ଟାର୍ଗେଟ କରିଛି କଂଗ୍ରେସ । ଯଦି ଫଟୋ କଥା କୁହେ ଏହି ଫଟୋ ଉପରେ ଜବାବ ରଖିବ କି ବିଜେଡି ବୋଲି କହିଛି କଂଗ୍ରେସ । ସେହିପରି ସିସୋର ସମୟରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ନେଇ ଟାର୍ଗେଟ କଲା କଂଗ୍ରେସ । ଭକ୍ତ ଦାସ ଓ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ଫଟୋ ଦେଖାଇ ବିଜେଡିର ଟାର୍ଗେଟ ପରେ ଆଜି ସାମ୍ବାଦିକ ସମ୍ମିଳନୀରେ ବର୍ଷିଛି କଂଗ୍ରେସ ।

ସସ୍ମିତ-କଂଗ୍ରେସ ଫୋଟୋ ଓ୍ବାର: ସସ୍ମିତଙ୍କୁ NMC ସଦସ୍ୟ ହେବା ଲୋଭ ଲାଗିଛି କହିଲା କଂଗ୍ରେସ
କନ୍ଧମାଳ ଦଙ୍ଗା ବେଳେ ସସ୍ମିତଙ୍କ ପରିବାରର ହାତ ଥିଲା । ସେତେବେଳେ କଂଗ୍ରେସ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ଏହା ଅନୁଧ୍ୟାନ କରିବା ପରେ ସସ୍ମିତଙ୍କୁ ଦଳରୁ ବାହାର କରାଯାଇଥିଲା । ତେଣୁ ସସ୍ମିତଙ୍କ କଂଗ୍ରେସ ଉପରେ ରାଗ ରହିଛି । ଦଙ୍ଗା ବେଳେ ତାଙ୍କ ପିତା ସ୍ୱରୂପ ପାତ୍ର ମଧ୍ୟ ସମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଦଙ୍ଗା ପାଇଁ ଦାୟୀ ଥିବା କହିଥିଲେ । କଂଗ୍ରେସ ବିରୋଧରେ ସସ୍ମିତଙ୍କ ବୟାନ ପାଗଳାମୀ ପରି ମନେ ହେଉଛି ବୋଲି କହିଛି ସଂଗ୍ରେସ । ଜାତୀୟ ସଂଖ୍ୟାଲଘୁ ସେଲର ସଭ୍ୟ ହେବା ପାଇଁ ବିଜେପି ଆଡକୁ ଢଳୁଛନ୍ତି କି ସସ୍ମିତ ବୋଲି ପ୍ରଶ୍ନ କରିଛି କଂଗ୍ରେସ । ମନ୍ତ୍ରୀ ପଦରୁ ବହିଷ୍କାର ସମେତ 120 Bରେ ମାମଲା ପାଇଁ ଦାବି କଲା କଂଗ୍ରେସ । ଟିକିରି ମାମଲାରେ ଯଦି ଷଡଯନ୍ତ୍ରକାରୀଙ୍କୁ ଗିରଫ କରାଗଲା ଏବେ କାହିଁକି କରାଯାଉ ନାହିଁ । ଡ଼ିଆଇଜି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଅଭିଯୁକ୍ତଙ୍କୁ କ୍ଲିନଚିଟ ଦେବା ପାଇଁ ଚେଷ୍ଟା କରିଛନ୍ତି । ମମିତା ପ୍ରସଙ୍ଗ ଚର୍ଚ୍ଚାରେ ନରହୁ ବୋଲି ଅପଚେଷ୍ଟା କରୁଛି ବିଜେଡି । କଂଗ୍ରେସ ଏ ପ୍ରସଙ୍ଗକୁ ନେଇ ଆନ୍ଦୋଳନ କରିଛି ଆଉ କରିବ ବୋଲି ଚେତାବନୀ ଦେଇଛି । ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.