ETV Bharat / city

‘ପରୋକ୍ଷରେ କଂଗ୍ରେସର ଅଭିଯୋଗକୁ ମାନିଛନ୍ତି ସାଂସଦ’ - recent news about mp anubhab

ରବିବାର ସାଂସଦ ଅନୁଭବଙ୍କ ଜାଲି ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଓ ସୂଚନା ଅଧିକାର ଆଇନ ତଥ୍ୟକୁ ନେଇ କଂଗ୍ରେସ ଏକ ଅଭିଯୋଗ ଆଣିଥିଲା । ଯାହାକୁ ଖଣ୍ଡନ କରିବାକୁ ଯାଇ ଏକ ଲିଖିତ ପ୍ରେସ ଇସ୍ତାହାର ଦେଇଥିଲେ ସାଂସଦ। ଅଧିକ ପଢନ୍ତୁ...

aa
ଅନୁଭବଙ୍କ ଜାଲି ସାର୍ଟିଫିକେଟ ପ୍ରସଙ୍ଗ: କଂଗ୍ରେସ କହିଲା ପରୋକ୍ଷରେ ସାଂସଦ କରିଛନ୍ତି ସ୍ବୀକାର
author img

By

Published : Feb 3, 2020, 10:37 PM IST

ଭୁବନେଶ୍ବର: ସାଂସଦ ହେବା ପରଠାରୁ ଗୋଟିଏ ପରେ ଗୋଟିଏ ବିବାଦରେ ଛନ୍ଦି ହେଉଛନ୍ତି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ରବିବାର ସାଂସଦଙ୍କ ଜାଲି ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଓ ସୂଚନା ଅଧିକାର ଆଇନ ତଥ୍ୟକୁ ନେଇ କଂଗ୍ରେସ ସଙ୍ଗୀନ ଅଭିଯୋଗ ଆଣିଥିଲା । ଯାହାକୁ ଖଣ୍ଡନ କରିବାକୁ ଯାଇ ଏକ ଲିଖିତ ପ୍ରେସ ଇସ୍ତାହାର ଦେଇଥିଲେ ସାଂସଦ । ତେବେ ସାଂସଦଙ୍କ ଇସ୍ତାହାରକୁ ନେଇ କଂଗ୍ରେସର ପ୍ରାକ୍ତନ ମୁଖପାତ୍ର ନିଶିକାନ୍ତ ମିଶ୍ର କହଛନ୍ତି, ପରୋକ୍ଷରେ କଂଗ୍ରେସ ଆଣିଥିବା ଅଭିଯୋଗକୁ ସାଂସଦ ସ୍ବୀକାର କରିଛନ୍ତି । ଏହାସହ ଜାଲି ନେତାଙ୍କୁ କେବେ ଜେଲ ପଠା ହେବ ବୋଲି ସେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ।

ଅନୁଭବଙ୍କ ଜାଲି ସାର୍ଟିଫିକେଟ ପ୍ରସଙ୍ଗ: କଂଗ୍ରେସ କହିଲା ପରୋକ୍ଷରେ ସାଂସଦ କରିଛନ୍ତି ସ୍ବୀକାର

ଗତକାଲି(ରବିବାର) କଂଗ୍ରେସ ତିନୋଟି କଥାକୁ ନେଇ ସାଂସଦଙ୍କୁ ଚ୍ୟାଲେଞ୍ଜ କରିଥିଲା । ତାହା ହେଉଛି ସାଂସଦଙ୍କର ବି.ଏ ସାର୍ଟିଫିକେଟ ବୈଧ କି ନୁହେଁ ? ବିନା ମାଇଗ୍ରେସନ ସାର୍ଟିଫିକେଟରେ ରାଜ୍ୟ ବାହାର ବିଶ୍ବବିଦ୍ୟାଳୟରେ ନାମ ଲେଖାଇଲେ କେମିତି ? ଏବଂ ରେଜିଷ୍ଟ୍ରେସନ ନଂ -୧୪୧୦୮/୨୦୦୩ ରେ ସାଂସଦ ଅନୁଭବ ମହାନ୍ତି ଉତ୍କଳ ବିଶ୍ବବିଦ୍ୟାଳୟ ଅଧିନସ୍ଥ କନ୍ଦରପୁର କଲେଜର ଛାତ୍ର କି ନୁହେଁ ଏବଂ ଅଦ୍ୟାବଧି ପାସ କରି ନଥିବା କଥା ସତ କି ମିଛ ?

ଏ ସମସ୍ତ ପ୍ରଶ୍ନର ଉତ୍ତର କିନ୍ତୁ ସାଂସଦ ଦେଇ ନାହାଁନ୍ତି । ବରଂ ଆଇନ ଅନୁଯାୟୀ ସେ ତାଙ୍କର ଶିକ୍ଷା ସମାପ୍ତ କରି ତଦନୁଯାୟୀ ସତ୍ୟପାଠ ମାଧ୍ୟମରେ ନିର୍ବାଚନ କମିଶନଙ୍କ ନିକଟରେ ଦେଇଥିବା କଥା ସଫେଇ ଦେଇଛନ୍ତି ଓ କଂଗ୍ରେସ ଅସହିଷ୍ଣୁତା ହୋଇ ଏଭଳି ଅଭିଯୋଗ କରିଛି ବୋଲି କହିଛନ୍ତି ।

ତେବେ ଏହି ପରିପ୍ରେକ୍ଷୀରେ କଂଗ୍ରେସ ନେତା ନିଶିକାନ୍ତ ମିଶ୍ର କହଛନ୍ତି ଆଶା କରାଯାଉଥିଲା ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିବା ପରେ ସାଂସଦ ସମସ୍ତ ଦସ୍ତାବିଜ ସହ ତାଙ୍କର ଶିକ୍ଷାଗତ ଯୋଗ୍ୟତା ସଂପର୍କରେ ପ୍ରମାଣପତ୍ର ଦେଖାଇ ପ୍ରତିପକ୍ଷଙ୍କୁ ଚୁପ କରିବା ପାଇଁ ଚେଷ୍ଟା କରିବେ । କିନ୍ତୁ ତାହା ନକରି ନିଜର ପୁରୁଣା ଶୈଳୀରେ ଆଇନକାନୁନକୁ ବାଏଁ ବାଏଁ ଉଡାଇ ଦେବା ପାଇଁ ଚେଷ୍ଟା କରିଛନ୍ତି ।

ପ୍ରଦେଶ କଂଗ୍ରେସ ପଚାରି ଥିବା କୌଣସି ଗୋଟିଏ ଉତ୍ତର ସାଂସଦ ଦେଇ ପାରିନଥିବାବେଳେ ନବୀନ ବାବୁଙ୍କ ଭାବମୂର୍ତ୍ତି ଓ କେନ୍ଦ୍ରାପଡାର ବିକାଶ କଥା ଟାଳି ଦେବାକୁ ଚେଷ୍ଟା କରିଛନ୍ତି । ଯଦି କଂଗ୍ରେସ କରିଥିବା ଅଭିଯୋଗ ମନଗଢ଼ା ଏବଂ ଉଦ୍ଦେଶ୍ୟ ପ୍ରଣୋଦିତ, ତେବେ ସାଂସଦ ଆଇନର ଆଶ୍ରୟ ନନେଇ କ’ଣ ପାଇଁ ଖସି ଯିବାକୁ ଚେଷ୍ଟା କରୁଛନ୍ତି । ଏଥିରୁ ସ୍ପଷ୍ଟ ପ୍ରମାଣିତ ଯେ ଆଇନର ଆଶ୍ରୟ ନେଲେ ତାଙ୍କ ଅସଲ ଚେହେରା ପଦାରେ ପଡିଯିବ । ତେଣୁ ସିଧାସଳଖ ନହେଲେ ମଧ୍ୟ ପରୋକ୍ଷରେ କଂଗ୍ରେସ କରିଥିବା ଅଭିଯୋଗକୁ ସାଂସଦ ସ୍ବୀକାର କରିଛନ୍ତି । ସ୍ବଚ୍ଛତା, ସାଧୁତାର ଡିଣ୍ଡିମ ପିଟୁଥିବା ନବୀନ ବାବୁ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ବୋଲି ନିଶିକାନ୍ତ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଜାଲି ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଓ ସୂଚନା ଅଧିକାର ଆଇନ୍ ତଥ୍ୟକୁ ନେଇ
ଗତକାଲି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ବିରୁଦ୍ଧରେ କଂଗ୍ରେସ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିବାକୁ ଯାଇ ସାଂସଦ ଯେଉଁ ଲିଖିତ ପ୍ରେସ୍ ଇସ୍ତାହାର ଦେଇଛନ୍ତି, ସେଥିରେ ପରୋକ୍ଷରେ କଂଗ୍ରେସ ଆଣିଥିବା ଅଭିଯୋଗକୁ ସ୍ୱୀକାର କରିଛନ୍ତି ବୋଲି କଂଗ୍ରେସ ନେତା ତଥା ଆଇନ୍‌ଜୀବୀ ନିଶିକାନ୍ତ ମିଶ୍ର ପ୍ରକାଶ କରିଛନ୍ତି । ଆଶା
କରାଯାଉଥିଲା ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିବା ପରେ ସାଂସଦ ସମସ୍ତ ଦସ୍ତାବିଜ୍ ସହ ତାଙ୍କର ଶିକ୍ଷାଗତ
ଯୋଗ୍ୟତା ସଂପର୍କରେ ପ୍ରମାଣପତ୍ର ଦେଖାଇ ପ୍ରତିପକ୍ଷଙ୍କୁ ଚୁପ୍ କରିବା ପାଇଁ ଚେଷ୍ଟା କରିବେ । କିନ୍ତୁ ତାହା ନକରି
ନିଜର ପୁରୁଣା ଶୈଳୀରେ ଆଇନ୍‌କାନୁନ୍‌କୁ ବାଏଁ ବାଏଁ ଉଡାଇ ଦେବା ପାଇଁ ଚେଷ୍ଟା କରିଛନ୍ତି । କଂଗ୍ରେସ ଯେଉଁ
ତିନୋଟି କଥାକୁ ନେଇ ସାଂସଦଙ୍କୁ ଚ୍ୟାଲେଂଚ୍ କରିଛି ତାହା-
 ସାଂସଦଙ୍କର ବି.ଏ ସାର୍ଟିଫିକେଟ୍ ବୈଧ କି ନୁହେଁ ।
 ବିନା ମାଇଗ୍ରେସନ୍ ସାର୍ଟିଫିକେଟ୍‌ରେ ଏକ ରାଜ୍ୟ ବାହାରର ବିଶ୍ୱ ବିଦ୍ୟାଳୟରେ ନାମ ଲେଖାଇଲେ
କେମିତି?
 ରେଜିଷ୍ଟ୍ରେସନ ନଂ – ୧୪୧୦୮/୨୦୦୩ ରେ ସାଂସଦ ଅନୁଭବ ମହାନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନସ୍ଥ
କନ୍ଦରପୁର କଲେଜର ଛାତ୍ର କି ନୁହେଁ ଏବଂ ଅଦ୍ୟାବଧି ପାସ୍ କରିନଥିବା କଥା ସତ କି ମିଛ?
ଏ ସମସ୍ତ ପ୍ରଶ୍ନର ଉତର କିନ୍ତୁ ସାଂସଦ ଦେଇନାହାନ୍ତି । ବରଂ ଆଇନ୍ ଅନୁଯାୟୀ ସେ ତାଙ୍କର ଶିକ୍ଷା ସମାପ୍ତ
କରି ତଦନୁଯାୟୀ ସତ୍ୟପାଠ ମାଧ୍ୟମରେ ନିର୍ବାଚନ କମିଶନଙ୍କ ନିକଟରେ ଦେଇଥିବା କଥା ସଫେଇ ଦେଇଛନ୍ତି ଓ
କଂଗ୍ରେସ ଅସହିଷ୍ଣୁତା ହୋଇ ଏଭଳି ଅଭିଯୋଗ କରିଛି ବୋଲି କହୁଛନ୍ତି ।
ପ୍ରଦେଶ କଂଗ୍ରେସ ପଚାରି ଥିବା କୌଣସି ଗୋଟିଏ ଉତର ସାଂସଦ ଦେଇପାରିନଥିବା ବେଳେ ନବୀନ
ବାବୁଙ୍କ ଭାବମୂର୍ତି ଓ କେନ୍ଦ୍ରାପଡାର ବିକାଶ କଥା ଟାଳି ଦେବାକୁ ଚେଷ୍ଟା କରିଛନ୍ତି । ଯଦି କଂଗ୍ରେସ କରିଥିବା
ଅଭିଯୋଗ ମନଗଢ଼ା ଏବଂ ଉଦ୍ଦେଶ୍ୟ ପ୍ରଣୋଦିତ, ତେବେ ସାଂସଦ ଆଇନ୍‌ର ଆଶ୍ରୟ ନ ନେଇ କ’ଣ ପାଇଁ
ଖସିଯିବାକୁ ଚେଷ୍ଟା କରୁଛନ୍ତି । ଏଥିରୁ ସ୍ପଷ୍ଟ ପ୍ରମାଣିତ ଯେ ଆଇନ୍‌ର ଆଶ୍ରୟ ନେଲେ ତାଙ୍କ ଅସଲ ଚେହେରା
ପଦାରେ ପଡିଯିବ । ତେଣୁ ସିଧା ସଳଖ ନହେଲେ ମଧ୍ୟ ପରୋକ୍ଷରେ କଂଗ୍ରେସ କରିଥିବା ଅଭିଯୋଗକୁ ସାଂସଦ
ସ୍ୱୀକାର କରିଛନ୍ତି ଏବଂ ସ୍ୱଚ୍ଛତା ଏବଂ ସାଧୁତାର ଡିଣ୍ଡିମ ପିଟୁଥିବା ନବୀନ ବାବୁ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ
କରୁଛନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି । Body:ବାଇଟ ନିଶିକାନ୍ତ ମିଶ୍ର, କଂଗ୍ରେସ ନେତାConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.