ETV Bharat / city

ଗ୍ୟାସର ଅହେତୁକ ଦର ବୃଦ୍ଧି ନେଇ ରାଜରାସ୍ତାରେ କଂଗ୍ରେସ

author img

By

Published : Jul 11, 2022, 9:46 PM IST

ଗ୍ୟାସର ଅହେତୁକ ଦର ବୃଦ୍ଧି ନେଇ ଗର୍ଜିଛି କଂଗ୍ରେସ । ଏହି ଅହେତୁକ ଦର ବୃଦ୍ଧିର ପ୍ରଭାବ ପଡ଼ିଛି ସିଧା ସାଧାରଣ ଖାଉଟିଙ୍କ ଉପରେ । ଅଧିକ ପଢ଼ନ୍ତୁ

ଗ୍ୟାସର ଅହେତୁକ ଦର ବୃଦ୍ଧି ନେଇ ରାଜରାସ୍ତାରେ କଂଗ୍ରେସ
ଗ୍ୟାସର ଅହେତୁକ ଦର ବୃଦ୍ଧି ନେଇ ରାଜରାସ୍ତାରେ କଂଗ୍ରେସ

ଭୁବନେଶ୍ବର : ହୁ ହୁ ହେଇ ବଢ଼ିଚାଲିଛି ରନ୍ଧନ ଗ୍ୟାସ ଦର । ଯାହାର ସିଧାସଳଖ ପ୍ରଭାବ ପଡ଼ିଛି ଖାଉଟିଙ୍କ ଉପରେ । ରାଜ୍ୟରେ ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧିକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ରନ୍ଧନ ଗ୍ୟାସ ଦର ବୃଦ୍ଧିକୁ ନେଇ ଭୁବନେଶ୍ୱର ମହିଳା କଂଗ୍ରେସ କମିଟି ପକ୍ଷରୁ ପ୍ରତିବାଦ କରାଯାଇଛି । ଏହାସହ କେନ୍ଦ୍ର ସରକାରଙ୍କ ବିରୋଧରେ ମାଷ୍ଟର କ୍ୟାଣ୍ଟିନ ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ ସହିତ ପ୍ରତିବାଦ କରିଛି ମହିଳା କଂଗ୍ରେସ ।

ସୂଚନାନୁସାରେ, କିଛିଦିନ ତଳେ ରନ୍ଧନ ଗ୍ୟାସର ଦର ୧୦୨୬ ଥିବା ବେଳ ଏବେ ୧୦୭୬ରେ ପହଞ୍ଚିଲାଣି । ଫଳରେ ଜଣେ ସାଧାରଣ ଖାଉଟି ପାଇଁ ଏହା ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି । ଗୋଟେ ପଟେ ଗତ ୨ବର୍ଷ ଧରି ମହାମାରୀ ସମୟରେ ସମସ୍ତଙ୍କ ଆର୍ଥିକ ସ୍ଥିତି ଦୋହଲି ପଡ଼ିଛି । ଏଥିପାଇଁ ଜଣେ ସାଧାରଣ ଲୋକଙ୍କୁ ଚଳିବା କଷ୍ଟକର ହୋଇ ପଡ଼ିଛି । ଏହି ସମୟରେ ରନ୍ଧନ ଗ୍ୟାସର ଅହେତୁକ ଦର ବୃଦ୍ଧିକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଖାଉଟି ।

କେନ୍ଦ୍ର ସରକାରଙ୍କର ଏଭଳି ନିଷ୍ପତିକୁ ନେଇ ମହିଳା କଂଗ୍ରେସ କମିଟି ନିନ୍ଦା କରିଛି । ଏହାସହ ମାଷ୍ଟର କ୍ୟାଣ୍ଟିନ ଛକ ନିକଟରେ ଦୀର୍ଘ ସମୟ ଧରି ପ୍ରତିବାଦ କରିଥିଲା ମହିଳା କଂଗ୍ରେସ । କେନ୍ଦ୍ର ସରକାର ଏଥିପ୍ରତି ଧ୍ୟାନ ନଦେଲେ ଆଗକୁ ଆନ୍ଦୋଳନ ବ୍ୟାପକ ହେବ ବୋଲି ଚେତାବନୀ ଦେଇଛି କଂଗ୍ରେସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.