ETV Bharat / city

PMGKAY Extension Proposal: ତାରା କହିଲେ ତୁରନ୍ତ ସବସିଡି ଦିଅନ୍ତୁ କେନ୍ଦ୍ର ସରକାର - tara support to cm letter

ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ କଲ୍ୟାଣ ଗରିବ ଅନ୍ନ ଯୋଜନାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠିକୁ ସମର୍ଥନ ଦେଇଛି କଂଗ୍ରେସ। ଅଧିକ ପଢ଼ନ୍ତୁ

PMKGAY extension proposal: ତାରା କହିଲେ ତୁରନ୍ତ ସବ୍‌ସିଡି ଦିଅନ୍ତୁ କେନ୍ଦ୍ର ସରକାର

author img

By

Published : Nov 21, 2021, 9:51 PM IST

Updated : Nov 22, 2021, 10:14 AM IST

ଭୁବନେଶ୍ବର: ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ କଲ୍ୟାଣ ଗରିବ ଅନ୍ନ ଯୋଜନା PMKGAY(Pradhan Mantri Garib Kalyan Anna Yojana)କୁ ଆହୁରି 8 ମାସ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଚିଠି ଲେଖିଛନ୍ତି । ଏହାକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତି ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରସ୍ତାବକୁ କଂଗ୍ରେସ ମଧ୍ୟ ସମର୍ଥନ କରିଛି ।

ତାରା କହିଲେ ତୁରନ୍ତ ସବ୍‌ସିଡି ଦିଅନ୍ତୁ କେନ୍ଦ୍ର ସରକାର

ଏହାକୁ ନେଇ ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, ‘ତୁରନ୍ତ କେନ୍ଦ୍ର ସରକାର ସବ୍‌ସିଡି ଦିଅନ୍ତୁ l କୋରୋନା ସଂକ୍ରମଣ ପରେ ସାଧାରଣ ଜନତା ବହୁ ଅସୁବିଧାରେ ଅଛନ୍ତି l ତେଣୁ କେନ୍ଦ୍ର ସରକାର ତୁରନ୍ତ ଚାଉଳ ଦିଅନ୍ତୁ । ଜନତା ସହୟତା ପାଇବା ପାଇଁ କର ଦେଉଛନ୍ତି । ଲୋକଙ୍କ ଲୋକଙ୍କ ପାଇଁ ଖର୍ଚ୍ଚ ହେଉ। କୋରୋନା ଏଯାଏଁ ଯାଇନାହିଁ । ଯେଉଁମାନେ ମଧ୍ୟ ସୁସ୍ଥ ହୋଇଛନ୍ତି ସେମାନେ ଅନ୍ୟ ରୋଗବ୍ୟାଧି ଦେଇ ଗତି କରୁଛନ୍ତି ।’

ଖାଲି ସେତିକି ନୁହେଁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ ମଧ୍ୟ କରିଛନ୍ତି । ତୁରନ୍ତ କେନ୍ଦ୍ର ସରକାର ଗରିବ ଜନସାଧାରଣଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ କଲ୍ୟାଣ ଗରିବ ଅନ୍ନ ଯୋଜନାକୁ ଅଧିକ ସମୟ ପର୍ଯ୍ୟନ୍ତ ବଳବତ୍ତର ରଖିବାକୁ ସେ ପ୍ରସ୍ତାବ ଦେଇଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Nov 22, 2021, 10:14 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.