ETV Bharat / city

ସ୍ୱାଧୀନ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ସମର୍ଥନକୁ ନେଇ ପ୍ରତିକ୍ରିୟା ରଖିଲା କଂଗ୍ରେସ - ଓଡିଶା ପଞ୍ଚାୟତ ନିର୍ବାଚନ 2022

ରାଜ୍ୟରେ ଚଳିତ ପଞ୍ଚାୟତ ନିର୍ବାଚନର ୨୯୯ ସ୍ବାଧୀନ ଜିଲ୍ଲା ପରିଷଦ ରହିଛନ୍ତି । ସ୍ୱାଧୀନ ଜିଲ୍ଲାପରିଷଦ ମାନେ ଜିତିଲେ କାହାକୁ ଦେବେ ସମର୍ଥନ । ତେବେ ଏହାକୁ ନେଇ ସ୍ପଷ୍ଟ କରିଛି କଂଗ୍ରେସ। ଏହାର କୌଣସି ପ୍ରଭାବ କଂଗ୍ରେସ ଉପରେ ପଡିବ ନାହିଁ ବୋଲି କହିଛନ୍ତି । ଅଧିକ ପଢନ୍ତୁ

Congress leader sarat rauta
ସ୍ୱାଧୀନ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ସମର୍ଥନକୁ ନେଇ ପ୍ରତିକ୍ରିୟା ରଖିଲା କଂଗ୍ରେସ
author img

By

Published : Jan 30, 2022, 4:36 PM IST

Updated : Jan 30, 2022, 6:52 PM IST

ଭୁବନେଶ୍ବର: ସ୍ୱାଧୀନ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ସମର୍ଥନକୁ ନେଇ ପ୍ରତିକ୍ରିୟା ରଖିଲା କଂଗ୍ରେସ । ରାଜ୍ୟରେ ପଞ୍ଚାୟତ ନିର୍ବାଚନ ନେଇ ସରଗରମ ହୋଇଛି ରାଜଧାନୀ । ୱାର୍ଡମେମ୍ବର ଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ ପରେ ପରେ ବର୍ତ୍ତମାନ ପ୍ରଚାର ଜୋରଦାର କରିଛନ୍ତି ପ୍ରାର୍ଥୀ । ରାଜ୍ୟରେ ଜିଲ୍ଲା ପରିଷଦ ନିର୍ବାଚନର ସ୍ବାଧୀନ ପ୍ରାର୍ଥୀ ରହିଛନ୍ତି । ଏହି ପ୍ରାର୍ଥୀ ମାନେ ଜିତିଲେ କେଉଁ ଦଳକୁ ସମର୍ଥନ କରିବେ ତାହାକୁ ନେଇ ଉଠିଛି ପ୍ରଶ୍ନ । ତେବେ ଏହାକୁ ନେଇ ପ୍ରତିକ୍ରିୟା ରଖିଛି ରାଜ୍ୟ କଂଗ୍ରେସ ।

ପଞ୍ଚାୟତ ନିର୍ବାଚନରେ ସରିଛି ନାମାଙ୍କନ ଦାଖଲ । ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। 299 ଜଣ ସ୍ୱାଧୀନ ଜିଲ୍ଲା ପରିଷଦଙ୍କ ପ୍ରାର୍ଥୀପତ୍ର କାଏମ ରହିଛି । ତେବେ ଏଠି ପ୍ରଶ୍ନ ଉଠୁଛି ସ୍ୱାଧୀନ ଜିଲ୍ଲାପରିଷଦ ମାନେ ଜିତିଲେ ସେ ଭୋଟ ସମର୍ଥନ କେଉଁ ଦଳକୁ ଯିବ। ଏଭଳି ଅନେକ କଥା ଉଠୁଛି। ତେବେ ଏନେଇ କଂଗ୍ରେସ ସ୍ପଷ୍ଟ କରିଛି ଏହାର କୌଣସି ପ୍ରଭାବ କଂଗ୍ରେସ ଉପରେ ପଡିବ ନାହିଁ।

ସ୍ୱାଧୀନ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ସମର୍ଥନକୁ ନେଇ ପ୍ରତିକ୍ରିୟା ରଖିଲା କଂଗ୍ରେସ

ଯେଉଁଠି କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀ ଦେଇଛି, ସେଠାରେ କଂଗ୍ରେସ ଆଉ କାହାକୁ ସମର୍ଥନ କରିବ ନାହିଁ। ହେଲେ ଯେଉଁଠି କଂଗ୍ରେସର ପ୍ରାର୍ଥୀ ନାହିଁ, ସେଠାରେ ବିଦ୍ରୋହୀ ବା ସ୍ୱାଧୀନ ପ୍ରାର୍ଥୀଙ୍କୁ ସମର୍ଥନ ଦେଇପାରେ କଂଗ୍ରେସ। ଗତ ଥର ଆମ ପ୍ରଦର୍ଶନ ସେତେଟା ଆଖିଦୃଶିଆ ନଥିଲା। ହେଲେ ଏଥର ଭଲ କରିବ ଦଳ। ବିଜେଡି, ବିଜେପିର ପତନରେ କଂଗ୍ରେସର ଉତଥାନ ହେବ ବୋଲି ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ କହିଛନ୍ତି ।

ସୂଚନାଥାଉକି ରାଜ୍ୟରେ ଆସନ୍ତା ଫେବୃୟାରୀ ୧୬ ରୁ ଆରମ୍ଭ ହେବ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା । ରାଜ୍ୟରେ ପଞ୍ଚାୟତ ନିର୍ବାଚନକୁ କୋଭିଡ କଟକଣା ମଧ୍ୟରେ ପାଳନ କରିବା ପାଇଁ କଡା ନିର୍ଦ୍ଦେଶ ଜାରୀ କରିଛନ୍ତି ରାଜ୍ୟ ନିର୍ବାଚନ କମିସନ।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

Last Updated : Jan 30, 2022, 6:52 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.