ETV Bharat / city

ଦିବ୍ୟଶଙ୍କରଙ୍କୁ କଂଗ୍ରେସର ଟାର୍ଗେଟ, ଦଳିତଙ୍କ ସମ୍ପତ୍ତି ଦଖଲ କରିଛନ୍ତି ମନ୍ତ୍ରୀ - ଓଡ଼ିଶା ରାଜନୀତି ଖବର

ଦିବ୍ଯଶଙ୍କର ମିଶ୍ରଙ୍କୁ ନେଇ ସଙ୍ଗୀନ ଅଭିଯୋଗ ଆଣିଛି କଂଗ୍ରେସ । ଏକ ସାମ୍ବାଦିକ ସମ୍ମିଳନୀ କରି ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସମ୍ପତ୍ତି ତଥ୍ୟ ଦେଇଛି ପ୍ରଦେଶ କଂଗ୍ରେସ । ଅଧିକ ପଢ଼ନ୍ତୁ

ଦିବ୍ୟଶଙ୍କରଙ୍କୁ କଂଗ୍ରେସର ଟାର୍ଗେଟ, ଦଳିତଙ୍କ ସମ୍ପତ୍ତି ଦଖଲ କରିଛନ୍ତି ମନ୍ତ୍ରୀ

author img

By

Published : Nov 30, 2021, 6:21 PM IST

ଭୁବନେଶ୍ବର: ଶୀତ ଅଧିବେଶନ ଆରମ୍ଭ ହେବାକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଲା । ଏହାପୂର୍ବରୁ କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀ କରି ଶାସକ ଦଳକୁ ଘେରିବା ସହ ବିଭିନ୍ନ ଦାବି ଉପସ୍ଥାପନ କରିଛି । ନୟାଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ସଭାରେ ନବୀନ ପଟ୍ଟନାୟକଙ୍କୁ ସାଢ଼େ 4 କୋଟି ଓଡ଼ିଆଙ୍କ ଠାକୁର ବୋଲି କହିଥିଲେ ଉପବାଚସ୍ପତି । ଓଡ଼ିଆଙ୍କ ଠାକୁର ମହାପ୍ରଭୁ ଜଗନ୍ନାଥ ଉପବାଚସ୍ପତି କେମିତି ଭୁଲିଲେ ପ୍ରଶ୍ନ କରିଛି କଂଗ୍ରେସ । ଏଥିପାଇଁ ସେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି କଂଗ୍ରେସ ଦାବି କରିଛି । ସେପଟେ ଗତ କିଛି ଦିନ ଧରି ବିବାଦରେ ରହିଥିବା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପତ୍ତିକୁ ନେଇ କେତେକ ତଥ୍ୟ ରଖିଛି କଂଗ୍ରେସ ।

ଦିବ୍ୟଶଙ୍କରଙ୍କୁ କଂଗ୍ରେସର ଟାର୍ଗେଟ, ଦଳିତଙ୍କ ସମ୍ପତ୍ତି ଦଖଲ କରିଛନ୍ତି ମନ୍ତ୍ରୀ

ମମିତା ମେହେର ହତ୍ୟାକାଣ୍ଡରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅଭିଯୁକ୍ତ ଥିଲେ । କିନ୍ତୁ ସରକାର ମମିତାଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ଦିବ୍ୟଶଙ୍କରଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ ହୋଇଛି । ଯେଉଁ ପ୍ରବାଦ ପୁରୁଷ ତଥା କ୍ୟାପଟେନଙ୍କ ନାମରେ ବିଜେଡି ଦଳ ଚାଲିଛି, ସେହି ଦଳ ଆଜି ଜଣେ ନକଲି କ୍ୟାପଟେନଙ୍କୁ ନିଜ ପାଖରେ ଶରଣ ଦେଇଥିବା କଂଗ୍ରେସ ଅଭିଯୋଗ ଆଣିଛି ।

ନବୀନ କହିଥିଲେ, ଭୋକର ଭୂଗୋଳରୁ କଳାହାଣ୍ଡିକୁ ଆମେ ଉଠାଇ ଦେଇଛୁ । କିନ୍ତୁ ନୀତି ଆୟୋଗ କହିଛନ୍ତି, କଳାହାଣ୍ଡି ଜିଲ୍ଲା ହେଉଛି ସବୁଠାରୁ ଗରିବ ଜିଲ୍ଲା । ଏଭଳି ସ୍ଥିତିରେ ସେଠାକାର ଜନ ପ୍ରତିନିଧିଙ୍କ ସମ୍ପତ୍ତି ମୂଲ୍ୟ ୨୦୧୪ ଓ ୨୦୧୯ ସତ୍ୟପାଠ ଆଧାରରେ ୨ କୋଟିରୁ ୮ କୋଟିକୁ ବଢ଼ିଛି । ଏବେ ତାଙ୍କର ସମ୍ପତ୍ତି ୧୦୦ କୋଟି ଟପିଲାଣି । ଦିବ୍ୟଶଙ୍କରଙ୍କ ୧୭ଟି ବ୍ୟାଙ୍କ ଖାତା ଓ ପ୍ଲଟର ତଥ୍ୟ ରଖିଛି କଂଗ୍ରେସ । ୨୦୦ ଦଳିତ ଲୋକଙ୍କର ସମ୍ପତ୍ତିକୁ ନିଜ ଓ ସମ୍ପର୍କୀୟଙ୍କ ନାମରେ କରିଥିବା କଂଗ୍ରେସ ସଙ୍ଗୀନ ଅଭିଯୋଗ ଆଣିଛି ।

ଜନ ବିରୋଧୀ କାର୍ଯ୍ୟ ପାଇଁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସମ୍ପତ୍ତିର ଖୋଳତାଡ଼ ଲାଗି ଲୋକୟୁକ୍ତଙ୍କୁ ମାମଲା ଦେଇଥିଲେ ନବୀନ ସରକାର । ଏବେ ଦିବ୍ୟଶଙ୍କରଙ୍କର ସମ୍ପତ୍ତି ନେଇ ମଧ୍ୟ ଲୋକାୟୁକ୍ତକୁ ମାମଲା ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି । ଦିବ୍ୟଶଙ୍କରଙ୍କ ସମ୍ପତ୍ତି ବାଜ୍ୟାପ୍ତ କରିବାକୁ ଦାବି ହୋଇଛି । ଦଳିତ ଲୋକଙ୍କ ସମ୍ପତ୍ତି ଫେରାଇବା ବ୍ୟବସ୍ଥା କରାଯାଉ ବୋଲି ରାଜ୍ୟ ସରକାରଙ୍କ ନିକଟରେ କଂଗ୍ରେସ ଦାବି କରିଛି ।

ଆସନ୍ତାକାଲି(ବୁଧବାର)ଠାରୁ ବିଧାନସଭା ଅଧିବେଶନ ଆରମ୍ଭ ହେବ । କିନ୍ତୁ ଏଭଳି ମନ୍ତ୍ରୀ ବିଧାନସଭାକୁ ପଶିବା ଉଚିତ କି ନାହିଁ, ତାହା ମଧ୍ୟ ନବୀନ ବାବୁ ଆଜି ସ୍ପଷ୍ଟ କରନ୍ତୁ ବୋଲି କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି । ମମିତା ହତ୍ୟାକାଣ୍ଡରେ ନବୀନ ପଟ୍ଟନାୟକ ସରକାର SIT ଗଠନ କରି ତଦନ୍ତ ନିର୍ଦ୍ଦେଶ ନ ଦିଅନ୍ତି, ୩ ଦିନ ମଧ୍ୟରେ ଏଥିପାଇଁ କଂଗ୍ରେସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି ମନୋଜ ମହାପାତ୍ର କହିଛନ୍ତି । ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.