ETV Bharat / city

କୃଷି ଆଇନ ବିରୋଧରେ ରାଜଭବନ ଘେରାଉ କଲା ରାଜ୍ୟ କଂଗ୍ରେସ - farm law

ଦୁଇ ଦଫା ଦାବି ନେଇ ରାଜଭବନ ଘେରାଉ କଲା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି । 3ଟି କୃଷି ଆଇନକୁ କଳା ଆଇନ୍ କହିବା ସହ ଆଇନ ପ୍ରତ୍ୟାହାର କରିବାକୁ ଦାବି କରିଛି କଂଗ୍ରେସ ।

କୃଷି  ଆଇନକୁ  ବିରୋଧ କରି ରାଜଭବନ ଘେରିଲା ରାଜ୍ୟ କଂଗ୍ରେସ

author img

By

Published : Jan 15, 2021, 1:57 PM IST

Updated : Jan 15, 2021, 4:26 PM IST

ଭୁବନେଶ୍ବର:ଦୁଇ ଦଫା ଦାବି ନେଇ ରାଜଭବନ ଘେରାଉ କଲା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି । 3ଟି କୃଷି ଆଇନକୁ କଳା ଆଇନ୍ କହିବା ସହ ଆଇନ ପ୍ରତ୍ୟାହାର କରିବାକୁ ଦାବି କରିଛି କଂଗ୍ରେସ । ଏହାଛଡା ପେଟ୍ରୋଲ ଡିଜେଲ ଦର ବୃଦ୍ଧିକୁ ମଧ୍ୟ ପ୍ରତିବାଦ କରିଛି କଂଗ୍ରେସ । ଏନେଇ ରାଜ୍ୟପାଳଙ୍କୁ ଭେଟି ସ୍ମାରକ ପାତ୍ର ପ୍ରଦାନ କରିଛି କଂଗ୍ରେସ।

କୃଷି ଆଇନକୁ ବିରୋଧ କରି ରାଜଭବନ ଘେରିଲା ରାଜ୍ୟ କଂଗ୍ରେସ

ତେବେ ରାଜଭବନ ଘେରାଉ ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛନ୍ତି କଂଗ୍ରେସ କର୍ମୀ । କୃଷି ଆଇନ୍ ପ୍ରତ୍ୟାହାର ନହେଲା ଯାଏଁ ଆନ୍ଦୋଳନ ଜାରି ରଖିବାକୁ ଚେତାବନୀ ଦେଇଛନ୍ତି ପିସିସି ସଭାପତି। ପଞ୍ଜାବ ଓ ହରିୟାଣା ଭଳି ରାଜ୍ୟ ସରକାର ମଧ୍ୟ ଆନ୍ଦୋଳନକୁ ସମର୍ଥନ କରିବା ଉଚିତ ବୋଲି କହିଛନ୍ତି ପିସିସି ସଭାପତି ।

କୃଷି ଆଇନ ବିରୋଧରେ ରାଜଭବନ ଘେରାଉ କଲା ରାଜ୍ୟ କଂଗ୍ରେସ

୬୦ ଦିନ ଧରି ଦିଲ୍ଲୀ ସିଙ୍ଘୁ ବର୍ଡରରେ ହଜାର ହଜାର ଅନ୍ନଦାତା ପ୍ରତିବାଦ କରୁଛନ୍ତି । ପାଖାପାଖି ୬୦ ଜଣ ଚାଷୀଙ୍କ ମୃତ୍ୟୁ ହୋଇସାରିଛି । କେନ୍ଦ୍ର ସରକାର ଅହଙ୍କାରୀ ହୋଇ କିଛି ଶୁଣୁନାହାନ୍ତି । ଦରଦାମ ବୃଦ୍ଧି ପାଇଛି, ପେଟ୍ରୋଲ ଡିଜେଲ ହୁ ହୁ ହୋଇ ବଢିଚାଲିଛି, କୃଷି ଆଇନ ତୁରନ୍ତ ପ୍ରତ୍ୟାହାର କରନ୍ତୁ ନଚେତ ଆଗାମୀ ଦିନରେ ଆହୁରି ତୀବ୍ର ହେବ ବୋଲି ସିଧା ସିଧା କହିଛି କଂଗ୍ରେସ । ରାଜଭବନ ଘେରାଓ କାର୍ଯ୍ୟକ୍ରମରେ କଂଗ୍ରେସର ଶତାଧିକ କର୍ଯ୍ୟକର୍ତ୍ତା, କର୍ମୀଙ୍କ ସମେତ ବହୁ ବରିଷ୍ଠ ନେତା, ବିଧାୟକ ଓ ସାଂସଦ ସପ୍ତଗିରି ଉଲ୍ଲକା ସାମିଲ ହୋଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Jan 15, 2021, 4:26 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.