ETV Bharat / city

ଚୁଡ଼ା ମୁଢି ଓ ଖଇ ଉପରେ GST ଲାଗୁ ନିଷ୍ପତ୍ତି ପ୍ରତ୍ୟାହାର ଦାବି କଲା କଂଗ୍ରେସ - କେନ୍ଦ୍ର ସରକାରଙ୍କ ନୂଆ ଜିଏସଟି ପ୍ରସଙ୍ଗକୁ କଂଗ୍ରେସର ବିରୋଧ

ଚୁଡ଼ା, ମୂଢି, ଖଇ ଓ ଳିଆ ଉପରେ ଜିଏସଟି ଲାଗୁକୁ ବିରୋଧ କରିଛି କଂଗ୍ରେସ । ଏହା ବିଶେଷ ଭାବେ ଓଡିଶାରେ ଆଦିବାସୀ ଜନଶାଧାରଣଙ୍କୁ ଅଧିକ ପର୍ଭାବିତ କରିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି । ଅଧିକ ପଢନ୍ତୁ

ଚୁଡ଼ା ମୂଢି ଖଇ ଉପରେ ଜିଏସଟି ଲାଗୁ ନିଷ୍ପତ୍ତିକୁ ପ୍ରତ୍ୟାହାର ଦାବି କଲା କଂଗ୍ରେସ

author img

By

Published : Jul 17, 2022, 7:47 PM IST

ଭୁବନେଶ୍ବର: ଚୁଡ଼ା, ମୁଢି, ଖଇ ଓ ଲିଆ ଉପରେ ଜିଏସଟି ଲାଗୁ ପ୍ରସଙ୍ଗରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସାମ୍ବାଦିକ ସମ୍ମିଳନୀ । ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ ଦାବି କଲା କଂଗ୍ରେସ । ଏହିସବୁ ସାମଗ୍ରୀ GST ମଧ୍ୟକୁ ଆସିଲେ ଓଡ଼ିଶା ବହୁଳ ଭାବେ ପ୍ରଭାବିତ ହେବ । ବିଶେଷ କରି ରାଜ୍ୟର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅଧିକ ପ୍ରଭାବ ପଡିବ । କାହିଁକି ନା ଏସବୁ ଗାଁ ଗହଳିରେ ଓଡ଼ିଶାବାସୀଙ୍କ ପ୍ରିୟ ଆଉ ମୁଖ୍ୟ ଖାଦ୍ୟ କହିଲେ ଚଳେ । ତେଣୁ, ଏହି ନିଷ୍ପତ୍ତି ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ବୋଲି PCC ସଭାପତି କହିଛନ୍ତି ।

ଚୁଡ଼ା ମୁଢି ଖଇ ଉପରେ ଜିଏସଟି ଲାଗୁ ନିଷ୍ପତ୍ତିକୁ ପ୍ରତ୍ୟାହାର ଦାବି କଲା କଂଗ୍ରେସ

ଆଜିକାଲି ସବୁଠି ପ୍ୟାକେଟ ହୋଇ ସବୁ ସାମଗ୍ରୀ ବିକ୍ରି ହେଉଛି । ତେଣୁ, ପ୍ରତ୍ୟେକ ଲୋକଙ୍କୁ ଏହି ଟାକ୍ସ ଦେବାକୁ ପଡ଼ିବ । ଏଠି ଲୋକ ଖାଇବାକୁ ପାଉନାହାନ୍ତି, ବାହରାକୁ ଦାଦନ ଖଟିବାକୁ ଯାଉଛନ୍ତି । ଏପରି ସ୍ଥିତିରେ କେନ୍ଦ୍ରର ଏମିତି ନିଷ୍ପତ୍ତି ଓଡ଼ିଶା କ୍ଷତିଗ୍ରସ୍ତ ହେବ ବୋଲି କହିଛି କଂଗ୍ରେସ । ପ୍ରକୃତରେ କେବଳ ରାଜନୀତିରେ ସୀମିତ ରହିଛି ବିଜେପି ସରକାର ଯେଉଁଥିପାଇଁ 8 ବର୍ଷରେ ଦେଶର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇଯାଇଛି ।

ୱାନ ନେସନ ଏବଂ ୱାନ ଟାକ୍ସ ବୋଲି କହି ଏବେ ବି ଦେଶରେ ଲୋକଙ୍କ ଉପରେ 5ଟି ଟିକସ ଏବଂ 26 ସେସ ଅତିରିକ୍ତ ଭାବେ ଆଦାୟ କରୁଛନ୍ତି । ପୁଣି ଏବେ ଏହି ନିଷ୍ପତ୍ତି ଲୋକଙ୍କ ଉପରେ ଅଧିକ ଅର୍ଥନୈତିକ ଚାପ ପକାଇବ । ତେଣୁ ନୂତନ ଭାବେ ଜିଏସଟି ଅଧୀନକୁ ଆସିଥିବା 36ଟି ସାମଗ୍ରୀକୁ ପୁଣି ଥରେ ପ୍ରତ୍ୟାହାର କରିବାକୁ ଦାବି କରିଛି କଂଗ୍ରେସ । ପ୍ରତ୍ୟାହାର ନହେଲେ ଆଗାମୀ ଦିନରେ ଏହାକୁ ପ୍ରସଙ୍ଗ କରି ଲୋକଙ୍କ ପାଖକୁ ଯିବ ଦଳ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.