ଭୁବନେଶ୍ବର: ଗତକାଲି (ବୁଧବାର) କ୍ୟାବିନେଟରେ ମିଶନ ଶକ୍ତି ବିଭାଗକୁ ନେଇ ବଡ ନିଷ୍ପତ୍ତି ସରକାର ଘୋଷଣା କରିଥିଲେ । ପ୍ରତି ପଞ୍ଚାୟତରେ ମିଶନ ଶକ୍ତି ଭବନ ହେବା ନେଇ ଘୋଷଣାକୁ ସହଜରେ ଗ୍ରହଣ କରି ପାରିନି କଂଗ୍ରେସ । ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହାକୁ ସମାଲୋଚନା କରିଛନ୍ତି।
ମିଶନ ଶକ୍ତି କୁ ଅଗ୍ରାଧିକାର ଦେବା ପଛରେ ଭୋଟ ରାଜନୀତିର ଗନ୍ଧ ଧରିଛି କଂଗ୍ରେସ । ବିଜେଡିକୁ ଅଧିକ ଭୋଟ ମିଳୁଛି। ତାକୁ ଆହୁରି ସଲିଡ କରିବାକୁ ମହିଳାଙ୍କ ପାଇଁ ମିଶନ ଶକ୍ତି କୁ ଅଧିକ ଗୁରୁତ୍ବ ଦେଉଛନ୍ତି। ସେଥିପାଇଁ ଭଣ୍ଡାର ଖୋଲିଦେଇଛନ୍ତି ସରକାର। ନିଯୁକ୍ତି, ବୃହତ ଶିଳ୍ପ କି ଜଳସେଚନ ବ୍ୟବସ୍ଥା ହେଉନି । କାରଣ ୨୦ ବର୍ଷରେ ସେ ପରୀକ୍ଷା କରି ଜାନିସାରିଲେଣି ଯେ କେଉଁ ବର୍ଗକୁ ଗୁରୁତ୍ବ ଦେଲେ ଭୋଟ ମିଳିବ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ