ETV Bharat / city

ଢିଙ୍କିଆ ଅଞ୍ଚଳକୁ ଗୃହକମିଟି ପଠାଇବାକୁ ଗୃହରେ ଦାବି ରଖିଲା କଂଗ୍ରେସ - congress raised dhinkia issue

ଢ଼ିଙ୍କିଆରେ ଶିଳ୍ପ ପାଇଁ ଜମି ଅଧିଗ୍ରହଣ ବିରୋଧରେ ଜନ ଆନ୍ଦୋଳନ ତେଜୁଛି । ତେଣୁ ଢିଙ୍କିଆ ଅଞ୍ଚଳକୁ ଗୃହକମିଟି ପଠାଇ ସତ୍ୟାସତ୍ୟ ଅନୁଧ୍ୟାନ କରିବାକୁ ଗୃହରେ ଦାବି ରଖିଲା କଂଗ୍ରେସ । ଅଧିକ ପଢନ୍ତୁ

ଢିଙ୍କିଆ ଅଞ୍ଚଳକୁ ଗୃହକମିଟି ପଠାଇବାକୁ ଗୃହରେ ଦାବି ରଖିଲା କଂଗ୍ରେସ

author img

By

Published : Mar 31, 2022, 1:12 PM IST

ଭୁବନେଶ୍ବର: ପାରାଦୀପ ଢ଼ିଙ୍କିଆରେ ଶିଳ୍ପ ପାଇଁ ଜମି ଅଧିଗ୍ରହଣ ବିରୋଧରେ ଜନ ଆନ୍ଦୋଳନ ତେଜୁଛି । ଘଟଣାର ଗୁରୁତ୍ୱକୁ ଦେଖି ବାଚସ୍ପତି ଏକ ଗୃହକମିଟି ଢିଙ୍କିଆ ପଠାଇ ସତ୍ୟାସତ୍ୟ ଅନୁଧ୍ୟାନ କରିବାକୁ ଅନୁରୋଧ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ପୋସ୍କୋ କମ୍ପାନୀକୁ ଜମି ଦେବା ନେଇ ବିରୋଧ ହେବାରୁ ପ୍ରକଳ୍ପରୁ ପୋସ୍କା ହଟିଲା । ହେଲେ ପୋସ୍କା ଜାଗାରେ JSW ଆଣିବାର ଅର୍ଥ କ'ଣ ବୋଲି ଆଜି ଶୂନ୍ୟ କାଳରେ ପ୍ରଶ୍ନ କରିଛନ୍ତି ନରସିଂହ ମିଶ୍ର ।

କଂଗ୍ରେସର ଏକ ଟିମ୍ ଘଟଣା ସ୍ଥଳକୁ ଯାଇଥିଲେ । ଜୋର୍ ଜୁଲମ କରି ଜମି ଅଧିଗ୍ରହଣ ଚାଲିଥିବା ଘଟଣା ଓ ପୋଲିସର ଜୁଲମ ନେଇ ଖବରର ସତ୍ୟତା ରହିଛି ବୋଲି ନରସିଂହ କହିଛନ୍ତି । ଏହି ଘଟଣାରେ ଉଚ୍ଚ ନ୍ୟାୟାଳୟ ମଧ୍ୟ ହସ୍ତକ୍ଷେପ କରିଛନ୍ତି । ତେଣୁ ତୁରନ୍ତ ବାଚସ୍ପତି ଏକ ଗୃହ କମିଟି ଢ଼ିଙ୍କିଆ ଅଞ୍ଚଳକୁ ପଠାଇ ସତ୍ୟାସତ୍ୟ ଅନୁଧ୍ୟାନ କରିବାକୁ ନରସିଂହ ଦାବି କରିଛନ୍ତି ।

ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.