ETV Bharat / city

ଭୁବନେଶ୍ବରରେ ଭାରତ ବନ୍ଦ ପ୍ରଭାବ, କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

author img

By

Published : Sep 27, 2021, 2:58 PM IST

ଆଜି ଭାରତ ବନ୍ଦ । କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଲେ ବିରୋଧୀ । ଅଧିକ ପଢନ୍ତୁ...

କୃଷି ଆଇନ ପ୍ରତ୍ୟାହାର କରନ୍ତୁ କେନ୍ଦ୍ର ସରକାର :କଂଗ୍ରେସ

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଲେ ବିରୋଧୀ । ଆଜି ଚାଲିଥିବା ଭାରତ ବନ୍ଦ ଆନ୍ଦୋଳନର ସାମିଲ ହୋଇଛନ୍ତି ବାମପନ୍ଥୀ, କଂଗ୍ରେସ ଓ ଅନ୍ୟାନ୍ୟ ଦଳ। ସଂଯୁକ୍ତ କୃଷକ ମୋର୍ଚ୍ଚା, ଟ୍ରେଡ଼ ୟୁନିୟନ ଏବଂ ଗଣସଂଗଠନ ଗୁଡିକର ମିଳିତ ଭାବେ ପିକେଟିଂ କରିଛନ୍ତି । ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଭାରତ ବନ୍ଦ ଆନ୍ଦୋଳନକୁ ସମର୍ଥନ କରିଛି କଂଗ୍ରେସ।

ବନ୍ଦକୁ ସଫଳ କରିବା ପାଇଁ ରାଜ୍ୟବ୍ୟାପୀ ବାମପନ୍ଥୀ ସଂଗଠନ ଗୁଡ଼ିକ ସହିତ ଜାତୀୟ କଂଗ୍ରେସ, କୃଷକ ସଂଗଠନର କର୍ମୀ ପତାକା ଧରି କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ସ୍ଲୋଗାନ ଦେଇଥିଲେ। 3ଟି ନୂତନ କୃଷି ଆଇନକୁ ତୁରନ୍ତ କେନ୍ଦ୍ର ସରକାର ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରିଛି ରାଜ୍ୟ କଂଗ୍ରେସ। କୃଷି ଆଇନରେ କୃଷକ ମାରଣନୀତିର ସ୍ପଷ୍ଟ ପରିଚୟ ମିଳୁଛି । ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ଆକାଶ ଛୁଆଁ। ପେଟ୍ରୋଲ ଡିଜେଲ ଦର ହୁ ହୁ ହୋଇ ବଢୁଛି। ଜାତୀୟ ସମ୍ପତ୍ତିକୁ ମନ ଇଚ୍ଛା ବିକ୍ରି କରିବା ଏବଂ ବିଭିନ୍ନ ଦାବି ନେଇ କୃଷକ ମୋର୍ଚ୍ଚା ଆନ୍ଦୋଳନକୁ ଦୃଢ଼ ସମର୍ଥନ ଦେଇଛି ।

ଭାରତ ବନ୍ଦ ଯୋଗୁଁ ବଡ଼ ବଡ଼ ମଲ, ବ୍ୟବସାୟିକ ପ୍ରତିଷ୍ଠାନ, ସାପ୍ତାହିକ ହାଟ ,ପେଟ୍ରୋଲ ପମ୍ପ ବନ୍ଦ ରହିଛି । ସରକାରୀ, ବେସରକାରୀ କାର୍ଯ୍ୟାଳୟ ଗୁଡିକ ଖୋଲା ରହିଛି। ଯାତ୍ରୀବାହୀ ବସ ସେବା ଗୁଡିକ ବନ୍ଦ ରହିଛି । ରାଜଧାନୀ ଭୁବନେଶ୍ବରର ଟ୍ରାଫିକ ଗୁଡିକରେ ପୋଲିସ ଜନଗହଳିକୁ ନିୟନ୍ତ୍ରଣ କରୁଛି। ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରିବାକୁ ସଂଯୁକ୍ତ କିଶନ ମୋର୍ଚ୍ଚା, ବାମପନ୍ଥୀ ରାଜନୈତିକ ଦଳ ଓ କଂଗ୍ରେସ ପିକେଟିଂ କରିବା ସହିତ ରେଳ ଧାରଣା ଉପରେ ମଧ୍ୟ ଆନ୍ଦୋଳନ କରୁଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.