ETV Bharat / city

ଭାରତ ବନ୍ଦକୁ କଂଗ୍ରେସର ସମର୍ଥନ, ସୁରକ୍ଷା ପାଇଁ ୨୦ ପ୍ଲାଟୁନ ପୋଲିସ ମୁତୟନ

ଶୁକ୍ରବାର ଭାରତ ବନ୍ଦକୁ ସମର୍ଥନ କରିଛି ପ୍ରଦେଶ କଂଗ୍ରେସ କମିଟି । ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି । ଅଧିକ ପଢନ୍ତୁ...

author img

By

Published : Mar 25, 2021, 6:09 PM IST

ଭାରତ ବନ୍ଦକୁ କଂଗ୍ରେସର ସମର୍ଥନ, ସୁରକ୍ଷା ପାଇଁ ୨୦ ପ୍ଲାଟୁନ ପୋଲିସ ମୁତୟନ
ଭାରତ ବନ୍ଦକୁ କଂଗ୍ରେସର ସମର୍ଥନ, ସୁରକ୍ଷା ପାଇଁ ୨୦ ପ୍ଲାଟୁନ ପୋଲିସ ମୁତୟନ

ଭୁବନେଶ୍ବର: ଶୁକ୍ରବାର ଭାରତ ବନ୍ଦକୁ ସମର୍ଥନ କରିଛି ପ୍ରଦେଶ କଂଗ୍ରେସ କମିଟି । ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ପ୍ରତ୍ୟେକ ଜିଲ୍ଲାରେ ଏହି ବନ୍ଦକୁ ସମର୍ଥନ କରିବାକୁ ଜିଲ୍ଲା ସଭାପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନିରଞ୍ଜନ ।

କେନ୍ଦ୍ର କୃଷି ଆଇନକୁ ବିରୋଧ କରି କୃଷକ ଦୀର୍ଘ ଦିନ ହେଲା ଆନ୍ଦୋଳନ କରୁଛନ୍ତି । କେନ୍ଦ୍ର ସରକାର ଏନେଇ କୌଣସି ପଦକ୍ଷେପ ନେଉନାହାନ୍ତି । ଫଳରେ ଶତାଧିକ କୃଷକଙ୍କର ମୃତ୍ୟୁ ରାଜରାସ୍ତାରେ ହେଲାଣି । ହେଲେ ସରକାରଙ୍କ ନିଦ ଭାଙ୍ଗୁନି ବୋଲି ପିସିସି ସଭାପତି କହିଛନ୍ତି ।

ସେପଟେ ଭାରତ ବନ୍ଦ ସମୟରେ ଟ୍ବିନସିଟିରେ କିପରି ରହିବ ସୁରକ୍ଷା ବ୍ୟବସ୍ଥା ସେନେଇ ସୂଚନା ଦେଇଛନ୍ତି ଡିସିପି ଉମାଶଙ୍କର ଦାସ । ସମସ୍ତ ଆବଶ୍ୟକୀୟ ସେବା ଯେମିତି ବ୍ୟାହତ ନ ହୁଏ ସେଥିପ୍ରତି ଧ୍ୟାନ ଦିଆଯିବ । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏହାସହ ଗୁରୁତ୍ୱପୂର୍ଣ୍ଣ ଜଙ୍କସନଗୁଡିକରେ ଗାଡି ସହ ଫୋର୍ସ ବି ମୁତୟନ କରାଯିବ ବୋଲି ଜଣାଇଛନ୍ତି ଡିସିପି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ ଏବଂ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.