ETV Bharat / city

‘3 ମାସ ନିୟମ କୋହଳ କଲ , ଏବେ ଫାଇନ ବି ଫେରାଅ’ - କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା

ଟ୍ରାଫିକ୍‌ ନିୟମରେ 3 ମାସ ପର୍ଯ୍ୟନ୍ତ କୋହଳ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେବା ପରେ ଏହା ଉପରେ ପ୍ରଶ୍ନ ଉଠାଇଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ଲୋକଙ୍କଠୁ ଏବେ ସୁଦ୍ଧା ନେଇଥିବା ଟଙ୍କାକୁ ଫେରାନ୍ତୁ ବୋଲି କହିଲେ ସାଲୁଜା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Sep 10, 2019, 9:04 PM IST

ଭୁବନେଶ୍ବର: ଲୋକଙ୍କ ଆକ୍ରୋଶ ଦେଖି ରାଜ୍ୟ ସରକାର 3 ମାସ ଟ୍ରାଫିକ ନିୟମ କୋହଳ କଲେ । ହେଲେ ଏବେ ବି ସନ୍ତୁଷ୍ଟ ନାହାନ୍ତି ବିରୋଧୀ । ପ୍ରଥମେ ଦଣ୍ଡ ଏବେ ସଚେତନ କାହିଁକି ? ବରଂ ନିୟମ ଲାଗୁ ପୂର୍ବରୁ ସରକାରଙ୍କୁ ଏସବୁ ଭାବିବା କଥା । ତେବେ ଏବେ ସରକାର ଏହି ଟଙ୍କା ଫେରସ୍ତ କରନ୍ତୁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ସେପଟେ ଏନେଇ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ, ‘ଆଦାୟ ହୋଇଥିବା ଫାଇନ କୌଣସି ପରିସ୍ଥିତିରେ ବି ଫେରାଯିବ ନାହିଁ । 3 ମାସ ମଧ୍ୟରେ ସମସ୍ତ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଛୁଟି ଦିନରେ ଅଫିସ ଖୋଲାଯିବ ।’ ବିଭିନ୍ନ କ୍ୟାମ୍ପ କରି ଲୋକଙ୍କୁ ସୁବିଧା ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.